ଓଡିଶା

odisha

ETV Bharat / state

ବୃଦ୍ଧା ମା'କୁ ଖଟିଆରେ ଘୋଷାଡିବା ଘଟଣା: ଉଭୟଙ୍କୁ ଭେଟିଲେ କଳାହାଣ୍ଡି କଳାହାଣ୍ଡି ସାଂସଦ - ବୃଦ୍ଧା ମା'କୁ ଖଟିଆରେ ଘୋଷାଡିବା ଘଟଣା

ନୂଆପଡାରେ ଟଙ୍କା ଉଠାଣ ପାଇଁ 120 ବର୍ଷର ବୃଦ୍ଧା ମା'କୁ ତାଙ୍କ 60 ବର୍ଷର ଝିଅ ଖଟିଆରେ ଘୋଷାଡି ନେବା ଘଟଣା । ସମସ୍ତ ଘଟଣା ବୁଝିବା ସହ ମା' ଓ ଝିଅଙ୍କୁ ଖାଦ୍ୟ ସାମଗ୍ରୀ ଦେଇଛନ୍ତି କଳାହାଣ୍ଡି ସାଂସଦ । ଅଧିକ ପଢନ୍ତୁ...

ବୃଦ୍ଧା ମା'କୁ ଖଟିଆରେ ଘୋଷାଡିବା ଘଟଣା: ଉଭୟଙ୍କୁ ଭେଟିଲେ କଳାହାଣ୍ଡି ଏମପି କଳାହାଣ୍ଡି ସାଂସଦ
ବୃଦ୍ଧା ମା'କୁ ଖଟିଆରେ ଘୋଷାଡିବା ଘଟଣା: ଉଭୟଙ୍କୁ ଭେଟିଲେ କଳାହାଣ୍ଡି ଏମପି କଳାହାଣ୍ଡି ସାଂସଦ

By

Published : Jun 20, 2020, 6:50 PM IST

ନୂଆପଡା: ଜିଲ୍ଲାର ଖଡ଼ିଆଳ ବ୍ଲକ ବରଗାଁର ବହୁ ଚର୍ଚ୍ଚିତ 120 ବର୍ଷର ବୃଦ୍ଧାଙ୍କୁ ସାକ୍ଷାତ କରିବା ପାଇଁ ଆଜି(ଶନିବାର) କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା ବରଗାଁ ପହଞ୍ଚିଛନ୍ତି । 120ବର୍ଷିଆ ଅସହାୟ ବୃଦ୍ଧା ଲବେ ବାଗ ଏବଂ ବୃଦ୍ଧାଙ୍କ 60 ବର୍ଷିଆ ଝିଅ ପୁଞ୍ଜିମତିଙ୍କୁ ସାକ୍ଷାତ କରି ଘଟିଯାଇଥିବା ସମସ୍ତ ବିଷୟ ଉପରେ ପଚାରି ବୁଝିଛନ୍ତି ।

ବୃଦ୍ଧା ମା'କୁ ଖଟିଆରେ ଘୋଷାଡିବା ଘଟଣା: ଉଭୟଙ୍କୁ ଭେଟିଲେ କଳାହାଣ୍ଡି ଏମପି କଳାହାଣ୍ଡି ସାଂସଦ

ସୂଚନାନୂସାରେ, ଗତ କିଛିଦିନ ହେବ ବ୍ୟାଙ୍କରୁ ଟଙ୍କା ଉଠାଣ ପାଇଁ ବୃଦ୍ଧା ଲବେ ବାଗଙ୍କୁ ବୃଦ୍ଧା ଝିଅ ପୁଞ୍ଜିମତି ଖଟିଆରେ ଘୋଷାଡି ଘୋଷାଡି ଉତ୍କଳ ଗ୍ରାମ୍ୟ ବ୍ୟାଙ୍କ ବରଗାଁକୁ ଦୀର୍ଘ 4ଶହ ମିଟର ନେଇଥିଲେ । ଏପରି ଘଟଣାଟି ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ଏହାକୁ ପ୍ରତ୍ୟେକ ମହଲରେ ନିନ୍ଦା କରାଯାଇଛି ।

ଏଭଳି ହୃଦୟ ବିଦାରକ ଘଟଣା ପାଇଁ ବ୍ୟାଙ୍କ ମ୍ୟାନେଜରଙ୍କୁ ଚାକିରିରୁ ନିଲମ୍ବିତ କରାଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିର୍ଦ୍ଦେଶ କ୍ରମେ ଶନିବାର କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା ବୃଦ୍ଧାଙ୍କୁ ସାକ୍ଷାତ କରି ଶୁଖିଲା ଖାଦ୍ୟ ସାମଗ୍ରୀ ସହିତ କିଛି ଆର୍ଥିକ ସହଯୋଗ କରିଛନ୍ତି । ଆଗାମିଦିନରେ ବାସ ଗୃହ, ପାନୀୟଜଳର ସୁ-ବ୍ୟବସ୍ଥା କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।

ନୂଆପଡାରୁ ମୋତିଲାଲ ବାଗ, ଇଟିଭି ଭାରତ

ABOUT THE AUTHOR

...view details