ଓଡିଶା

odisha

ସାନମହେଶ୍ବର ମଣ୍ଡିରେ ପଡ଼ି ରହିଛନ୍ତି ଧାନ, ଚିନ୍ତାରେ ଚାଷୀ

ନୂଆପଡା ଜିଲ୍ଲା ବରଗାଁ ସମବାୟ ସମିତି ଅଧିନସ୍ଥ ସାନମହେଶ୍ବର ଧାନମଣ୍ଡିରେ ବ୍ୟାପକ ମାତ୍ରାରେ ଚାଷୀ ସମସ୍ୟା ଲାଗି ରହିଥିବା ଅଭିଯୋଗ ହୋଇଛି। ଦୀର୍ଘ ଦିନ ହେଲା ଧାନମଣ୍ଡିରେ ଧାନ ବସ୍ତା ପଡ଼ି ରହିଛି। ଅଧିକ ପଢ଼ନ୍ତୁ...

By

Published : Feb 8, 2021, 9:48 PM IST

Published : Feb 8, 2021, 9:48 PM IST

Updated : Feb 8, 2021, 10:41 PM IST

goverment didnot buying paddy packets from nuapada sana maheswara mandi
ସାନମହେଶ୍ବର ମଣ୍ଡିରେ ପଡ଼ି ରହିଛନ୍ତି ଧାନ, ଚିନ୍ତାରେ ଚାଷୀ

ନୂଆପଡ଼ା: ନୂଆପଡା ଜିଲ୍ଲା ବରଗାଁ ସମବାୟ ସମିତି ଅଧିନସ୍ଥ ସାନମହେଶ୍ବର ଧାନ ମଣ୍ଡିରେ ବ୍ୟାପକ ମାତ୍ରାରେ ଚାଷୀ ସମସ୍ୟା ଲାଗି ରହିଥିବା ଅଭିଯୋଗ ହୋଇଛି। ଦୀର୍ଘ ଦିନ ହେଲା ଧାନମଣ୍ଡିରେ ଧାନ ବସ୍ତା ପଡ଼ି ରହିଛି। ହେଲେ ଏଯାଏଁ ଚାଷୀଙ୍କ ଧାନ ବିକ୍ରି ହୋଇ ପାରୁନି। କେବେ ଧାନ ବିକ୍ରି ହେବ ସେନେଇ ଚାତକ ଭଳି ଚାହିଁ ରହିଛି ଚାଷୀ। ଚାଷୀଙ୍କ ଟୋକନ ଅବଧି ମଧ୍ୟ ଶେଷ ହୋଇଯାଇଛି। ଏବେ ଧାନ କିଭଳି ବିକ୍ରି ହେବ ସେନେଇ ଅର୍ଣ୍ଣଦାତା ମୁଣ୍ଡରେ ହାତଦେଇ ବସିଛି ।

ସାନମହେଶ୍ବର ମଣ୍ଡିରେ ପଡ଼ି ରହିଛନ୍ତି ଧାନ, ଚିନ୍ତାରେ ଚାଷୀ

ଧାନ ବିକ୍ରିକରି ଟଙ୍କା ପାଇଲେ ପୁଅ ଝିଅ ବାହାଘର ଏବଂ ଅନ୍ୟାନ୍ୟ ଘରକରଣା ଖର୍ଚ୍ଚ କରିବେବୋଲି ଚାଷୀ କହିଛନ୍ତି। ଟୋକନ ଅବଧି ଶେଷ ହୋଇଯାଇଛି। ଏନେଇ ରାଜ୍ୟ ସରକାର ପୁନଃ ବିଚାର କରିବା ସହ ପଡ଼ି ରହିଥିବା ଧାନ ଉଠାଇ ନେବାକୁ ଚାଷୀ ନେହୁରା ହେଉଥିବା ଦେଖିବାକୁ ମିଳିଛି। ଅପରପକ୍ଷରେ ସରକାର ଟାର୍ଗେଟ ଦେଉ ନଥିବାରୁ ଦୀର୍ଘ ଦିନରୁ ଧାନମଣ୍ଡି ଅଚଳାବସ୍ଥା ହୋଇ ପଡ଼ିଥିବା ଅଭିଯୋଗ ହୋଇଛି। ଯାହାଫଳରେ ସାନମହେଶ୍ବର ଧାନ ମଣ୍ଡିରେ 50 ଜଣ ଚାଷୀଙ୍କ ଟୋକନ ଅବଧି ଶେଷ ହୋଇଯାଇଛି।

ଚାଷୀ ଧାନ ବିକ୍ରି କରି ନ ପାରି ସମବାୟ ସମିତି ନିକଟରେ ପଡ଼ି ରହିଛି। ସରକାର ଟାର୍ଗେଟ ଦେଲେ ଚାଷୀଙ୍କ ଧାନ ଶୀଘ୍ର ଉଠିଯିବ ବୋଲି ବରଗାଁ ସମବାୟ ସମିତି ସମ୍ପାଦକ କହିଛନ୍ତି। ସାନମହେଶ୍ବର ଧାନ ମଣ୍ଡିରେ ବର୍ତ୍ତମାନ ସୁଦ୍ଧା 31 ଜଣ ଚାଷୀଙ୍କ ପାଖାପାଖି 5 ହଜାର ଧାନ ବସ୍ତା ପଡିରହିଛି । ତୁରନ୍ତ ସରକାର ଟାର୍ଗେଟ ଦେଇ ସାନମହେଶ୍ବର ଧାନ ମଣ୍ଡିରୁ ଧାନ ଉଠାନ୍ତୁ ବୋଲି ଚାଷୀ ସମୂହ ଦାବି କରିଛନ୍ତି।

ନୂଆପଡ଼ାରୁ ମୋତିଲାଲ ବାଗ, ଇଟିଭି ଭାରତ

Last Updated : Feb 8, 2021, 10:41 PM IST

ABOUT THE AUTHOR

...view details