ନୂଆପଡା: ପ୍ରକୃତି ପ୍ରେମୀ ଆଇଆଇସି କୈଳାଶ ଚନ୍ଦ୍ର ସେଠୀଙ୍କ ଅଭିନବ ପ୍ରୟାସ। ଥାନା ପରିସର ମଧ୍ୟରେ ସୃଷ୍ଟି କରିଛନ୍ତି ମିନି ପାର୍କ। ଏହାସହ ଅଦରକାରୀ କାନ୍ଥବାଡ଼ରେ ତୂଳିରେ ରଙ୍ଗ ବେରଙ୍ଗର ଚିତ୍ର ଆଙ୍କି ଜୀବନ୍ତ କରିଦେଇଛନ୍ତି ଥାନା ପରିସର। ଜୁଇ, ଜାଇ, ହେନା, ଟଗର ଫୁଲର ବାସ୍ନାରେ ଚହଟୁଛି ଖଡ଼ିଆଳ ଥାନା ପରିସର । ଯେକେହି ବି ପ୍ରକୃତି ପ୍ରେମୀ ଥରେ ଦେଖିଲେ ଭୁଲିପାରିବନି ମିନି ପାର୍କର ମହକ ଚହକ।
ବର୍ଷ ବର୍ଷ ଧରି ଧୂସର ରଙ୍ଗରେ ବୋଲି ହୋଇଥିବା ମୁକୁଳା କାନ୍ଥ ବାଡ ମଧ୍ୟ ଜୀବନ୍ତ ରୂପରେ ଦଣ୍ଡାୟମାନ। ଓଡ଼ିଶାର କଳା ସାହିତ୍ୟ ସଂସ୍କୃତି ଗାଥା ଗାଉଛି କାନ୍ଥ। ମହାପ୍ରଭୁଙ୍କ ରଥା ଯାତ୍ରାଠାରୁ ଆରମ୍ଭ କରି ପିତା ମାତାର ଯୋଗ୍ୟ ସନ୍ତାନ ଶ୍ରବଣ କୁମାରଙ୍କ ଜୀବନ ଯାତ୍ରା ଆହା କି ମନୋହର। ଗୌତମ ବୁଦ୍ଧ, ଜଗତର ନାଥ ଜଗନ୍ନାଥ ସମେତ ହିନ୍ଦୁ, ମୁସଲିମ, ଶିଖ, ଇସାଇ ହମ ସବ ହେଁ ଭାଇ ଭାଇ ସର୍ବ ଧର୍ମ ସମନ୍ବୟ ଚିତ୍ରଟି ବେଶ ମନୋହର।