ଓଡିଶା

odisha

ETV Bharat / state

ଭୂତକୋଠୀ ପାଲଟିଛି ସରକାରୀ କୋଠା, ନିର୍ମାଣ ପରେ ବି ଆସୁନି ବ୍ୟବହାରରେ - ସରକାରଙ୍କ ମେଗା ଜଳଯୋଗାଣ ପ୍ରକଳ୍ପ

ଖଡ଼ିଆଳ ଏନଏସି ଅନ୍ତର୍ଗତ ବିଜେପୁର ଗାଁ ଗାନ୍ଧୀନଗର ସାହିରେ ଥିବା ଜନସ୍ୱାସ୍ଥ୍ୟ ବିଭାଗର ସରକାରୀ କୋଠା ଏବେ ଭୂତ କୋଠିରେ ପରିଣତ ହୋଇଛି । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ । ଅଧିକ ପଢନ୍ତୁ

ଭୂତ କୋଠି ପାଲଟିଛି ନବନିର୍ମିତ ଜନସ୍ୱାସ୍ଥ୍ୟ ବିଭାଗ
ଭୂତ କୋଠି ପାଲଟିଛି ନବନିର୍ମିତ ଜନସ୍ୱାସ୍ଥ୍ୟ ବିଭାଗ

By

Published : Jun 26, 2023, 1:01 PM IST

ଭୂତ କୋଠି ପାଲଟିଛି ନବନିର୍ମିତ ଜନସ୍ୱାସ୍ଥ୍ୟ ବିଭାଗ

ନୂଆପଡା:ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ବିଭିନ୍ନ ଜନକଲ୍ୟାଣ ଯୋଜନାର ସଫଳ ରୂପାୟନ ପାଇଁ କୋଟି କୋଟି ସରକାରୀ ଟଙ୍କା ବ୍ୟୟବରାଦ କରି କାର୍ଯ୍ୟାଳୟ, ଷ୍ଟାପ କ୍ବାଟର ଭଳି ଅନ୍ୟାନ୍ୟ ଆନୁସଙ୍ଗିକ ବ୍ୟବସ୍ଥା କରିଥାନ୍ତି । ଯାହାକି ପରବର୍ତ୍ତୀ ସମୟରେ ସରକାରୀ କାମରେ ଆସି ଯୋଜନାର ସଫଳ କାର୍ଯ୍ୟ ହୋଇଥାଏ । ହେଲେ ଖଡ଼ିଆଳ ଏନଏସି ଅନ୍ତର୍ଗତ ବିଜେପୁର ଗାଁ ଗାନ୍ଧୀନଗର ସାହିରେ ଥିବା ଜନସ୍ୱାସ୍ଥ୍ୟ ବିଭାଗ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି । ରାଜ୍ୟ ସରକାରଙ୍କ ପକ୍ଷରୁ ଏଠାରେ ଜନସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇ ଆୟୁର୍ବେଦିକ ଡାକ୍ତରଖାନା ସହ ମିଶନ ଶକ୍ତି ଗୃହ ନିର୍ମାଣ ହୋଇଛି । କିନ୍ତୁ ନିର୍ମାଣ ପରେ ଘର ବ୍ୟବହାର ନ ହେବାରୁ ବିଲ୍ଡିଂ ଗୁଡିକ ବର୍ତ୍ତମାନ ଅବସ୍ଥାରେ ଭୂତ କୋଠିରେ ପରିଣତ ହୋଇଛି । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ଦେଖିବାକୁ ମିଳିଛି ।

ସୂଚନା ଅନୁଯାୟୀ, ଜିଲ୍ଲାର ଶତାଧିକ ଗାଁରେ ଫ୍ଲୋରାଇଟ ମିଶ୍ରିତ ବିଷାକ୍ତ ପାଣି ସେବନ କରି ଲୋକେ ବିଭିନ୍ନ ରୋଗରେ ପୀଡିତ ହେଉଥିବା ଦୀର୍ଘ ବର୍ଷରୁ ସରକାରଙ୍କ ପାଖରେ ଅଭିଯୋଗ ହୋଇ ଆସୁଥିଲା । ତେଣୁ ଅଭିଯୋଗକୁ ସରକାର ଗୁରୁତ୍ୱ ଦେଇ ଲୋକଙ୍କୁ ପାଇପ ଯୋଗେ ବିଶୁଦ୍ଧ ପାଣି ଯୋଗାଣ ପାଇଁ ସରକାର ମେଗା ଜଳଯୋଗାଣ ପ୍ରକଳ୍ପ ପାଇଁ 700କୋଟି ଟଙ୍କା ମଞ୍ଜୁର କରିଥିଲେ । ସେହିପରି 2019 ମସିହାରେ ଗାନ୍ଧିନଗର ସାହିରେ ଏହି ସବୁ କୋଠାର ନିର୍ମାଣ କାମ ଆରମ୍ଭ ହୋଇଥିଲା । ମେଗା ପ୍ରୋଜେକ୍ଟ କାର୍ଯ୍ୟାଳୟର ଅଫିସ ସହ ସି-ଟାଇପ ଡି-ଟାଇପ ଓ ଇ-ଟାଇପ ମିଶି ମୋଟ ଏକ କୋଟି ୭୫ଲକ୍ଷ ଟଙ୍କା ବ୍ୟୟରେ ୫ଟି ବିଲଡିଂ ନିର୍ମାଣ ହୋଇଥିଲା । ତାହା ପୁଣି ମେଗା ପ୍ରୋଜେକ୍ଟ ହୋଇଥିବାରୁ ମାତ୍ର ୧ ବର୍ଷ ମଧ୍ୟରେ ପୂରା କାମ ସରି ଯାଇଥିଲା । ହେଲେ ଦୁଃଖର ବିଷୟ କାମ ଶେଷ ହୋଇ ଦୀର୍ଘ 5 ବର୍ଷ ଗଢି ଯାଇଥିଲେ ଶୁଦ୍ଧା ଏଯାଏଁ କୌଣସି କାର୍ଯ୍ୟାଳୟ ଅବସ୍ଥାପିତ ହୋଇ ନାହିଁ । ଫଳରେ କୋଟିକୋଟି ଟଙ୍କାରେ ନିର୍ମିତ କୋଠା ଘର ଭୂତ କୋଠି ପାଲଟିଛି ।

ଅପରପକ୍ଷେ ବିଲ୍ଡିଂରେ ଥିବା ସାମଗ୍ରୀ ଗୁଡିକ ଚୋରି ହୋଇ ଯାଉଥିବା ବେଳେ ଅସାମାଜିକ ଲୋକଙ୍କ ଚରାଭୂଇଁ ପାଲଟିଛି । ଦୀର୍ଘ ବର୍ଷରୁ ପଡି ରହିଥିବା ଘର ଚତୁଃପାର୍ଶ୍ବରେ ଅନାବନା ଗଛ ରହିବା ସହିତ ଘର ସାମଗ୍ରୀ ଗୁଡିକ ଚୋରି ହେବାରେ ଲାଗିଛି । ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁସାରେ ଗାନ୍ଧିନଗର ସାହିରେ ଦଳିତ ଶ୍ରେଣୀର ଲୋକମାନେ ବାସ କରୁଥିବାରୁ ଘୃଣା ମନୋଭାବ ସୃଷ୍ଟି କରି କୌଣସି କାର୍ଯ୍ୟାଳୟ ଏଠାକୁ ଯାଉ ନ ଥିବା କହିଛନ୍ତି । ସେହିପରି ଅନ୍ୟପଟେ ଘଟଣାର ତଦନ୍ତ କରି ଖୁବ ଶୀଘ୍ର ସରକାରୀ କୋଠା ବାଡ଼ିକୁ ସରକାରୀ କାମରେ ଲଗାଯିବ ବୋଲି ଖଡ଼ିଆଳ nac ଚେୟାରମ୍ୟାନ ଓ ନୂଆପଡା ଜିଲ୍ଲାପାଳ ପ୍ରତିଶୃତି ଦେଇଛନ୍ତି ।

ଇଟିଭି ଭାରତ, ନୂଆପଡା

ABOUT THE AUTHOR

...view details