ଓଡିଶା

odisha

ETV Bharat / state

ସାଗୁଆନ ବଣରେ ଖଡ଼ିଆଳ ବନବିଭାଗର ଚଢାଉ - ମିଶନ ହସ୍ପିଟାଲ କ୍ୟାମ୍ପସ

ଖଡ଼ିଆଳ ବନବିଭାଗ ପକ୍ଷରୁ ମିଶନ ହସ୍ପିଟାଲ କ୍ୟାମ୍ପସ ଭିତରେ ଥିବା ସାଗୁଆନ ବଣ ଉପରେ ଅତର୍କିତ ଚଢ଼ାଉ। ଗଛ କଟାଳି ଫେରାର ହୋଇଯାଇଥିବା ବେଳେ ବହୁ ପରିମାଣର ମୂଲ୍ୟବାନ ସାଗୁଆନ କାଠ ଜବତ ସହ ଗଛ କଟାରେ ବ୍ୟବହୃତ ଧାରୁଆ ଅସ୍ତ୍ର ଓ ଅନ୍ୟାନ୍ୟ ସାମଗ୍ରୀ ଜବତ କରାଯାଇଛି । ଅଧିକ ପଢନ୍ତୁ...

ମିଶନ ହସ୍ପିଟାଲ କ୍ୟାମ୍ପସରେ ଥିବା ସାଗୁଆନ ବଣରେ ଖଡ଼ିଆଳ ବନବିଭାଗର ଚଢାଉ
ମିଶନ ହସ୍ପିଟାଲ କ୍ୟାମ୍ପସରେ ଥିବା ସାଗୁଆନ ବଣରେ ଖଡ଼ିଆଳ ବନବିଭାଗର ଚଢାଉ

By

Published : Jan 14, 2021, 9:50 AM IST

ନୂଆପଡ଼ା: ଖଡ଼ିଆଳ ବନବିଭାଗ ପକ୍ଷରୁ ମିଶନ ହସ୍ପିଟାଲ କ୍ୟାମ୍ପସ ଭିତରେ ଥିବା ସାଗୁଆନ ବଣ ଉପରେ ଅତର୍କିତ ଚଢ଼ାଉ । ଗଛ କଟାଳି ଫେରାର ହୋଇଯାଇଥିବାବେଳେ,ବହୁ ପରିମାଣର ମୂଲ୍ୟବାନ ସାଗୁଆନ କାଠ ଜବତ ସହ ଗଛ କଟାରେ ବ୍ୟବହୃତ ଧାରୁଆ ଅସ୍ତ୍ର ଓ ଅନ୍ୟାନ୍ୟ ସାମଗ୍ରୀ ଜବତ।

ମିଶନ ହସ୍ପିଟାଲ କ୍ୟାମ୍ପସରେ ଥିବା ସାଗୁଆନ ବଣରେ ଖଡ଼ିଆଳ ବନବିଭାଗର ଚଢାଉ

ଖଡ଼ିଆଳ ମିଶନ ହସ୍ପିଟାଲ ପ୍ରାଙ୍ଗଣରେ ବହୁ ପରିମାଣର ମୂଲ୍ୟବାନ ସାଗୁଆନ ଗଛ ଦୀର୍ଘ ବର୍ଷରୁ ରହିଛି। ଏହିଗଛ ସବୁକୁ ମିଶନ ହସ୍ପିଟାଲ କର୍ତ୍ତୃପକ୍ଷ ଦୀର୍ଘ ଦିନରୁ ବେଆଇନ ଭାବରେ କାଟି ନିଜ କାମରେ ଲଗାଇ ଆସୁଥିଲେ।

ଗଛ କାଟିବା ଏକ ଜଘନ୍ୟ ଅପରାଧ ହୋଇଥିବାବେଳେ, ବନବିଭାଗର କୌଣସି ଅନୁମତି ନ ନେଇ ଗଛ କାଟି ନେବା ଆଉ ଏକ ଅପରାଧକୁ ଇଙ୍ଗିତ କରୁଛି। ଏଠାରେ ରୋଗୀଙ୍କୁ ଚିକିତ୍ସା କରି ମୃତ୍ୟୁ ମୁଖରୁ ବଞ୍ଚାଇ ନୂତନ ଜୀବନ ଦେଇଥାନ୍ତି ଚିକିତ୍ସକ। ଏଭଳି ପବିତ୍ର ଅନୁଷ୍ଠାନ ଭିତରେ ବେଆଇନ ଗଛ କଟା ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି।

ନୂଆପଡ଼ାରୁ ମୋତିଲାଲ ବାଗ, ଇଟିଭି ଭାରତ

ABOUT THE AUTHOR

...view details