ଓଡିଶା

odisha

ETV Bharat / state

କେବେ ମିଳିବ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କୁ ଭାରତ ରତ୍ନ ସମ୍ମାନ ? - ପ୍ରବାଦ ପୁରୁଷଙ୍କ ଜନ୍ମ ଜୟନ୍ତୀ ପାଳିଛି ସାରା ରାଜ୍ୟ

ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କୁ ଭାରତ ରତ୍ନରେ ସମ୍ମାନିତ କରିବା ନେଇ ଜୋର ଧରିଛି ଦାବି। ଓଡିଶାର ବରପୁତ୍ରଙ୍କୁ ଉଚିତ୍ ସମ୍ମାନ ମିଳୁନଥିବା ଅଭିଯୋଗ କରିଛି ଜଗନ୍ନାଥ୍ ସେନା। ଅଧିକ ପଢ଼ନ୍ତୁ

ଓଡିଶାର ବରପୁତ୍ରଙ୍କୁ ମିଳୁନି ଉଚିତ୍ ସମ୍ମାନ
ଓଡିଶାର ବରପୁତ୍ରଙ୍କୁ ମିଳୁନି ଉଚିତ୍ ସମ୍ମାନ

By

Published : Mar 5, 2023, 7:44 PM IST

ଓଡିଶାର ବରପୁତ୍ରଙ୍କୁ ମିଳୁନି ଉଚିତ୍ ସମ୍ମାନ

ପୁରୀ: ପ୍ରବାଦ ପୁରୁଷଙ୍କ ଜନ୍ମ ଜୟନ୍ତୀ ପାଳିଛି ସାରା ରାଜ୍ୟ । ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କୁ ଭାରତ ରତ୍ନରେ ସମ୍ମାନିତ କରିବାକୁ ନେଇ ପୁଣି ଜୋର ଧରିଛି ଦାବି । ବିଜୁ ଜୟନ୍ତୀ 107 ତମ ଜନ୍ମ ଜୟନ୍ତୀ ଅବସରରେ ଜଗନ୍ନାଥ ସେନା ପକ୍ଷରୁ ବିଜୁବାବୁଙ୍କ ଅସ୍ଥି ନିକଟରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା । ସ୍ବର୍ଗଦ୍ବାର ପରିକ୍ରମା ପ୍ରକଳ୍ପ ନିର୍ମାଣ ସମୟରେ ବିଜୁବାବୁଙ୍କ ଅସ୍ଥି ପୁରୀ ଅର୍ବାନ ହାଟରେ ରଖାଯାଇଛି ।

ସ୍ବର୍ଗଦ୍ଵାରରୁ ବିଜୁବାବୁଙ୍କ ସମାଧି ଉଚ୍ଛେଦ ପରେ ସେଠାରୁ ଅସ୍ଥି, ପାଉଁଶ, ଆଦି ଅଣାଯାଇ ଅର୍ବାନ ହାଟରେ ରଖାଯାଇ ଥିବା ପୁରୀ ଜଗନ୍ନାଥ ସେନା ପକ୍ଷରୁ ଦାବି କରାଯାଉଛି । ତେବେ ପ୍ରବାଦ ପୁରୁଷ ବିଜୁ ବାବୁ ଅସ୍ଥିକୁ ତାଙ୍କ ପୁଅ ନବୀନ ବାବୁ ନେଇ ଏକ ବଡ଼ ସ୍ମୃତି ସ୍ତମ୍ୱ ସ୍ଥାପନ ପାଇଁ ଜଗନ୍ନାଥ ସେନା ଦାବି କରିଛି । ରାଜ୍ୟ ସରକାର ବିଜୁ ବାବୁଙ୍କ ଅସ୍ଥି ନନେଲେ ପୁରୀରୁ ଜଗନ୍ନାଥ ସେନା ଅସ୍ଥି କଳସ ଶୋଭାଯାତ୍ରା କରି ନବୀନ ନିବାସରେ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଏହା ହସ୍ତାନ୍ତର କରାଯିବ ବୋଲି ଜଗନ୍ନାଥ ସେନା ପକ୍ଷରୁ କୁହାଯାଇଛି ।

ଅଧିକ ପଢ଼ନ୍ତୁ: ପ୍ରବାଦ ପୁରୁଷ ବିଜୁ ବାବୁଙ୍କ 107ତମ ଜନ୍ମ ଜୟନ୍ତୀ ପାଳିତ

ମୁଖ୍ୟମନ୍ତ୍ରୀ ଏହାକୁ ଗ୍ରହଣ ନକଲେ ଦିଲ୍ଲୀରେ ଇଣ୍ଡୋନେସିଆ ରାଷ୍ଟ୍ରଦୁତଙ୍କୁ ଏହା ପ୍ରଦାନ କରାଯିବ ବୋଲି ଜଗନ୍ନାଥ ସେନା ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ କହିଛନ୍ତି । ତେବେ ବିଜୁ ବାବୁଙ୍କ ନାମରେ ସରକାର ଦୀର୍ଘ 25 ବର୍ଷ ହେବ ଶାସନ କରୁଥିବା ବେଳେ ବିଜୁ ବାବୁଙ୍କ ସ୍ମୃତିରେ ଏକ ସ୍ମୃତି ସ୍ତମ୍ଭ ନରହିବା ଅତି ଦୁଃଖର ବିଷୟ ବୋଲି ଜଗନ୍ନାଥ ସେନା କହିଛି । ଏହାସହ ପ୍ରବାଦ ପୁରୁଷଙ୍କୁ ଯାଥା ସମୃତ ସମ୍ମାନ ମିଳିବା ନେଇ ଜଗନ୍ନାଥ ସେନା ଦାବି କରିଛନ୍ତି ।

ଅଧିକ ପଢ଼ନ୍ତୁ: Biju Jayanti: ପ୍ରବାଦ ପୁରୁଷଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଦେଲା ବିଜେଡି

ଏହାସହ ବିଜୁ ବାବୁଙ୍କୁ ଭାରତ ରତ୍ନ ସମ୍ମାନରେ ସମ୍ମାନିତ କରିବା ପାଇଁ ନବୀନ ବାବୁଙ୍କୁ ଅନୁରୋଧ କରିଛନ୍ତି ଜଗନ୍ନାଥ ସେନା ଆବାହକ ପ୍ରିୟ ଦର୍ଶନ ପଟ୍ଟନାୟକ । ଓଡିଶାର ବରପୁତ୍ରଙ୍କୁ ଉଚିତ୍ ସମ୍ମାନ ମିଳୁନଥିବା ଅଭିଯୋଗ କରିଛି ଜଗନ୍ନାଥ ସେନା । ଯଦି ଓଡିଶାର ବରପୁତ୍ରଙ୍କୁ ଉଚିତ୍ ସମ୍ମାନ ନଦିଆଯାଏ ଜଗନ୍ନାଥ୍ ସେନା ପକ୍ଷରୁ ଏକ ବିଶାଳ ରାଲି କରାଯିବ ବୋଲି ସରକାରଙ୍କୁ ଚେତାବନୀ ଦିଆଯାଇଛି ।

ଇଟିଭି ଭାରତ, ପୁରୀ

ABOUT THE AUTHOR

...view details