ଓଡିଶା

odisha

ETV Bharat / state

ହଳଦୀ ଗାଁରେ ବାଘ ଆତଙ୍କ, ବନଖଣ୍ଡର ସଚେତନତା କାର୍ଯ୍ୟକ୍ରମ - forest awareness program by forest dept

ନୂଆପଡା ଜିଲ୍ଲା ହଳଦୀ ଗାଁରେ ବାଘ ଆତଙ୍କରୁ ଲୋକମାନଙ୍କୁ ବଞ୍ଚାଇବାକୁ ବନଖଣ୍ଡ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ । ଅଧିକ ପଢନ୍ତୁ...

ହଳଦୀ ଗାଁରେ ବାଘ ଆତଙ୍କ
ହଳଦୀ ଗାଁରେ ବାଘ ଆତଙ୍କ

By

Published : Jan 27, 2021, 11:02 AM IST

ନୂଆପଡା: ଜିଲ୍ଲାର ଖଡିଆଳରୋଡ ବନାଞ୍ଚଳ ଅଧିନସ୍ଥ ହଳଦୀ ଗାଁରେ ବାଘ ଆତଙ୍କ । ଗାଁ ଜଙ୍ଗଲରେ ବାଘ ବୁଲୁଥିବାର ଦେଖି ଲୋକେ ଭୟଭୀତ ହୋଇଛନ୍ତି । ଏ ନେଇ ଖଡ଼ିଆଳ ବନଖଣ୍ଡ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ ହାତକୁ ନିଆଯାଇଛି ।

ବନଖଣ୍ଡର ସଚେତନତା କାର୍ଯ୍ୟକ୍ରମ

ବାଘକୁ ଦେଖି ଗାଁଲୋକେ ଆତଙ୍କିତ ହୋଇପଡିଛନ୍ତି । ଲୋକଙ୍କ ସୁରକ୍ଷା ପାଇଁ ଖଡ଼ିଆଳ ବନଖଣ୍ଡ ଅଧିକାରୀଙ୍କ ନିର୍ଦ୍ଦେଶରେ ଖରିଆରରୋଡ ବନାଞ୍ଚଳ ଅଧିକାରୀମାନେ ସଚେତନତା ହାତକୁ ନେଇଛନ୍ତି । ଡ଼ାକବାଜି ଯନ୍ତ୍ର ସାହାଯ୍ୟରେ ଲୋକଙ୍କୁ ସଚେତନ କରି ନିଜେ ଏବଂ ନିଜ ପରିବାର ସୁରକ୍ଷିତ ରହିବା ପାଇଁ ପରାମର୍ଶ ଦେଇଛନ୍ତି ।

ଏହା ସଚେତନତା କାର୍ଯ୍ୟକ୍ରମରେ ବନ ବିଭାଗର କର୍ମଚାରୀଗଣ ହଳଦୀ ଗାଁ ତଥା ଆଖ ପାଖ ଅଞ୍ଚଳ ପଇନ୍ତରା ମାରିଛନ୍ତି । କିଛି ଦିନ ପୂର୍ବରୁ ହଳଦୀ ଗାଁରେ ଜଣେ ବ୍ୟକ୍ତିଙ୍କୁ ଭାଲୁ ଆକ୍ରମଣ କରିଥିଲା । ଏବେ ପୁଣି ଜଙ୍ଗଲରେ ଭାଲୁୁକୁ ଦେଖି ଲୋକେ ଭୟଭିତ ହୋଇଛନ୍ତି ।

ନୂଆପଡାରୁ ମୋତିଲାଲ ବାଗ,ଇଟିଭି ଭାରତ

ABOUT THE AUTHOR

...view details