ଓଡିଶା

odisha

ETV Bharat / state

ପୁଣି ଖଟିଆରେ 4କିମି ବୁହା ହେଲେ ପ୍ରସୂତି

ରାଜ୍ୟରେ ପୁଣି ଦେଖିବାକୁ ମିଳିଛି ଜନନୀ ଯନ୍ତ୍ରଣା । ନୂଆପଡାର ଅପହଞ୍ଚ ପାହାଡିଆ କପରଗଡ ଗାଁରେ ଦେଖିବାକୁ ମିଳିଛି ଏପରି ଅଭାବନୀୟ ଦୃଶ୍ୟ । ଦୀର୍ଘ 4 କିଲୋମିଟର ଖଟିଆରେ ବୁହା ହୋଇଛନ୍ତି ଗର୍ଭବତୀ ।

By

Published : Dec 26, 2019, 7:18 PM IST

nuapada latest news, janani jantrana in nuapada, janani jantrana, ଜନନୀ ଯନ୍ତ୍ରଣା, ନୂଆପଡାରେ ଜନନୀ ଯନ୍ତ୍ରଣା, ନୂଆପଡା ଲାଟେଷ୍ଟ ନ୍ୟୁଜ୍‌
ଆଉ କେତେ ଦିନ ଚାଲିବ ଜନନୀ ଯନ୍ତ୍ରଣା ?

ନୂଆପଡା: ପୁଣି ଜନନୀ ଯନ୍ତ୍ରଣାରେ ଛଟପଟ ହୋଇଛନ୍ତି ନୂଆପଡାର ଜଣେ ଗର୍ଭବତୀ । ସରକାରଙ୍କ ଢୋଲପିଟା ଯୋଜନା ପରେ ବି ଗାଁକୁ ଗନ୍ତବ୍ୟ ରାସ୍ତାଟିଏ ନଥିବାରୁ 4 କିଲୋମିଟର ଖଟିଆରେ ବୁହା ହୋଇଛନ୍ତି ଖଡିଆଳ ବ୍ଲକ ଅନ୍ତର୍ଗତ କିରିକିଟା ଗ୍ରାମ ପଞ୍ଚାୟତସ୍ଥିତ ଦୁର୍ଗମ କପରଗଡ ଗାଁର ଗର୍ଭବତୀ ମହିଳା । ଗୁରୁବାର ସମ୍ପୃକ୍ତ ଗାଁର ଉମା ମାଝୀଙ୍କ ପତ୍ନୀ ଘରମଣି ମାଝୀ ଯନ୍ତ୍ରଣାରେ ଛଟପଟ ହେବା ବେଳେ ଗାଁକୁ ରାସ୍ତା ନଥିବାରୁ ଖଟିଆରେ ବୁହା ହୋଇଥିଲେ ସେ ।

ଆଉ କେତେ ଦିନ ଚାଲିବ ଜନନୀ ଯନ୍ତ୍ରଣା ?

ଏତେ ସରକାରୀ ଯୋଜନା ପରେ ବି ଏହି ଗାଁରୁ ଡାକ୍ତରଖାନାକୁ ଯିବା ପାଇଁ ରାସ୍ତାଟିଏ ନଥିବାରୁ ଘରମଣିଙ୍କୁ 4 କିଲୋମିଟର ଖଟିଆରେ ବୋହି ନିକଟସ୍ଥ କିରିକିଟା ଗାଁକୁ ଅଣାଯାଇଥିଲା । ସେଠାରେ ଅପେକ୍ଷା କରି ରହିଥିବା ଆମ୍ବୁଲାନ୍ସ ଯୋଗେ ତାଙ୍କୁ ଖଡିଆଳ ଉପଖଣ୍ଡ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା ।

ନୂଆପଡାରୁ ମୋତିଲାଲ ବାଗ, ଇଟିଭି ଭାରତ

ABOUT THE AUTHOR

...view details