ନୂଆପଡା: ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ମାଖାପଦର ଗ୍ରାମପଞ୍ଚାୟତ ନୂତନ କୃଷି ସମବାୟ ସମିତି(ପେକ୍ସ) ଗଠନରେ ବ୍ୟାପକ ଅନିୟମିତତା ଅଭିଯୋଗ । ପଞ୍ଚାୟତର ଚାଷୀମାନେ ଏହି ଅଭିଯୋଗ ଆଣିଛନ୍ତି । ଲିଆଡ଼, ଝଙ୍କରଗୁଡା, ଚଉରା, ମାଲପଡା, ମଖାପଦର, ସୀତଲିଖଲିଆ, କପିଆ, ଯୋଗିବାହାଲ ଗାଁର ଶତାଧିକ ଛୋଟବଡ ଚାଷୀ ଏହି ଅଭିଯୋଗ ଆଣିଛନ୍ତି । ସ୍ଥାନୀୟ ଜିଲ୍ଲା ପରିଷଦ ସଭ୍ୟା ନିଜ କ୍ଷମତାର ଅପବ୍ୟବହାର କରି ଇଚ୍ଛାନୁସାରେ କୃଷି ସମବାୟ ସମିତି ସମ୍ପାଦକ କରିଥିବା ଅଭିଯୋଗ ହୋଇଛି । ନିଜ ପୁତୁରାକୁ ସମିତି ସମ୍ପାଦକ କରିଥିବା ନେଇ ୮ଟି ଗ୍ରାମର ଚାଷୀ ଅଭିଯୋଗ କରିଛନ୍ତି । ଏଭଳି କାର୍ଯ୍ୟ ପରେ ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ଏହାକୁ ନେଇ ଅଭିଯୋଗ କରାଗଲେ ସୁଦ୍ଧା କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନଥିବା ଅଭିଯୋଗ ହୋଇଛି ।
ଏହା ମଧ୍ୟ ପଢନ୍ତୁ: Budget Session: ବିଧାନସଭାରେ ଅପପୃଷ୍ଟି ପ୍ରସଙ୍ଗ ଉଠାଇ ସରକାରଙ୍କୁ ଟାର୍ଗେଟ କଲେ ଜୟନାରାୟଣ
ପ୍ରକାଶଥାଉକି, କୃଷି ସମବାୟ ସମିତି ଗଠନ କରିବା ସରକାରଙ୍କ ମହତ୍ୱପୂର୍ଣ୍ଣ ଉଦ୍ଦେଶ୍ୟ ରହିଛି । ଅସହାୟ କୃଷକଙ୍କୁ ପ୍ରୋତ୍ସାହନ ଯୋଗାଇ କୃଷକଙ୍କ ଉନ୍ନତି ପାଇଁ ସର୍ବଦା କାମ କରିବା ସରକାରଙ୍କ ମୂଳ ଲକ୍ଷ୍ୟ । ହେଲେ ମଖାପଦର ନୂତନ ସମବାୟ ସମିତି ଗଠନ କରିବାରେ ଜିଲ୍ଲା ପରିଷଦ ସଭ୍ୟାଙ୍କ ମାନମୁଖୀ କାର୍ଯ୍ୟକଳାପ ହାଟରେ ପଡି ଦାଣ୍ଡରେ ଗଢୁଛି ।
କୃଷି ସମବାୟ ସମିତି ଗଠନ ନିୟମରେ ସର୍ବଦା କୃଷକଙ୍କୁ ଅଗ୍ରାଧିକାର ଦିଆଯାଇଥିବା ନିୟମରେ ଉଲ୍ଲେଖ କରାଯାଇଛି । ହେଲେ ଜିଲ୍ଲା ପରିଷଦ ସଭ୍ୟା ନିଜ ପାୱାର କରିଡର ଭିତରେ ସମସ୍ତ ନିୟମକୁ ଖୁଲମଖୁଲା ଉଲଙ୍ଘନ କରି ଅଞ୍ଚଳର କୃଷକଙ୍କୁ ଅଣଦେଖା କରିଥିବା ଚାଷୀମାନେ ଅଭିଯୋଗ କରିଛନ୍ତି । ଯାହାଫଳରେ ମଖାପଦର ଅଞ୍ଚଳର ଶହଶହ କୃଷକଙ୍କ ମଧ୍ୟରେ ଆନ୍ଦୋଳନ ଦାନା ବାନ୍ଧୁଛି ।