ନୂଆପଡ଼ା: ଖଡ଼ିଆଳ ମହୋତ୍ସବ 2023ର ଶୁଭ ଉଦଘାଟିତ ହୋଇଯାଇଛି । ନୂଆପଡ଼ା ଜିଲ୍ଲାର ପ୍ରାଣକେନ୍ଦ୍ର କୁହାଯାଉଥିବା ଐତିହାସିକ ଖଡ଼ିଆଳ ସହର ସ୍ଥିତ ରାଜା ଏଟି ହାଇସ୍କୁଲ ଖେଳ ପଡ଼ିଆ ଠାରେ ଖଡ଼ିଆଳ ମହୋତ୍ସବର ଉଦଘାଟନ ହୋଇଛି । ମହୋତ୍ସବର ପ୍ରଥମ ସନ୍ଧ୍ୟାରେ ବିଭିନ୍ନ ଅଞ୍ଚଳର ପାରମ୍ପାରିକ ଲୋକନୃତ୍ୟରେ ଝୁମିଲେ ଦର୍ଶକ ।
ଏହା ମଧ୍ୟ ପଢ଼ନ୍ତୁ:DoT Fest In Bhubaneswar: ଝୁମିଲା ରାଜଧାନୀ, ଗୀତରେ ମତୁଆଲା କଲେ ରନ୍ଧାୱା
ଏହି ଅବସରରେ ଖଡ଼ିଆଳ ରିରିପିଟି ପ୍ରାକ ଐତିହାସିକ ଶିଳା ଚିତ୍ର ଯୋଗୀମଠରୁ ବିଜୟ ମଶାଲ ଧରି ଏକ ଶୋଭାଯାତ୍ରାରେ ବାହାରିଥିଲେ । ଖଡ଼ିଆଳ ବଡ ଦଧିବାମାନ ମନ୍ଦିର, ଠାକୁରାଣୀ ମନ୍ଦିର, ମାଁ ସମଲେଶ୍ବରୀ ମନ୍ଦିରରେ ପୂଜାର୍ଚ୍ଚନା କରିବା ପରେ ଏକ ବିଶାଳ ସାଂସ୍କୃତିକ ଶୋଭାଯାତ୍ରାରେ ସହର ପରିକ୍ରମା କରି ଥାନା ଛକ ଦେଇ ମହୋତ୍ସବ ପଡ଼ିଆ ଠାରେ ପହଞ୍ଚିଥିଲା । ମହୋତ୍ସବ ପାଳନ କମିଟି ସଭାପତି ଜିତେନ୍ଦ୍ର ନାଥ ପଟ୍ଟନାୟକ, ଖଡ଼ିଆଳ ବିଧାୟକ ଅଧିରାଜ ପାଣିଗ୍ରାହୀଙ୍କ ସମେତ ପାଳନ କମିଟିର ବହୁ ବରିଷ୍ଠ ସଦସ୍ୟ ଗଣ ବିଜୟ ମଶାଲକୁ ସ୍ୱାଗତ କରିଛନ୍ତି । ପରେ ସାଂସ୍କୃତିକ ସଭାରେ ମୁଖ୍ୟ ଅତିଥି ନୂଆପଡା ଜିଲ୍ଲାପାଳ ହେମକାନ୍ତ ସାଏ, ନୂଆପଡା ଆରକ୍ଷୀ ଅଧିକ୍ଷ ଆର. ଗୁଣ୍ଡାଲ ରେଡି ଯୋଗଦେଇ ଖଡ଼ିଆଳ ମହୋତ୍ସବ 2023କୁ ଆନୁଷ୍ଠାନିକ ଭାବରେ ଉଦଘାଟନ କରି ଖଡ଼ିଆଳ ଜ୍ୟୋତି ପତ୍ରିକାକୁ ଲୋକାର୍ପଣ କରିଛନ୍ତି ।