ନୂଆପଡା: ଜିଲ୍ଲା ଖଡିଆଳ ରୋଡ ଜିଏସଟି ପ୍ରବର୍ତ୍ତନ ଶାଖା ଡେପୁଟି କମିଶନର ପ୍ରିୟବ୍ରତ ଗଡ଼ତିଆ ଏବଂ ରାଜ୍ୟକର ଅଧିକାରୀ ନୀଳାଦ୍ରୀ ବିହାରୀ ଦାଢିଆଙ୍କ ନେତୃତ୍ବରେ ଟିକସ ଫାଙ୍କିବା ଅଭିଯୋଗରେ ପୃଥକ ପୃଥକ ଭାବରେ 2 ଗୋଟି ଟିମ ଖଡ଼ିଆଳ ସହର ସ୍ଥିତ ବିଭିନ୍ନ ବ୍ୟବସାୟୀ ସଂସ୍ଥା ଉପରେ ଅତର୍କିତ ଚଢାଉ କରିଛନ୍ତି।
ଖଡ଼ିଆଳ ସ୍ଥିତ 353 ଜାତୀୟ ରାଜପଥ କଡରେ ଥିବା ଲଷ୍ମୀ ସେଲସ ଇନପୁଟ କ୍ରେଡିଟ ଟେକ୍ସ ଏବଂ ଓୱେବିଲ ନାଁରେ ସମୁଦାୟ 50 ଲକ୍ଷରୁ ଉର୍ଦ୍ଧ୍ବ ଟିକସ ଫାଙ୍କିବା ଥିବା ଜିଏସଟି ପ୍ରବର୍ତ୍ତନ ଶାଖା ଡେପୁଟି କମିଶନର ସୂଚନା ଦେଇଛନ୍ତି ।