ଓଡିଶା

odisha

ETV Bharat / state

ଗାଁର ମଦ୍ୟପଙ୍କୁ ସାବାଡ କରିବାକୁ ମଦ ମୁକ୍ତି ଆନ୍ଦୋଳନରେ ଶତାଧିକ ମହିଳା

ସ୍ଥାନୀୟ ଖଡିଆଳ ଥାନା ଅନ୍ତର୍ଗତ ଭୋଜପୁର ଗାଁରେ ତେଜିଲା ମଦ ମୁକ୍ତି ଆନ୍ଦୋଳନ । ଆନ୍ଦୋଳନରେ ସାମିଲ ହେଲେ ମହିଳା ସ୍ବୟଂ ସହାୟକ ଗୋଷ୍ଠୀର ଶତାଧିକ ମହିଳା । ହାତରେ ଠେଙ୍ଗା ଧରି ଗାଁ ପରିକ୍ରମା କଲେ ମହିଳା ।

By

Published : Oct 9, 2020, 10:14 AM IST

nuapada latest news, liquor factory vandalised in nuapada, women on protest in nuapada, liquor free movement in nuapada, liquor free movement, ନୂଆପଡା ଲାଟେଷ୍ଟ ନ୍ୟୁଜ୍‌, ନୂଆପଡାରେ ମଦଭାଟି ନଷ୍ଟ, ନୂଆପଡାରେ ମହିଳାଙ୍କ ଆନ୍ଦୋଳନ, ନୂଆପଡାରେ ମଦ ମୁକ୍ତି ଆନ୍ଦୋଳନ, ମଦ ମୁକ୍ତି ଆନ୍ଦୋଳନ
ଗାଁର ମଦ୍ୟପଙ୍କୁ ସାବାଡ କରିବାକୁ ମଦ ମୁକ୍ତି ଆନ୍ଦୋଳନରେ ଶତାଧିକ ମହିଳା

ନୂଆପଡା: ସ୍ଥାନୀୟ ଖଡିଆଳ ଥାନା ଅନ୍ତର୍ଗତ ଭୋଜପୁର ଗାଁରେ ତେଜିଲା ମଦ ମୁକ୍ତି ଆନ୍ଦୋଳନ । ଆନ୍ଦୋଳନରେ ସାମିଲ ହେଲେ ମହିଳା ସ୍ବୟଂ ସହାୟକ ଗୋଷ୍ଠୀର ଶତାଧିକ ମହିଳା । ହାତରେ ଠେଙ୍ଗା ଧରି ଗାଁ ପରିକ୍ରମା କଲେ ମହିଳା । ପରେ ଭୋଜପୁର ଭୁଲିଆସିକୁଆ ଗାଁ ମଝିରେ ଥିବା ଭୋଜପୁର ଦେଶୀ ମଦଭାଟିକୁ ଘେରାଉ କରି ଏହାକୁ ନଷ୍ଟ କରିଛନ୍ତି ଉତ୍ତ୍ୟକ୍ତ ଆନ୍ଦୋଳନକାରୀ ମହିଳାମାନେ ।

ଗାଁର ମଦ୍ୟପଙ୍କୁ ସାବାଡ କରିବାକୁ ମଦ ମୁକ୍ତି ଆନ୍ଦୋଳନରେ ଶତାଧିକ ମହିଳା

ସୂଚନା ଅନୁଯାୟୀ ଗାଁରେ ଥିବା ମଦ କୋଠୀମାନଙ୍କୁ ବେଆଇନ ଭାବରେ ମଦ ନଦେବାକୁ ମଦଭାଟି ମ୍ୟାନେଜରଙ୍କୁ ତାଗିଦ କରିଥିଲେ ଆନ୍ଦୋଳନକାରୀ ମହିଳାମାନେ । କେବଳ ସେତିକି ନୁହେଁ ମଦଭାଟି ନିକଟରେ ଥିବା 2 ଗୋଟି ବେଆଇନ ମଦ କୋଠୀକୁ ନିଆଁ ଲଗାଇବା ସହ ବ୍ୟାପକ ମଦ ପାଉଚ ମଧ୍ୟ ନଷ୍ଟ କରିଛନ୍ତି ଆନ୍ଦୋଳନକାରୀ । ସେପଟେ ଭୋଜପୁର ଗାଁରେ ଦିନକୁ ଦିନ ବେଆଇନ ମଦ କାରବାର ବଢ଼ିବାରେ ଲାଗିଥିବାରୁ ସନ୍ଧ୍ୟା ସମୟରେ ଗାଁର ମଦୁଆମାନେ ନିଶାସକ୍ତ ଅବସ୍ଥାରେ ଗାଁ ଦାଣ୍ଡରେ ଉତ୍ପାତ କରୁଥିବା ମହିଳାମାନେ ଅଭିଯୋଗ କରିଛନ୍ତି ।

ମଦୁଆଙ୍କ କୁପ୍ରଭାବତ ଯୋଗୁଁ ଛାତ୍ରଛାତ୍ରୀ, ଯୁବକ ଓ ଯୁବତୀମାନଙ୍କରେ ଘରୁ ବାହାରିବାରେ ଅସୁବିଧା ହେଉଥିବା ଦେଖାଯାଉଛି । ସେପଟେ ଅନେକ ମଦ୍ୟପ ମଦ ପିଇବା ପରେ ଘରେ ଥିବା ସ୍ତ୍ରୀ ଓ ପିଲା ଛୁଆଙ୍କୁ ମାର ପିଟ କରୁଥିବା ମଧ୍ୟ ଅଭିଯୋଗ ଆସିଥିଲା । ଯାହାର ପ୍ରତିବାଦରେ ମଦୁଆଙ୍କୁ ସାବାଡ କରିବା ସହ ଗାଁରେ ଥିବା ମଦ କୋଠୀକୁ ବନ୍ଦ କରିବା ପାଇଁ ଅଣ୍ଟା ଭିଡିଛନ୍ତି ଗାଁର ମହିଳାମାନେ ।

ନୂଆପଡାରୁ ମୋତିଲାଲ ବାଗ, ଇଟିଭି ଭାରତ

ABOUT THE AUTHOR

...view details