ଓଡିଶା

odisha

ETV Bharat / state

ଜମି ଜାଲିଆତି ଅଭିଯୋଗ: ନ୍ୟାୟ ଦାବିରେ ତହସିଲ ଘେରିଲା ଆପ୍

ନୂଆପଡା ଜିଲ୍ଲା ଖଡିଆଳ ତହସିଲ କାର୍ଯ୍ଯାଳୟରେ ଜମି ଜାଲିଆତି ଅଭିଯୋଗ । ଏପଟେ ଏ ନେଇ ଆପର ତହସିଲ କାର୍ଯ୍ୟାଳୟ ଘେରାଉ ସହ ଆମରଣ ଅନଶନ ।

By

Published : Oct 14, 2019, 9:16 PM IST

ଫଟୋ ସୌଜନ୍ୟ: ପ୍ରତିନିଧି, ନୂଆପଡା

ନୂଆପଡା: ସରକାରୀ କାର୍ଯ୍ୟାଳୟରେ ଜମି ଜାଲିଆତି ଅଭିଯୋଗ । ଏଭଳି ଅଭିଯୋଗ ହୋଇଛି ଖଡିଆଳ ତହସିଲ କାର୍ଯ୍ୟାଳୟ ବିରୋଧରେ । ଯାହାକୁ ପ୍ରତିବାଦ କରି ତହସିଲ କାର୍ଯ୍ୟାଳୟ ଘେରାଉ କରିବା ସହ ଆମରଣ ଅନଶନରେ ବସିଛନ୍ତି ନୂଆପଡା ଜିଲ୍ଲା ଆମ ଆଦମୀ ପାର୍ଟି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ନୂଆପଡା

ସୂଚନାନୁସାରେ, ଖଡ଼ିଆଳ ବ୍ଲକ ରୋହେନପଦର ଗାଁର ଦୈତାରି ମାଝୀ ସ୍ତ୍ରୀ ଧନମତି ମାଝୀଙ୍କ 2 ଏକର 16 ଡିସମିଲ ଜମିକୁ କୋମନା ବ୍ଲକ ସୁନାବେଡା ଗାଁର ଝାରବନ୍ଧ ମାଝୀ ଗତ 2017 ମସିହା ମେ 26ରେ ଜାଲିଆତି କରି କିଣି ନେଇଛନ୍ତି । ଏଥିରେ ତାଙ୍କୁ ଖଡିଆଳ ତହସିଲ କାର୍ଯ୍ୟାଳୟର ତହସିଲଦାର, ସବ-ରେଜିଷ୍ଟ୍ରେସନ ଅଧିକାରୀ, ରାଜସ୍ବ ନୀରିକ୍ଷକ, ମୁଖ୍ୟ କିରାଣୀ ସହଯୋଗ କରିଥିଲେ ବୋଲି ଦଳ ଅଭିଯୋଗ କରିଛି ।

ଧନମତିଙ୍କ ପାଖକୁ ଜମି ବିକ୍ରି ସମ୍ପର୍କରେ ମ୍ୟୁଟେସନ ନୋଟିସ ଯିବା ପରେ ସେ ଘଟଣାସମ୍ପର୍କରେ ଜାଣିବାକୁ ପାଇଥିଲେ । ଏହା ପରେ ଧନମତି ଓ ତାଙ୍କ ସ୍ବାମୀ ଦୈତାରୀ ଏସମ୍ପର୍କରେ ଖଡ଼ିଆଳ ତହସିଲଦାର, ଖଡ଼ିଆଳ ଥାନା, ନୂଆପଡା ଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ କରିଥିଲେ ।

ହେଲେ ବର୍ତ୍ତମାନ ସୁଦ୍ଧା ମାମଲାର କୌଣସି ସମାଧାନ ହୋଇନଥିବାରୁ ସେମାନେ ଏସମ୍ପର୍କରେ ଆମ ଆଦମୀ ପାର୍ଟିର ରାଜ୍ୟ ସାଧାରଣ ସମ୍ପାଦକଙ୍କୁ ଜଣାଇଥିଲେ । ସୋମବାର ଆମ ଆଦମୀ ପାର୍ଟିର ରାଜ୍ୟ ସାଧାରଣ ସମ୍ପାଦକ ଅଂଶୁମାନ ଶତପଥୀଙ୍କ ନେତୃତ୍ବରେ ତହସିଲ କାର୍ଯ୍ୟାଳୟ ଘେରାଉ ହୋଇଛି । ଏଥିସହିତ ଜାଲିଆତିରେ ସମ୍ପୃକ୍ତ ଥିବା ସରକାରୀ ବାବୁମାନଙ୍କୁ ଚାକିରିରୁ ନିଲମ୍ବନ କରିବା ସହ ଓକିଲଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛି ଦଳ । ଯେପର୍ଯ୍ୟନ୍ତ ଉକ୍ତ ମାମଲାରେ ଉଭୟ ଦମ୍ପତିଙ୍କୁ ନ୍ୟାୟ ନମିଳିଛି ସେ ପର୍ଯ୍ୟନ୍ତ ଦଳ ଆନ୍ଦୋଳନରୁ ହଟିବେ ନାହିଁ ବୋଲି ଚେତାବନୀ ଦେଇଛି ଦଳ ।

ନୂଆପଡାରୁ ମୋତିଲାଲ ବାଗ, ଇଟିଭି ଭାରତ

ABOUT THE AUTHOR

...view details