ଓଡିଶା

odisha

ନୂଆପଡ଼ା ମାଟିରେ ଡ୍ରାଗନ ଫ୍ରୁଟ ଚାଷ, ଲାଭବାନ ହେଉଛନ୍ତି ଗଣପତି ନାଏକ

By ETV Bharat Odisha Team

Published : Oct 27, 2023, 11:37 AM IST

ପାରମ୍ପରିକ ଚାଷକାର୍ଯ୍ୟରୁ ମୁହଁ ଫେରାଉଥିବା ବେଳେ ନୂଆପଡା ଭଳି ଆଦିବାସୀ ଅଧ୍ୟୁଷିତ ଜିଲ୍ଲାରେ ଡ୍ରାଗନ ଫ୍ରୁଟ୍‌ ଚାଷକରି ଉଦାହରଣ ସାଜିଛନ୍ତି ଜଣେ ଚାଷୀ । ଅଧିକ ପଢ଼ନ୍ତୁ

ଡ୍ରାଗନ ଫ୍ରୁଟ ଚାଷକରି ଲାଭବାନ ଗଣପତି
ଡ୍ରାଗନ ଫ୍ରୁଟ ଚାଷକରି ଲାଭବାନ ଗଣପତି

ଡ୍ରାଗନ ଫ୍ରୁଟ ଚାଷକରି ଲାଭବାନ ଗଣପତି

ନୂଆପଡା:ଦେଶୀ ମାଟିରେ ବିଦେଶୀ ଫଳ ଚାଷ କରି ଲାଭବାନ ହେଲେ ନୂଆପଡ଼ାର ଜଣେ ଚାଷୀ । ବର୍ତ୍ତମାନର ଯୁବପିଢୀ ପାରମ୍ପରିକ ଚାଷକାର୍ଯ୍ୟରୁ ମୁହଁ ଫେରାଉଥିବା ବେଳେ ନୂଆପଡ଼ା ଭଳି ଆଦିବାସୀ ଅଧ୍ୟୁଷିତ ଜିଲ୍ଲାରେ ଡ୍ରାଗନ ଫ୍ରୁଟ୍‌ ଚାଷକରି ଉଦାହାରଣ ସାଜିଛନ୍ତି ଗଣପତି । ଏହି ଡ୍ରଗନ୍‌ ଫ୍ରୁଟ ଚାଷ ପାଇଁ ବିଶେଷ କରି ଭିଏତନାମ, ସାଉଥ ଆମେରିକା ଭଳି ବିଦେଶ ମାଟି ଅନୁକୁଳ ବୋଲି କୁହାଯାଏ । ବିଦେଶର ଚାଷୀମାନେ ବହୁ ଅର୍ଥକାରୀ ଫସଲ ରୂପେ ଡ୍ରାଗନଫ୍ରୁଟ ଚାଷକରି ଅଧିକ ଅର୍ଥ ଉପାର୍ଜନ କରିଥାଆନ୍ତି । ହେଲେ ବର୍ତ୍ତାମାନ ଏହାକୁ ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ଘୁଚାଗୁଡା ଗାଁର ଗଣପତି ନାଏକ ଚାଷ କରି ବେଶ ଲାଭବାନ ହୋଇଛନ୍ତି । ଆଗକୁ ୩୦୦ରୁ ଊର୍ଦ୍ଧ ଗଛ ଲଗାଇବା ପାଇଁ ଲକ୍ଷ୍ୟ ରଖିଛନ୍ତି ।

ଏହା ମଧ୍ୟ ପଢନ୍ତୁ...ୟୁଟ୍ୟୁବ ଦେଖାଇଲା ରୋଜଗାରର ବାଟ, ପିଜୁଳି ଚାଷ କରି ଲାଭବାନ ହେଲେ ଦମ୍ପତି

ସୂଚନାଯୋଗ୍ୟ ଗଣପତି ପ୍ରଥମେ ଜିଲ୍ଲା କୃଷି ବିଭାଗ ଆତ୍ମା ପକ୍ଷରୁ ପ୍ରେରଣା ପାଇ ନିଜ ବଗିଚାରେ ପରିକ୍ଷାମୁଳକ ଭାବେ ଚାଷ କରିଥିଲେ । ଏହି ଚାଷରେ ସେ ସଫଳ ହୋଇଥିବା ବେଳେ ବେଶ ଭଲ ଦୁଇ ପଇସା ରୋଜଗାର କରିଥିବା ପ୍ରକାଶ କରିଥିଲେ । ସେ କହିଛନ୍ତି,"ଏହି ଡ୍ରାଗନ ଫ୍ରୁଟ୍‌ ନୂଆପଡ଼ା ବଜାରରେ କିଲୋ ପ୍ରତି 300ରୁ400 ଟଙ୍କାରେ ବିକ୍ରି ହେଉଛି । ବାହାର ବଜାରକୁ ରପ୍ତାନି କଲେ ଆହୁରି ଅଧିକ ମୂଲ୍ୟରେ ବିକ୍ରି ହୋଇ ପାରିବ । ଯଦି ଏହି ଚାଷ ପାଇଁ ସରକାରୀ ସୁବିଧା ସୁଯୋଗ ଦିଆଯିବ ତାହାଲେ ମୁଁ ଅଧିକ ଲାଭବାନ ହୋଇ ପାରିବି ।" ପରୀକ୍ଷା ମୂଳକ ଭାବରେ ଏହି ଚାଷ କରି ସଫଳ ହୋଇଥିବା ବେଳେ, ଆଗକୁ 3000ରୁ ଊର୍ଦ୍ଧ ଗଛ ଲଗାଇବା ଲକ୍ଷ୍ୟ ରଖିଛନ୍ତି ଗଣପତି । ଏହି ଫଳରେ ବହୁ ଔଷଧୀୟ ଗୁଣ ମଧ୍ୟ ରହିଛି ।


ଡ୍ରାଗନ ଫ୍ରୁଟ୍‌ ଯେତିକି ମୂଲ୍ୟବାନ ସେତେ ଗୁଣବତ୍ତା ମଧ୍ୟ ରହିଛି । ଏହା ଖାଇବା ଦ୍ୱାରା ହୃଦ ରୋଗ, ମଧୁମେୟ, ମେଦବହୁଳତା ରୋଗ ଦୂର ହୋଇଥାଏ ବୋଲି ରିପୋର୍ଟ ରହିଛି । ଏହା ବ୍ୟତୀତ ରକ୍ତ ହୀନତା ଦୂର କରିବାରେ ଏହା ସହାୟକ ହୋଇଥାଏ । ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ । ମ୍ୟାଲେରିଆ ବିଭିନ୍ନ ପେଟ ରୋଗକୁ ମଧ୍ୟ ଡ୍ରାଗନ୍‌ ଫ୍ରୁଟ୍‌ ଦୂର କରିଥାଏ । ଏହି ଚାଷ ବିଦେଶ ମାଟିରେ କରାଯାଉଥିବା ବେଳେ ଭାରତର କର୍ଣ୍ଣାଟକର ଚାଷୀମାନେ ମଧ୍ୟ ଏହା ଚାଷ କରିଥାଆନ୍ତି । ଏହି ବିଦେଶୀ ଚାଷ ଏବେ ନୂଆପଡ଼ା ଜିଲ୍ଲାରେ ସଫଳ ହୋଇଛି । ଯାହାଫଳରେ ଜିଲ୍ଲାର ଚାଷୀମାନେ ବେଶ ଖୁସିଥିବା ବେଳେ ଗଣପତି ନାଏକ ମଧ୍ୟ ଖୁସି ଜାହିର କରିଛନ୍ତି । ଆଗକୁ ସରକାରୀ ସହାୟତା ପାଇଲେ ଅଧିକ ଚାଷ କରିବେ ବୋଲି ପ୍ରକାଶ କରିଛନ୍ତି ।

ଇଟିଭି ଭାରତ, ନୂଆପଡା

ABOUT THE AUTHOR

...view details