ଓଡିଶା

odisha

ETV Bharat / state

ମାରୱାଡି ଯୁବାମଞ୍ଚ ପକ୍ଷରୁ ଦିନିକିଆ ମାଗଣା ସ୍ବାସ୍ଥ୍ୟ ଶିବିର - ଡାକ୍ତର ବିପୁଲ କୁମାର ଗର୍ଗ

ନୂଆପଡା ଜିଲ୍ଲା ସିନାପାଲି ମାରୱାଡି ଯୁବାମଞ୍ଚ ପକ୍ଷରୁ ଦିନିକିଆ ମାଗଣା ସ୍ବାସ୍ଥ୍ୟ ଶିବିର ସ୍ଥାନୀୟ ଅଗ୍ରସେନ ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି ।

ଫଟୋ ସୌଜନ୍ୟ: ପ୍ରତିନିଧି, ନୂଆପଡା

By

Published : Sep 24, 2019, 7:25 AM IST

ନୂଆପଡା: ଜିଲ୍ଲା ସିନାପାଲି ମାରୱାଡି ଯୁବାମଞ୍ଚ ପକ୍ଷରୁ ଦିନିକିଆ ମାଗଣା ସ୍ବାସ୍ଥ୍ୟ ଶିବିର ସ୍ଥାନୀୟ ଅଗ୍ରସେନ ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି । ଶିବିରରେ ଅସ୍ଥି ଓ ମେରୁଦଣ୍ଡ ବିଶେଷଜ୍ଞ ଡାକ୍ତର ପିପୁଲ କୁମାର ଗର୍ଗ ଯୋଗଦେଇ 140 ଜଣ ରୋଗୀଙ୍କୁ ଚିକିତ୍ସା ସେବା ଯୋଗାଇ ଦେଇଛନ୍ତି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ନୂଆପଡା

ଏଠାରେ ପ୍ରକାଶ ଥାଉ ଯେ ନୂଆପଡା ଜିଲ୍ଲା ସିନାପାଲି ସହରର ଗର୍ଗ ପରିବାର ର ସୁବାସ କୁମାର ଗର୍ଗଙ୍କ ପୁତ୍ର ଡାକ୍ତର ବିପୁଲ କୁମାର ଗର୍ଗ ଅଟନ୍ତି । ଅବହେଳିତ ସିନାପାଲି ମାଟିରେ ଜନ୍ମ ଗ୍ରହଣ କରି ଉଚ୍ଚ ଶିକ୍ଷା ପାଇଁ ସେ ବାହାରେ ରହୁଥିଲେ । ପାଠ ସାରି ଡାକ୍ତରୀ ଡିଗ୍ରୀ ହାସଲ କରିବା ପରେ ଅସ୍ଥି ଓ ମେରୁଦଣ୍ଡ ବିଶେଷଜ୍ଞ ଭାବରେ ଖ୍ୟାତି ଅର୍ଜନ କରିଛନ୍ତି । ମହାନଗରୀ ମୁମ୍ବାଇସ୍ଥିତ ଏକ ଘରୋଇ ହସ୍ପିଟାଲରେ ତାଙ୍କ କ୍ୟାରିଅର ଆରମ୍ଭ କରିଛନ୍ତି । ପଶ୍ଚିମ ଓଡିଶାର କୃଷି ଭିତ୍ତିକ ଗଣପର୍ବ ନୂଆଖାଇ ଅବସରରେ ଡାକ୍ତର ଗର୍ଗ ନିଜ ଗାଁ ନୂଆପଡା ଜିଲ୍ଲା ସିନାପାଲିକୁ ଆସି ନିଜ ମାଆ ମାଟି ସିନାପାଲି ଗାଁର ରୋଗୀ ସେବା କରିବାପାଇଁ ମନ ବଳାଇଥିଲେ । ସୋମବାର ନିଜ ଗାଁ ସାହି ପଡୋଶୀ ରୋଗୀଙ୍କୁ ଚିକିତ୍ସା କରି ବେଶ ଖୁସି ଅନୁଭବ କରିଛନ୍ତି ।

ଏନେଇ ଆମ ନୂଆପଡା ପ୍ରତିନିଧି ଆୟୋଜକ ,ବିଶେଷଜ୍ଞ ଡାକ୍ତର,ରୋଗୀଙ୍କ ସହ ସିଧାସଳଖ ଆଲୋଚନା କରିଛନ୍ତି ।

ନୂଆପଡାରୁ ମୋତିଲାଲ ବାଗ, ଇଟିଭି ଭାରତ

ABOUT THE AUTHOR

...view details