ଫାଟିଲା ଗ୍ୟାସ ଟାଙ୍କି, ଅଳ୍ପକେ ବର୍ତ୍ତିଲେ ଚା' ଦୋକାନୀ - ଫାଟିଲା ଗ୍ୟାସ ଟାଙ୍କି
![ଫାଟିଲା ଗ୍ୟାସ ଟାଙ୍କି, ଅଳ୍ପକେ ବର୍ତ୍ତିଲେ ଚା' ଦୋକାନୀ ଗ୍ୟାସ ସିଲିଣ୍ଡର ଫାଟି ଅଗ୍ନିକାଣ୍ଡ , ଅଳ୍ପକେ ବର୍ତ୍ତିଲେ ଚା' ଦୋକାନୀ](https://etvbharatimages.akamaized.net/etvbharat/prod-images/768-512-7255004-129-7255004-1589854808312.jpg)
07:06 May 19
ଗ୍ୟାସ ସିଲିଣ୍ଡର ଫାଟି ଅଗ୍ନିକାଣ୍ଡ , ଅଳ୍ପକେ ବର୍ତ୍ତିଲେ ଚା' ଦୋକାନୀ
ନୂଆପଡା: ମଧ୍ୟ୍ୟରାତ୍ରିରେ ଚା ଦୋକାନରେ ଅଗ୍ନିକାଣ୍ଡ। ଗ୍ୟାସ ଟାଙ୍କି ଫାଟିଯିବାରୁ ଏଭଳି ଅଘଟଣ ଘଟିଥିବା ସୂଚନା ମିଳିଛି। ତେବେ ନୂଆପଡା ଜ଼ିଲ୍ଲାର ଖଡ଼ିଆଳ ବ୍ଲକ କଲୋନୀ ନିକଟସ୍ଥ ଜ଼ିଲ୍ଲା କୃଷି ଅଧିକାରୀଙ୍କ ସରକାରୀ ବାସ ଭବନକୁ ଲାଗିରହିଥିବା ଏକ ଚା ଦୋକାନରେ ଏହି ବିସ୍ଫୋରଣ ରାତ୍ରି 11.30 ରେ ହୋଇଛି। ଯାହା ଫଳରେ ଚା ଦୋକାନ ସମ୍ପୂର୍ଣ୍ଣ ଜଳି ପୋଡି ପାଉଁଶ ।
ଖବର ପାଇ ଖଡ଼ିଆଳ ଅଗ୍ନୀଶମ ବାହିନୀ ଘଟଣାସ୍ଥଳରେ ପହଁଞ୍ଚି ନିଆଁକୁ ଆୟତ୍ତ କରିଛି । ଗ୍ୟାସ୍ ଟାଙ୍କି ବ୍ଲାଷ୍ଟ ର କାରଣ ଏଯାଏଁ ସ୍ପଷ୍ଟ ହୋଇନଥିବାବେଳେ, ସଟସର୍କିଟ କାରଣରୁ ଏଭଳି ହୋଇଥାଇପାରେ ବୋଲି ପ୍ରାଥମିକ ତଦନ୍ତରୁ ଅନୁମାନ କରାଯାଉଛି । ଏତେ ବଡ ଅଘଟଣରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଚା ଦୋକାନୀ।
ନୂଆପଡା ରୁ ମୋତିଲାଲ ବାଗ , ଇଟିଭି ଭାରତ