ନୂଆପଡା: ଜିଲ୍ଲାରେ ପ୍ରବଳ ଘୂର୍ଣ୍ଣିଝଡ଼ ସହ କାଳବୈଶାଖୀ ତାଣ୍ଡବ ରଚିଛି । ବିଶେଷ କରି ଜିଲ୍ଲାର ସିନାପାଲି ବ୍ଳକ କୁସୁମଜୋର ଗ୍ରାମପଞ୍ଚାୟତ ସ୍ଥିତ ନୂଆଗୁଡା,ବ୍ରାହ୍ମଣୀଗୁଡ଼ା, ହଲଦୀଖୋଲ, କୁସୁମଜୋର ଏବଂ କସେଇପାଣି ଅଞ୍ଚଳରେ କାଳବୈଶାଖୀ ଉଗ୍ରରୂପ ଦେଖାଇଛି । ସିନାପାଲି ରାଜସ୍ଵ ନିରୀକ୍ଷକ ସ୍ଥାନୀୟ ଅଞ୍ଚଳକୁ ଯାଇ କ୍ଷତିଗ୍ରସ୍ତ ଅଞ୍ଚଳକୁ ବୁଲି ରିପୋର୍ଟ ସଂଗ୍ରହ କରୁଛନ୍ତି ।
ଜିଲ୍ଲାରେ କାଳବୈଶାଖୀ ତାଣ୍ଡବ ଥମିବାର ନାଁ ନେଉନାହିଁ । ବିଶେଷ କରି ସିନାପାଲି ବ୍ଳକ କୁସୁମଜୋର ଗ୍ରାମପଞ୍ଚାୟତରେ ବ୍ୟାପକ କ୍ଷତି ଘଟାଇଛି । ଲୋକଙ୍କ ଧନ ଜୀବନ ବିପଦ ସଙ୍କୁଳ ହୋଇପଡିଥିବାବେଳେ, ଲୋକେ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ବାସଗୃହ ଗୁଡିକ ଭାଙ୍ଗି ଛପର ଉଡିଯାଇଛି । ଗଛଗୁଡିକ ଭାଙ୍ଗିପଡି ରାସ୍ତା ଅବରୋଧ ହୋଇଛି , ବିଦ୍ୟୁତଖଣ୍ଟ ଭାଙ୍ଗି ଘର ଉପରେ ପଡିଛି । ପିଜୁଳି,ଆମ୍ବ,ମହୁଲ, କେନ୍ଦୁ,ଚାହାଁର ଭଳି ବିଭିନ୍ନ ମୂଲ୍ୟବାନ ଗଛ ଭାଙ୍ଗୀ ଛାରଖାର ହୋଇଯାଇଛି । ସ୍ଥାନୀୟ ଲୋକଙ୍କୁ ସର୍ବଶ୍ବାନ୍ତ କରିଦେଇଛି କାଳବୈଶାଖୀ । ଲୋକେ ଅଳ୍ପକେ ବର୍ତ୍ତି ଯାଇଥିବାବେଳେ,ଏବେ ସରକାରୀ ସହାୟତା ପାଇଁ ଅପେକ୍ଷା କରିଛନ୍ତି । ଗତ ସପ୍ତାହରେ ଜିଲ୍ଲାର ବୋଡେନ,କୋମନା, ଖଡିଆଳ ବ୍ଳକ ଅଞ୍ଚଳର ବିଭିନ୍ନ ଗାଁରେ କାଳବୈଶାଖୀ ତାଣ୍ଡବ ରଚିଥିଲା । ବ୍ୟାପକ ମାତ୍ରାରେ ରବିଫସଲ ଉଜୁଡି ଯାଇଛି । ସୋମବାର ପୁଣି ସିନାପାଲି ବ୍ଳକ କୁସୁମଜୋର ଅଞ୍ଚଳରେ କରାଳ ରୂପ ଦେଖାଇଛି କାଳବୈଶାଖୀ ।