ନୂଆପଡା: ଦୁର୍ଗମ ଅଞ୍ଚଳରେ ସ୍ବେଚ୍ଛାସେବୀ ସଂସ୍ଥା ପକ୍ଷରୁ ରାସନ ସାମଗ୍ରୀ ପ୍ରଦାନ । ଏକ୍ସସନଏଡ଼ ସହାୟତାରେ ଖଡ଼ିଆଳ ସ୍ଥିତ ସୋସିଆଲ ଆୱାରନେସ ଇଷ୍ଟିଚ୍ୟୁଟ ସାଇ ସ୍ବେଚ୍ଛାସେବୀ ସଂସ୍ଥା ପକ୍ଷରୁ ଗରିବ ଲୋକମାନଙ୍କୁ ରାସନ ସାମଗ୍ରୀ ପ୍ରଦାନ କରାଯାଇଛି ।
ଦୁର୍ଗମ ଅଞ୍ଚଳରେ ରାସନ ବାଣ୍ଟିଲା ସ୍ବେଚ୍ଛାସେବୀ ସଂସ୍ଥା - nuapadaf latest news
ଦୁର୍ଗମ ଅଞ୍ଚଳରେ ସ୍ବେଚ୍ଛାସେବୀ ସଂସ୍ଥା ପକ୍ଷରୁ ରାସନ ସାମଗ୍ରୀ ପ୍ରଦାନ । ଏକ୍ସସନଏଡ଼ ସହାୟତାରେ ଖଡ଼ିଆଳ ସ୍ଥିତ ସୋସିଆଲ ଆୱାରନେସ ଇଷ୍ଟିଚ୍ୟୁଟ ସାଇ ସ୍ବେଚ୍ଛାସେବୀ ସଂସ୍ଥା ପକ୍ଷରୁ ଗରିବ ଲୋକମାନଙ୍କୁ ରାସନ ସାମଗ୍ରୀ ପ୍ରଦାନ କରାଯାଇଛି ।ଅଧିକ ପଢନ୍ତୁ...
ନୂଆପଡା ଉପଜିଲ୍ଳାପାଳ ତରଣିସେନ ନାୟକ ସବୁଜ ପତାକା ଦେଖାଇ ରାସନ ଭ୍ୟାନକୁ ଶୁଭ ଉଦଘାଟନ କରିଛନ୍ତି । ରାସନ ଭ୍ୟାନ ଦୁର୍ଗମ ମାଓବାଦୀ ପ୍ରବଣ ମାରାଗୁଡା ଗାଁକୁ ଯାଇ ସେଠାରେ ଗରିବ ଲୋକମାନଙ୍କୁ ରାସନ ପ୍ରଦାନ କରିଛି । ଯେଉଁଥିରେ ଚାଉଳ,ଡାଲି,ତେଲ,ଲୁଣ,ହଳଦୀ ଲଙ୍କା ଗୁଣ୍ଡ ସହ ସାବୁନ ବଣ୍ଟନ କରିଛନ୍ତି । ଲକଡାଉନ କାରଣ ଯୋଗୁଁ ପଲ୍ଲୀ ଠାରୁ ଦିଲ୍ଲୀ ସବୁଠାରେ ଗାଡିମୋଟର,ଦୋକାନ ବଜାର ବନ୍ଦ ରହିଛି । ଗ୍ରାମାଞ୍ଚଳରେ ହେଉଥିବା ସରକାରୀ କାମ ମଧ୍ୟ ବନ୍ଦ ରହିଛି । ଯାହାର ପ୍ରଭାବ ଦିନ ମଜୁରିଆ ଉପରେ ପଡିଛି । ଏଭଳି ସ୍ଥଳେ ଏକ୍ସନଏଡ଼ ସହାୟତାରେ ସାଇ ସ୍ବେଚ୍ଛାସେବୀ ସଂସ୍ଥାର ସ୍ବେଛାସେବୀ ଜିତେନ୍ଦ୍ର ନାଥ ପଟ୍ଟନାୟକଙ୍କ ନେତୃତ୍ବରେ ମାରାଗୁଡା ଗାଁ ଠାରେ ରାସନ ବଣ୍ଟନ କରାଯାଇଛି ।
ନୂଆପଡାରୁ ମୋତିଲାଲ ବାଗ,ଇଟିଭି ଭାରତ