ନୂଆପଡ଼ା:ଦୀର୍ଘ ଦିନ ନୀରବତା ପରେ ଓଡ଼ିଶାରେ ପୁନର୍ବାର ସକ୍ରିୟ ହୋଇଛନ୍ତି ମାଓବାଦୀ । ଲାଲ ବାହିନୀ ଓଡ଼ିଶାରେ ଘଟାଇଛନ୍ତି ନାରକୀୟ କାଣ୍ଡ । ଭାଇସଦାନୀ ଅଞ୍ଚଳରେ ମାଓବାଦୀଙ୍କ ଆକ୍ରମଣରେ ୩ ଜଣ ଯବାନ ଶହୀଦ ହୋଇଛନ୍ତି ।
ନୂଆପଡ଼ାରେ ମାଓ ଆକ୍ରମଣ, 3 CRPF ଯବାନ ଶହୀଦ - ନୂଆପଡ଼ାରେ ମାଓ ଆକ୍ରମଣ
ଦୀର୍ଘ ଦିନ ନୀରବତା ପରେ ଓଡ଼ିଶାରେ ପୁନର୍ବାର ସକ୍ରିୟ ହୋଇଛନ୍ତି ମାଓବାଦୀ । ଲାଲ ବାହିନୀ ଓଡ଼ିଶାରେ ଘଟାଇଛନ୍ତି ନାରକୀୟ କାଣ୍ଡ । ଅଧିକ ପଢ଼ନ୍ତୁ
![ନୂଆପଡ଼ାରେ ମାଓ ଆକ୍ରମଣ, 3 CRPF ଯବାନ ଶହୀଦ ନୂଆପଡ଼ାର ମାଓ ଆକ୍ରମଣ , 3 CRPF ଯବାନ ଶହୀଦ](https://etvbharatimages.akamaized.net/etvbharat/prod-images/768-512-15621098-thumbnail-3x2-jawans.jpg)
ନୂଆପଡ଼ାର ମାଓ ଆକ୍ରମଣ , 3 CRPF ଯବାନ ଶହୀଦ
ନୂଆପଡ଼ାରେ ମାଓ ଆକ୍ରମଣ, 3 CRPF ଯବାନ ଶହୀଦ
ଆଜି(ମଙ୍ଗଳବାର) କୁମ୍ବିଂ ଅପରେସନ ପାଇଁ CRPF ଯବାନ ନୂଆପଡ଼ାର ମାଓପ୍ରବଣ ଭଇଁଶାଦାନୀ ଗ୍ରାମପଞ୍ଚାୟତ ପାଟଦର ସଂରକ୍ଷିତ ଜଙ୍ଗଲକୁ ଯାଇଥିଲେ । ସେଠାରେ ମାଓବାଦୀ ଓ CRPF ଯବାନଙ୍କ ମଧ୍ୟରେ ଦୀର୍ଘ ସମୟଧରି ଗୁଳିବିନିମୟ ହୋଇଥିଲା । ମାଓବାଦୀଙ୍କ ଗୁଳିରେ 3 ଜଣ CRPF ଯବାନ ଶହୀଦ ହୋଇଛନ୍ତି ।
ଶହୀଦ ହୋଇଥିବା ଯବାନଙ୍କ ମଧ୍ୟରେ 2 ଜଣ ଏଏସଆଇ ଓ ଜଣେ କନେଷ୍ଟବଳ ଅଛନ୍ତି । 2 ଏଏସଆଇ ହରିୟାଣାର ଶିଶୁପାଳ ସିଂ ଓ ଶିବଲାଲ । କନେଷ୍ଟବଳ ଜଣକ ହେଲେ ଉତ୍ତର ପ୍ରଦେଶର ଧର୍ମେନ୍ଦ୍ର ସିଂ ।
Last Updated : Jun 21, 2022, 6:59 PM IST