ନୂଆପଡା:ଜିଲ୍ଲାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ନୂଆପଡ଼ା ଜିଲ୍ଲା ବୋଡେନ ଥାନା ରାଜପୁର ଛକରେ ଏକ ସଡ଼କ ଦୁର୍ଘଟଣା ଘଟି 4 ଜଣଙ୍କର ମୃତ୍ୟୁ ହୋଇଛି । ଦୁଇଟି ବାଇକ ମୁହାଁମୁହିଁ ଧକ୍କା ହେବା ଫଳରେ ଏହି ଭୟଙ୍କର ସଡ଼କ ଦୁର୍ଘଟଣାରେ ଅକାଳରେ 4ଟି ଜୀବନ ଦୀପ ଲିଭି ଯାଇଛି । 3 ଜଣଙ୍କ ଅବସ୍ଥା ଗୁରୁତର ରହିଛି । ଦଶହରା ଦେଖି ଖରକୁ ଫେରୁଥିଲେ ହେଲେ ବାଟରେ ମୃତ୍ୟୁ ଛକି ରହିଛି ବୋଲି କିଏ ଜାଣିଥିଲା ।
କେତେ ଖୁସିରେ ଦଶହରା ବୁଲି ବାହାରିଥିଲେ । ସାଙ୍ଗ ସାଥୀ ହୋଇ ଦଶହାର ବି ବୁଲିଲେ । ହେଲେ କିଏ ଜାଣିଥିଲା ଏହା ତାଙ୍କର ଶେଷ ଦଶହରା ବୁଲା । ନୂଆପଡା ଜିଲ୍ଲା ବୋଡେନ ଥାନା ରାଜପୁର ଛକ ଝିର୍ନି ଗାଁ ନିକଟରେ 2 ବାଇକ ମଧ୍ୟରେ ଦୁର୍ଘଟଣା ଘଟିଛି । ଏଥିରେ 4 ଜଣଙ୍କର ମୃତ୍ୟୁ ହୋଇଛି । ଘଟଣାସ୍ଥଳରେ 3ଜଣ ଆଖି ବୁଜିଥିବାବେଳେ ଅନ୍ୟଜଣଙ୍କର ଡାକ୍ତରଖାନାରେ ମୃତ୍ୟୁ ହୋଇଛି । ଅନ୍ୟ 3 ଜଣଙ୍କର ଅବସ୍ଥା ଗୁରୁତର ରହିଛି । ସେମାନଙ୍କୁ ଚିକିତ୍ସା ପାଇଁ ନୂଆପଡା ଓ ବୋଡେନ ମେଡିକାଲରେ ଭର୍ତ୍ତି କରାଯାଇଛି ।
ମୃତ 4 ଜଣ ହେଲେ ରୋହିତ ମାଝୀ, ପିଙ୍କୁ ମାଝୀ, ହେମାନନ୍ଦ ମାଝୀ ଓ ଶ୍ରୀକାନ୍ତ ମାଝୀ । ଗୁରୁତରମାନେ ହେଲେ କୃଷ୍ଣ ଚନ୍ଦ୍ର ମାଝୀ, ହେମସାଗର ମାଝୀ, ମୋହନ ମାଝୀ । ଘଟଣାସ୍ଥଳରେ ବୋଡେ଼ନ ପୋଲିସ ପହଞ୍ଚି ମୃତଦେହକୁ ଜବତ କରିବା ସହିତ ଅଧିକ ତଦନ୍ତ ଚଳାଇଛନ୍ତି । ସମସ୍ତେ ଦଶହରାରେ ରାବଣ ଦହନ ଦେଖି ଘରକୁ ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିିଛି ।