ନୂଆପଡା: ନୂଆପଡା ଜିଲ୍ଲା ଖରିଆର ରୋଡ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ଆଜି ନୂତନ 108 ଆମ୍ବୁଲାନ୍ସର ଶୁଭ ଉଦଘାଟନ ହୋଇଯାଇଛି । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଖରିଆରରୋଡ଼ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ମୁଖ୍ୟ ଚିକିତ୍ସା ଅଧିକାରୀ ବିରେନ୍ଦ୍ର କୁମାର ବାଗ ଯୋଗଦେଇ ସବୁଜ ପତାକା ଦେଖାଇଥିଲେ ।
ଖରିଆର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଆରମ୍ଭ ହେଲା ନୂଆ ଆମ୍ବୁଲାନ୍ସ - 108 ଆମ୍ବୁଲାନ୍ସ
ନୂଆପଡା ଜିଲ୍ଲା ଖରିଆର ରୋଡ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ଆଜି ନୂତନ 108 ଆମ୍ବୁଲାନ୍ସର ଶୁଭ ଉଦଘାଟନ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବରେ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ମୁଖ୍ୟ ଚିକିତ୍ସା ଅଧିକାରୀ ବିରେନ୍ଦ୍ର କୁମାର ବାଗ ଯୋଗ ଦେଇଥିଲେ । ଆହୁରି ପଢନ୍ତୁ...
ନୂଆପଡାରେ ନୂତନ 108 ଆମ୍ବୁଲାନ୍ସର ଉଦଘାଟନ
108 ଆମ୍ବୁଲାନ୍ସ ଦ୍ୱାରା ଖରିଆର ରୋଡ଼, ନୂଆପଡା ଅଞ୍ଚଳର ରୋଗୀମାନେ ଆଗାମୀ ଦିନରେ ଭରପୁର ଫାଇଦା ନେଇ ପାରିବେ ବୋଲି ସୂଚନା ଦେଇଛନ୍ତି । ଏହି ଅବସରରେ ଡାକ୍ତର ତେଜରାଜ ସାହୁ, ବିପିଏମ ଶେଖ ଉଆରିସ ରାଜା ପିଏଚଇ ଓ ଚାନ୍ଦନୀ କିଷାନ ସମେତ ସ୍ୱାସ୍ଥ୍ୟକେନ୍ଦ୍ରର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ ।
ନୂଆପଡାରୁ ମୋତିଲାଲ ବାଗ, ଈଟିଭି ଭାରତ