ଓଡିଶା

odisha

ନୂଆପଡାକୁ ଦିନିକିଆ ଗସ୍ତରେ IG ଅପରେସନ ଅମିତାଭ ଠାକୁର

By

Published : Feb 22, 2023, 8:53 PM IST

ନୂଆପଡା ଜିଲ୍ଲା ଦିନିକିଆ ଗସ୍ତରେ ଅମିତାଭ ଠାକୁର । ଜିଲ୍ଲାର ମାଓପ୍ରବଣ ସୁନାବେଡା ଅଭୟାରଣ୍ୟର ବିଭିନ୍ନ ଅଞ୍ଚଳ ଗସ୍ତ କରିବା ସହ ଅଧିକାରୀମାନଙ୍କ ସହ ସମୀକ୍ଷା ବୈଠକ କରି ଫେରିଛନ୍ତି । ଅଧିକ ପଢନ୍ତୁ

IG Operation Amitabh Thakur
IG Operation Amitabh Thakur

IG Operation Amitabh Thakur

ନୂଆପଡା: ଆଜି ନୂଆପଡା ଜିଲ୍ଲା ଦିନିକିଆ ଗସ୍ତରେ IG ଅପରେସନ ଅମିତାଭ ଠାକୁର । ଏନେଇ ତାଙ୍କ ସହିତ ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି ରାଜେଶ ପଣ୍ଡିତ ଓ IG CRPF ଭିକେ ବିରଡି ଜିଲ୍ଲାର ମାଓପ୍ରବଣ ସୁନାବେଡା ଅଭୟାରଣ୍ୟର ବିଭିନ୍ନ ଅଞ୍ଚଳ ଗସ୍ତ କରିଥିଲେ । ଏଥିସହ ନୂଆପଡା ସଦର ଠାରେ ବରିଷ୍ଠ ପୋଲିସ , ସିଆରପିଏଫ , ଡିଭିଏଫ, ଏସଓଜି ଅଧିକାରୀ ମାନଙ୍କ ସହ ସମୀକ୍ଷା ବୈଠକ କରି ଫେରି ଯାଇଛନ୍ତି।

ଏଥିସହ ମାଓପ୍ରବଣ ସୁନାବେଡା ଅଭୟାରଣ୍ୟ ସୋସେଙ୍ଗ, ଜାମଗାଁ,ସୁନାବେଡା ଅଞ୍ଚଳ ପରିଦର୍ଶନ କରିବା ଅତି ନିକଟରୁ ମାଓ ଗତିବିଧି ଉପରେ ନିରୀକ୍ଷଣ କରିଛନ୍ତି । ଗତ 2008 ମସିହାରୁ ନୂଆପଡା ଜିଲ୍ଲା ର ସୁନାବେଡା ଅଭୟାରଣ୍ୟ, ବୋଡେ଼ନ ପାଟଧରା, ସିନାପାଲି ଅଙ୍ଗଲବୋଡ଼ , ଘାଟମାଲ ଅଞ୍ଚଳରେ ମାଓବାଦୀ ଥିବା ଜଣା ପଡିଥିଲା । ସେହି ସମୟରେ ପ୍ରଚୁର ସଂଖ୍ୟାରେ ମାଓବାଦୀ ଲୁଚି ରହି ହିଂସା ଘଟାଉଥିଲେ । ସେତେବେଳେ ସାଧାରଣ ଧନ ଜୀବନ ମଧ୍ୟ କ୍ଷତି ଘଟିଛି । ମାଓ ପ୍ରବଣ ଜିଲ୍ଲା ଭାବରେ ନୂଆପଡା ରାଜ୍ୟରେ ଚର୍ଚ୍ଚିତ ଥିଲା ହେଲେ ଏବେ ରାଜ୍ୟରେ ନକ୍ସଲ ସଂଖ୍ୟା କମିଛି । ତେବେ ଏହି କ୍ରମରେ ନୂଆପଡା ଜିଲ୍ଲା ରେ ମଧ୍ୟ ମାଓବାଦୀ ସଂଖ୍ୟା କମିଛି ବୋଲି IG ଅପରେସନ ଅମିତାଭ ଠାକୁର ପ୍ରକାଶ କରିଛନ୍ତି ।

ତେବେ ଏକାଧିକ ମାଓବାଦୀ ମୃତ୍ୟୁ ମୁଖରେ ପଡିଥିବା ବେଳେ ଅନେକ ମାଓବାଦୀ ହିଂସା ଛାଡି ଆତ୍ମସମର୍ପଣ କରି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୋଇଥିବା ସହ ସରକାରୀ ଯୋଜନାର ଲାଭ ଉଠାଉଛନ୍ତି । ହିଂସା ଛାଡି ମୁଖ୍ୟ ସ୍ରୋତରେ ସାମିଲ ହେବାକୁ DG ପୋଲିସ,CM ଆହ୍ବାନ କରିଛନ୍ତି ବୋଲି IG ଅପରେସନ ପ୍ରକାଶ କରିଛନ୍ତି । ଏନେଇ ରାଜ୍ୟବ୍ୟାପୀ ନକ୍ସଲ ଙ୍କ ସଂଖ୍ୟା କମି କମି ଯାଉଛି ,ଏହି କ୍ରମରେ ନୂଆପଡା ଜିଲ୍ଲା ରେ ମଧ୍ୟ ନକ୍ସଲ ଙ୍କ ସଂଖ୍ୟା କମିଛି । ଆଗକୁ ନୂଆପଡା ଜିଲ୍ଲାକୁ ନକ୍ସଲ ମୁକ୍ତ ଜିଲ୍ଲା କରିବା ଲକ୍ଷ୍ୟ ରହିଛି ବୋଲି IG ଅପରେସନ ପ୍ରକାଶ କରିଛନ୍ତି ।

ନୂଆପଡା ଜିଲ୍ଲା ଛତିଶଗଡ ସୀମାନ୍ତରେ ଏକ ଅଞ୍ଚଳ ଥିବା ସହ ଘଞ୍ଚ ଜଙ୍ଗଲ ରହିଛି ଯାହାରା ଫାଇଦା ଉଠାଇ ନକ୍ସଲ ଖସିଯାଏ। ଯେଉଁ କାରଣରୁ ଅତୀତରେ ଆମର ଅନେକ କ୍ଷତି ହୋଇଛି। ତେବେ ଏନେଇ ଆଗକୁ ଛତିଶଗଡ ଯବାନ ପୋଲିସ ସହ ସୁସମ୍ପର୍କ ରଖି ସୀମାନ୍ତରେ କମ୍ବିଂଗ ଅପରେସନ ଙ୍କୁ ଜୋରଦାର କରାଯିବ ବୋଲି ପ୍ରକାଶ କରିଛନ୍ତି । କମ୍ବିଂ ଅପରେସନ କୁ ସୁଦୃଢ କରି ନକ୍ସଲ ମୁକ୍ତ କରାଯିବ । ନକ୍ସଲ ଙ୍କ ସଂଖ୍ୟା କମିବା ସହ ତାଙ୍କ ପାଖରେ ଅତ୍ୟାଧୁନିକ ରଣ କୌଶଳ ସାମଗ୍ରୀ ନାହିଁ । ଯାହାକି ଆମ ଯବାନ ସହ ସାମ୍ନା କରି ପାରିବ ନକ୍ସଲ । ଆମର ଆହ୍ବାନ ଅଛି ନକ୍ସଲ ହିଂସା ଛାଡି ଆତ୍ମସମର୍ପଣ କରନ୍ତୁ ଏବଂ ସରକାର ଙ୍କ ଯୋଜନାର ଲାଭ ଉଠାଇବା ସହ ମୁଖ୍ୟ ସ୍ରୋତରେ ସାମିଲ ହୁଅନ୍ତୁ ନହେଲେ ଭବିଷ୍ୟତରେ ଅସୁବିଧାର ସମ୍ମୁଖୀନ ହେବେ। କାରଣ ନକ୍ସଲ ମୁକ୍ତ କରିବା ପାଇଁ ଆମେ ପ୍ରସ୍ତୁତି ଆରମ୍ଭ କରିଦେଇଛୁ ବୋଲି ଅମିତାଭ ଠାକୁର ଗଣମାଧ୍ୟମ କୁ ସୂଚନା ଦେଇଛନ୍ତି । ତେବେ ଗସ୍ତକାଳରେ ତାଙ୍କ ସହିତ ଦକ୍ଷିଣ ପଶ୍ଚିମାଞ୍ଚଳ DIG ରାଜେଶ ପଣ୍ଡିତ, IG CRPF ଭିକେ ବିରଡି , ନୂଆପଡା SP ପ୍ରଦ୍ୟୁଷ ଦିବାକର ସାମିଲ ଥିଲେ ।

ଇଟିଭି ଭାରତ, ନୂଆପଡା

ABOUT THE AUTHOR

...view details