ଓଡିଶା

odisha

ETV Bharat / state

ନୂଆପଡାରେ ପ୍ରବଳ ଘୁର୍ଣ୍ଣିଝଡ଼ ସହ କୁଆପଥର ମାଡ଼ - heavy rain fall in nuapada yesterday

ନୂଆପଡାରେ ଶମିବାର ପ୍ରବଳ ଘୂର୍ଣ୍ଣିଝଡ ହେବା ସହ କୁଆପଥର ମାଡ ହୋଇଛି । ଫଳରେ ବଡ ବଡ ଗଛଗୁଡିକ ଭାଙ୍ଗିପଡି ଗମନାଗମନ ଠପ ହୋଇପଡିଥିଲା । ପରେ ଦମକଳବାହିନୀ ଘଟଣାସ୍ଥଳରେ ପହଞ୍ଚି ରାସ୍ତା ସଫା କରିବା ପରେ ଯାତାୟତ ସ୍ବାଭାବିକ ହୋଇଛି ।

ନୂଆପଡାରେ ପ୍ରବଳ ଘୁର୍ଣ୍ଣି ଝଡ଼ ସହ କୁଆପଥର ମାଡ଼
ନୂଆପଡାରେ ପ୍ରବଳ ଘୁର୍ଣ୍ଣି ଝଡ଼ ସହ କୁଆପଥର ମାଡ଼

By

Published : Apr 26, 2020, 10:24 AM IST

ନୂଆପଡା: ଜିଲ୍ଲା ବୋଡେନ ବ୍ଲକର ବିଭିନ୍ନ ଅଞ୍ଚଳରେ ପ୍ରବଳ ଘୁର୍ଣ୍ଣିଝଡ଼ ସହ କୁଆପଥର ମାଡ଼ ହୋଇଛି । ବ୍ୟାପକ ମାତ୍ରାରେ କ୍ଷୟ କ୍ଷତି ଘଟିଥିବାବେଳେ, ବଡ଼ବଡ଼ ଗଛଗୁଡିକ ରାସ୍ତା ଉପରେ ଉପୁଡି ଭାଙ୍ଗି ପଡିଛି । ବିଶେଷ କରି ଖାଇରା ଗ୍ରାମ ଠାରୁ ଦାବରୀ ରାସ୍ତା କଡରେ ଥିବା ଗଛ ଗୁଡିକ ଉପୁଡି ଭାଙ୍ଗି ପଡିଛି ।

ନୂଆପଡାରେ ପ୍ରବଳ ଘୁର୍ଣ୍ଣି ଝଡ଼ ସହ କୁଆପଥର ମାଡ଼

ଯାହାଫଳରେ ଗାଡିମୋଟର ଯାନବାହାନ ଚଳାଚଳ ଦୀର୍ଘ ସମୟ ଧରି ଠପ ହୋଇପଡିଥିଲା । ଖବର ପାଇ ବୋଡେନ ଦମକଳ ବାହିନୀ ତୁରନ୍ତ ପହଞ୍ଚି ରାସ୍ତା ଉପରେ ପଡିରହିଥିବା ଗଛ ଗୁଡିକୁ ସଫା କରିଛନ୍ତି । ଯାହାଫଳରେ ଯାନବାହାନ ଯାତାୟତ କରିବା ସ୍ବଭାବିକ ହୋଇଛି ।

ନୂଆପଡାରୁ ମୋତିଲାଲ ବାଗ, ଇଟିଭି ଭାରତ

ABOUT THE AUTHOR

...view details