ଓଡିଶା

odisha

ETV Bharat / state

ଅଫଲାଇନ ପରୀକ୍ଷାକୁ ବିରୋଧ କରି ଛାତ୍ରଛାତ୍ରୀଙ୍କ ବିକ୍ଷୋଭ ପ୍ରଦର୍ଶନ - ଛାତ୍ରଛାତ୍ରୀଙ୍କ ବିକ୍ଷୋଭ ପ୍ରଦର୍ଶନ

ଖଡ଼ିଆଳ ସ୍ବୟଂ ଶାସିତ ମହାବିଦ୍ୟାଳୟ କ୍ୟାମ୍ପସ ସରଗରମ । ଶତାଧିକ ଛାତ୍ରଛାତ୍ରୀଙ୍କ ବିକ୍ଷୋଭ ପ୍ରଦର୍ଶନ । ଚଳିତ ମାସ 20 ତାରିଖରେ ହେବାକୁ ଥିବା ଯୁକ୍ତ 3 ଅଫଳାଇନ ପରୀକ୍ଷାକୁ ବାତିଲ କରି ଅନଲାଇନ ପରୀକ୍ଷା କରିବା ଦାବିରେ ଛାତ୍ରଛାତ୍ରୀ ଅଟଳ । ଅଧିକ ପଢନ୍ତୁ...

ଅଫଲାଇନ ପରୀକ୍ଷାକୁ ବିରୋଧ କରି ଛାତ୍ରଛାତ୍ରୀଙ୍କ ବିକ୍ଷୋଭ ପ୍ରଦର୍ଶନ
ଅଫଲାଇନ ପରୀକ୍ଷାକୁ ବିରୋଧ କରି ଛାତ୍ରଛାତ୍ରୀଙ୍କ ବିକ୍ଷୋଭ ପ୍ରଦର୍ଶନ

By

Published : Apr 15, 2021, 4:31 PM IST

ନୂଆପଡ଼ା: ଜିଲ୍ଲା ଖଡ଼ିଆଳ ସ୍ବୟଂ ଶାସିତ ମହାବିଦ୍ୟାଳୟ କ୍ୟାମ୍ପସ ସରଗରମ । ଶତାଧିକ ଛାତ୍ରଛାତ୍ରୀଙ୍କ ବିକ୍ଷୋଭ ପ୍ରଦର୍ଶନ । ଚଳିତ ମାସ 20 ତାରିଖରେ ହେବାକୁ ଥିବା ଯୁକ୍ତ 3 ଅଫଲାଇନ ପରୀକ୍ଷାକୁ ବାତିଲ କରି ଅନଲାଇନ ପରୀକ୍ଷା କରିବା ଦାବିରେ ଛାତ୍ରଛାତ୍ରୀ ଅଟଳ । ଏନେଇ କଲେଜ ଛାତ୍ରଛାତ୍ରୀ ସ୍ୱୟଂ ଶାସିତ ମହାବିଦ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରି ଅନଲାଇନ ପରୀକ୍ଷା ଦାବି କରିଛନ୍ତି ।

ଅଫଲାଇନ ପରୀକ୍ଷାକୁ ବିରୋଧ କରି ଛାତ୍ରଛାତ୍ରୀଙ୍କ ବିକ୍ଷୋଭ ପ୍ରଦର୍ଶନ

ଦାବି ପୂରଣ ନହେଲେ ରାଜ୍ୟବ୍ୟାପୀ ସମସ୍ତ କଲେଜ କ୍ୟାମ୍ପସରେ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି । ମହାମାରୀ କୋଭିଡ ପାଇଁ ଚଳିତ ବର୍ଷ ପାଖାପାଖି ଶତକଡା 70 ଭାଗ ପାଠ ଅନଲାଇନରେ ହୋଇଛି । ଯାହାଫଳରେ ଅନଲାଇନ ପରୀକ୍ଷା ଦାବି କରିଛନ୍ତି ଛାତ୍ରଛାତ୍ରୀ ।

ସେହିଭଳି ନୂଆପଡା ଜିଲ୍ଲା କୋଭିଡ ସଂକ୍ରମଣରେ ରେଡ଼ ଜୋନରେ ଅଛି । ଅପରପକ୍ଷେ କଲେଜର ଅଧ୍ୟାପକ, ଅଧ୍ୟାପିକା, ଛାତ୍ରଛାତ୍ରୀ ମଧ୍ୟ କୋଭିଡ ପଜିଟିଭରେ ଆକ୍ରାନ୍ତ ଅଛନ୍ତି । ଏଭଳି ବିପଦ ସମୟରେ ଅଫଳାଇନ ପରୀକ୍ଷାକୁ ଛାତ୍ରଛାତ୍ରୀ ବିରୋଧ କରିଛନ୍ତି । ଅଫଳାଇନ ପରୀକ୍ଷା କଲେ କୋଭିଡ ପଜିଟିଭ ହେବା ସୁନିଶ୍ଚିତ । ତେବେ ସରକାର କିମ୍ବା କଲେଜ କର୍ତ୍ତୃପକ୍ଷ ଦାୟୀ ରହିବେ କି ବୋଲି ଛାତ୍ରଛାତ୍ରୀ ପାଲଟା ପ୍ରଶ୍ନ କରିଛନ୍ତି ।

ନୂଆପଡାରୁ ମୋତିଲାଲ ବାଗ, ଇଟିଭି ଭାରତ

ABOUT THE AUTHOR

...view details