ନୂଆପଡା: ଓଡିଶା କେନ୍ଦୁପତ୍ର କର୍ମଚାରୀ ସଂଘ ଜିଲ୍ଲା ଖଡ଼ିଆଳ ଡିଭିଜନ ସମ୍ପାଦକ ଯଦୁମଣି ପାଣିଗ୍ରାହୀଙ୍କ ନେତୃତ୍ୱରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା। ଏହି ଧାରଣାରେ ଶତାଧିକ କେନ୍ଦୁପତ୍ର ତୋଳାଳି, ଶ୍ରମିକ, ସିଜିନାଲ ଷ୍ଟାଫ, ଚେକର, ମୁଙ୍ଗସି, ଚପରାସି, ଆଦି କର୍ମଚାରୀ ସାମିଲ ହୋଇଛନ୍ତି। ହାତରେ ପ୍ଲାକାର୍ଡ ଧରି 17 ଦଫା ଦାବି ନେଇ ଆଜି ନୂଆପଡା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଶ୍ରମିକ ମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଏପ୍ରିଲ ମାସରୁ କେନ୍ଦୁପତ୍ର ତୋଳାଳି ,କର୍ମଚାରୀ, ଶ୍ରମିକ ମାନେ କାମ କରିଛନ୍ତି , ହେଲେ ତାଙ୍କୁ ପାରିଶ୍ରମି ପ୍ରାପ୍ୟ ମିଳିନାହିଁ।
ବିଭିନ୍ନ ଦାବି ନେଇ କେନ୍ଦୁପତ୍ର କର୍ମଚାରୀ ସଂଘର ଗଣଧାରଣା - kendu leaves plucker protest in front of nuapada collector office
ହାତରେ ପ୍ଲାକାର୍ଡ ଧରି 17 ଦଫା ଦାବି ନେଇ ଆଜି ନୂଆପଡା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧରଣା ଦେଇଛନ୍ତି କେନ୍ଦୁପତ୍ର କର୍ମଚାରୀ । ଅଧିକ ପଢନ୍ତୁ...

ଫଳରେ ମହାମାରୀ କୋରୋନା ସମୟରେ ଦୁର୍ଦ୍ଦଶାରେ ପରିବାର ଚଳାଉଛନ୍ତି ଶ୍ରମିକ ମାନେ । 2019ରୁ ସିଜିନାଲ ଷ୍ଟାଫଙ୍କ ବର୍ଦ୍ଧିତ ବକେୟା ଦରମା ଏଯାଏଁ ପ୍ରଦାନ କରାଯାଇନାହିଁ। କେନ୍ଦୁପତ୍ର ଶ୍ରମିକଙ୍କୁ ସାମାଜିକ କଲ୍ୟାଣ ଯୋଜନାରେ ସାମିଲ କରିବା ପାଇଁ20 ଚଟା ବଦଳରେ 5 ଚଟା କରାଯାଉ। କର୍ମଚାରୀଙ୍କ ପ୍ରମୋସନରେ ବ୍ୟାପକ ଦୁର୍ନୀତି ଅଭିଯୋଗ, ବୁସ କଟିଙ୍ଗ, ଫଡ଼ି ଘର ମରାମତି, ସରକାରୀ ଅର୍ଥ ବ୍ୟାପକ ହରିଲୁଟ ହୋଇଛି, ଏହାର ଉଚ୍ଚ ସ୍ତରୀୟ ତଦନ୍ତ କରାଯାଉ ନଚେତ ଆନ୍ଦୋଳନ ତୀବ୍ରତର ହେବ ବୋଲି ବିକ୍ଷୋଭକାରୀ ଚେତାବନୀ ଦେଇଛନ୍ତି। ଏନେଇ ଦାବି ପୂରଣ ନେଇ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ନୂଆପଡ଼ା ଜିଲ୍ଲାପାଳ ଙ୍କ ଅନୁପସ୍ଥିତି ରେ ଡେପୁଟି କଲେକ୍ଟର ସୁଶାନ୍ତ କୁମାର ରଣା ଙ୍କୁ ପ୍ରଦାନ କରାଯାଇଛି।
ନୂଆପଡାରୁ ମୋତିଲାଲ ବାଗ, ଇଟିଭି ଭାରତ