ଓଡିଶା

odisha

ମଣ୍ଡିରେ ପଡିଛି ଧାନ, ନା ଆସୁଛି ମିଲର ନା ଉଠୁଛି ଧାନ

By

Published : Jan 26, 2021, 8:53 AM IST

ନୂଆପଡା ଜିଲ୍ଲା ସିଙ୍ଗଝର ଧାନମଣ୍ଡିରେ ଅଚଳାବସ୍ଥା । ଖରା ବର୍ଷା ଶୀତରେ ମଣ୍ଡିରେ ଧାନକୁ ଜଗି ରହିିଛି ଚାଷୀ । ନା ଆସୁଛି ମିଲର ନା ମଣ୍ଡିରୁ ଉଠୁଛି ଧାନ । ଅଧିକ ପଢନ୍ତୁ...

ସିଙ୍ଗଝର ଧାନମଣ୍ଡିରେ ଅଚଳାବସ୍ଥା
ସିଙ୍ଗଝର ଧାନମଣ୍ଡିରେ ଅଚଳାବସ୍ଥା

ନୂଆପଡା: ଜିଲ୍ଲାର ସିଙ୍ଗଝର ଧାନମଣ୍ଡିରେ ଅଚଳାବସ୍ଥା । ଗୋଟିଏ ମାସ ଧରି ମଣ୍ଡିରେ ଧାନ ପଡି ରହିଛି । ଖରା ବର୍ଷା ଶୀତରେ ମଣ୍ଡିରେ ଧାନକୁ ଜଗି ରହିିଛି ଚାଷୀ । ନା ଆସୁଛି ମିଲର ନା ମଣ୍ଡିରୁ ଉଠୁଛି ଧାନ । ଏ ନେଇ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି ।

ସିଙ୍ଗଝର ଧାନମଣ୍ଡିରେ ଅଚଳାବସ୍ଥା

ଖରା ବର୍ଷାରେ ଝାଳ ବୁହାଇ ଫସଲ ଅମଳ କରିଥାଏ ଚାଷୀ । ସେଥିରୁ ଦୁଇ ପଇସା ରୋଜଗାର କରି ନିିଜ ପରିବାର ଚଳେଇବାକୁ କେତେ ସ୍ବପ୍ନ ଦେଖିଖଥାଏ । ହେଲେ ଧାନ ମଣ୍ଡିରେ ଅବ୍ୟବସ୍ଥା ନେଇ ଚାଷୀର ସବୁ ସ୍ବପ୍ନ ଧୂଳିସାତ ହୋଇଯାଉଛି । ମାସ ମାସ ଧରି ମଣ୍ଡରେ ଧାନବସ୍ତା ପଡି ରହୁଛି । ମାସ ମାସ ଧାନ ପଡି ରହିବା ଫଳରେ ଧାନ ମୂଷା ଖାଇବା ସହିତ ନଷ୍ଟ ହେଉଛି । ଫଳରେ ଖରା ବର୍ଷାରେ ଧାନକୁ ମଣ୍ଡି ଜଗି ରହିଛି ଚାଷୀ । ମିଲର କେବେ ଆସିବ ଧାନ କେବେ ଉଠିବ ଏ ନେଇ ଚିନ୍ତାରେ ଚାଷୀ ।

ସିଙ୍ଗଝର ଧାନମଣ୍ଡିରେ ଧାନ କ୍ରୟ କରିବାପାଇଁ ସ୍ଥାନୀୟ ମାଁ ତୁଳସୀ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ସରକାର ଦାୟିତ୍ୱ ଦେଇଥିଲେ । ମଣ୍ଡି ଆରମ୍ଭ ହେବା ଦିନଠାରୁ କେବଳ 5ହଜାର 5ଶହ କୁଇଣ୍ଟାଲ ଧାନ କ୍ରୟ କରିଥିବା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସଭାନେତ୍ରୀ ଗୀତାଞ୍ଜଳି ନିଆଲ ସୂଚନା ଦେଇଛନ୍ତି । ଏହାପରେ ଟାର୍ଗେଟ ପାଇଁ ଜ଼ିଲ୍ଲା ଯୋଗାଣ ଅଧିକାରୀଙ୍କୁ ଜଣାଇଥିବା ମହିଳାମାନେ ପ୍ରକାଶ କରିଛନ୍ତି । ହେଲେ ଏଯାଏଁ ଟାର୍ଗେଟ ପୂରଣ ହୋଇନାହିଁ । ମଣ୍ଡିକୁ ମିଲର ଆସୁନଥିବା କହିଛନ୍ତି । ଅନ୍ୟପଟେ ଚାଷୀଙ୍କ ଝିଅ,ପୁଅ ବାହାଘର ପାଇଁ ଧାନମଣ୍ଡି ବାଧା ଦେଇଥିବା ଚାଷୀ ଅଭିଯୋଗ କରିଛନ୍ତି । ସିଙ୍ଗଝର ଧାନମଣ୍ଡିରେ ସୋମବାର ପର୍ଯ୍ୟନ୍ତ 19 ଜଣ ଚାଷୀଙ୍କ 2819ବସ୍ତା ଧାନ ପଡିଛି । ସରକାର ତୁରନ୍ତ ମଣ୍ଡିରୁ ଧାନ ଉଠାନ୍ତୁ ନଚେତ ଆଗାମୀ ଦିନରେ ଆନ୍ଦୋଳନ କରିବେ ବୋଲି ଚାଷୀ ଚେତାବନୀ ଦେଇଛନ୍ତି ।

ନୂଆପଡାରୁ ମୋତିଲାଲ ବାଗ, ଇଟିଭି ଭାରତ

ABOUT THE AUTHOR

...view details