ନୂଆପଡା:ଜିଲ୍ଲାର ଖୁଦପେଜ ଗାଁର ସୁନ୍ଦରଶ୍ୟାମ ଶତପଥୀଙ୍କ ବାସଭବନରେ ସଶସ୍ତ୍ର ଡକାୟତି ଘଟଣାର ପର୍ଦ୍ଦାଫାସ କରିଛି ଖଡ଼ିଆଳ ପୋଲିସ । ଘଟଣା ଘଟିବାର 14 ଦିନ ମଧ୍ୟରେ 2 ଜଣ ଡକାୟତକୁ ଗିରଫ କରିବାରେ ସଫଳ ହୋଇଛି ଖଡ଼ିଆଳ ପୋଲିସ । ତେବେ ଗିରଫ 2 ଜଣ ଡକାୟତ ପଡ଼ୋଶୀ ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଥାନା ଅଞ୍ଚଳର ହୋଇଥିବାବେଳେ ଏମାନଙ୍କ ନାମ କାହ୍ନା ପୁରୋହିତ ଏବଂ ସୁଜିତ କୁମାର ମେହେର ବୋଲି ଜଣାପଡି଼ଛି ।
ଡକାୟତି ଘଟଣାର ପର୍ଦ୍ଦାଫାସ, ୧୪ଦିନ ପରେ ଡକାୟତଙ୍କୁ ବାନ୍ଧିଲା ପୋଲିସ
ଖୁଦପେଜ ଗାଁରେ ସଶସ୍ତ୍ର ଡକାୟତି ଘଟଣାର ପର୍ଦ୍ଦାଫାସ କରିଛି ଖଡ଼ିଆଳ ପୋଲିସ। ଘଟଣା ଘଟିବାର 14 ଦିନ ବ୍ୟବଧାନରେ 2 ଜଣ ଡକାୟତ ଗିରଫ । ଅଧିକ ପଢନ୍ତୁ
ସୂଚନା ମୁତାବକ, ଡକାୟତ ଦଳକୁ ଶୀଘ୍ର କାବୁ କରିବା ପାଇଁ ନୂଆପଡ଼ା ଏସପି ଜି.ରାଘବେନ୍ଦ୍ର ରେଡ୍ଡି ଖୁଦପେଜ ଗାଁ'କୁ ଯାଇ ନିଜେ ପ୍ରତ୍ୟକ୍ଷ ଭାବରେ ସରଜମିନ ତଦନ୍ତ ଆରମ୍ଭ କରିଥିଲେ । ତଦନ୍ତ ପ୍ରକ୍ରିୟାରେ ଡଗ୍ ସ୍କ୍ବାଡ୍ ଓ ସାଇଣ୍ଟିଫିକ୍ ଟିମ୍ ତଦନ୍ତ କରି ସୁରାକ ବାହାର କରିଥିଲେ । ପରବର୍ତ୍ତୀ ସମୟରେ ଏସପିଙ୍କ ନିର୍ଦ୍ଦେଶ କ୍ରମେ ଖଡ଼ିଆଳ ଥାନା SDPO ଅରୁପ ଅଭିଷେଖ ବେହେରାଙ୍କ ନେତୃତ୍ୱରେ 2 ଗୋଟି ସ୍ୱତନ୍ତ୍ର ପୋଲିସ ଟିମ୍ ଗଠନ କରାଯାଇଥିଲା । 2 ପୋଲିସ ଟିମ ଅହୋରାତ୍ର କଠୋର ପରିଶ୍ରମ କରି ରାଜ୍ୟର ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଥିଲେ । ତେବେ ଘଟଣା ଘଟିବାର 14 ଦିନ ଗଡିଯାଇ ଥିବାବେଳେ ଗତକାଲି(ମଙ୍ଗଳବାର) 2 ଜଣ ଡକାୟତଙ୍କୁ ଗିରଫ କରିବାରେ ସଫଳ ହୋଇଛି ଖଡ଼ିଆଳ ପୋଲିସ । ଅନ୍ୟ 4 ଜଣ ଡକାୟତ ଫେରାର ଥିବାବେଳେ ସେମାନଙ୍କୁ ଖୁବ୍ଶୀଘ୍ର ଗିରଫ କରାଯିବ ବୋଲି ନୂଆପଡ଼ା SP ଗଣମାଧ୍ୟମ କୁ ସୂଚନା ଦେଇଛନ୍ତି।
ତେବେ ଫେରାର 4 ଜଣ ଡକାୟତ ରାଜ୍ୟ ବାହାରର ହୋଇଥିବା ବେଳେ ସେମାନେ ଝାରଖଣ୍ଡ ରାଜ୍ୟର ବୋଲି ଜଣାପଡିଛି। ଗିରଫ ଡକାୟତ ମାନଙ୍କ ଠାରୁ ସୁନ୍ଦରଶ୍ୟାମ ଶତପଥୀଙ୍କ ମଧ୍ୟରେ ଦୀର୍ଘ ଦିନରୁ ଟଙ୍କା ଲେଣ ଦେଣ କାରବାର ଥିଲା। ସୁନ୍ଦରଶ୍ୟାମ ଶତପଥୀ ଶୀଘ୍ର ଟଙ୍କା ଫେରସ୍ତ ନ କରି ଟାଳଟୁଳ ନୀତି ଅବଲମ୍ବନ କରୁଥିଲେ। ଫଳରେ ଡକାୟତ କରି ଟଙ୍କା ସୁନା ଗହଣା ନେଇ ଯିବାକୁ ଯୋଜନା କରିଥିଲେ ଅଭିଯୁକ୍ତ କାଂହା ପୁରୋହିତ, ସୁଜିତ କୁମାର ମେହେର । ଏମାନଙ୍କୁ ସହଯୋଗୀ ଡକାୟତ ଭାବରେ ସୁଦୂର ଝାରଖଣ୍ଡ ରାଜ୍ୟରୁ 4 ଜଣ ଡକାୟତ ଆସିଥିଲେ। ଯୋଜନା ମୁତାବକ ଚଳିତ ମାସ 6 ତାରିଖ ରାତ୍ରି 9 ଘଣ୍ଟା ସମୟରେ ଘର ବାଡି ପଛ ପଟୁ ପଶି ସୁନ୍ଦରଶ୍ୟାମ ଶତପଥୀଙ୍କ ନବଜାତ ଶିଶୁ ମୁଣ୍ଡ ଉପରେ ବନ୍ଧୁକ ରଖି କଳାକନା ବୁଲାଇ ଥିଲେ ଡକାୟତ। ଏନେଇ ଗତକାଲି 2 ଡକାୟତକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ବେଳେ ସେମାନଙ୍କ ନିକଟରୁ ଡକାୟତିରେ ବ୍ୟବହୃତ କାର, 3ଟି ମୋବାଇଲ, ଧାରୁଆ ଅସ୍ତ୍ର ଓ ଅନ୍ୟାନ୍ୟ ସାମଗ୍ରୀ ଜବତ କରାଯାଇଥିବା ନୂଆପଡା ଏସ୍ପିଜି ରାଘବେନ୍ଦ୍ର ରେଡ୍ଡି ସୂଚନା ଦେଇଛନ୍ତି ।
ଇଟିଭି ଭାରତ, ନୂଆପଡା