ନୂଆପଡା: ଜିଲ୍ଲା ଖଡିଆଳ ପୋଲିସକୁ ବଡ ସଫଳତା । 5 ଜଣ ଦୁର୍ଦ୍ଦାନ୍ତ ଡକାୟତଙ୍କୁ ଗିରଫ କରିଛି ପୋଲିସ । ଅଭିଯୁକ୍ତଙ୍କ ନିକଟରୁ ଏକ ଲକ୍ଷ 2 ହଜାର 500 ନଗଦ ଟଙ୍କା, 30 ଗ୍ରାମ ସୁନା ଗହଣା, ଏକାଧିକ ମୋବାଇଲ, ଚୋରିରେ ବ୍ୟବହୃତ କାର, ଦୁଇଟି ବାଇକ, ଲୁହାରଡ ଏବଂ ଧାରୁଆ ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି । ସେମାନଙ୍କୁ ଗିରଫ ପରେ ମଙ୍ଗଳବାର କୋର୍ଟ ଚାଲାଣ କରାଯାଇଥିବା ନୂଆପଡା ଏସପି ରାହୁଲ ଜୈନ ସୂଚନା ଦେଇଛନ୍ତି ।
ସୂଚନାଯୋଗ୍ୟ, ଖଡିଆଳ ଥାନା ଅନ୍ତର୍ଗତ ବରଗାଁ ନିବାସୀ ସତ୍ୟପ୍ରିୟ ମୁଣ୍ଡଙ୍କ ବାସଭବନରୁ ଫେବୃୟାରୀ 1 ତାରିଖ ରାତ୍ରି ପ୍ରାୟ 1 ଟା 30 ସମୟରେ ସଶସ୍ତ୍ର ଡକାୟତି ହୋଇଥିଲା । କିଛି ଦୁର୍ବୃତ୍ତ ଘର ପଛପଟ ଗେଟ୍ ଭାଙ୍ଗି ଘରେ ପଶିଥିଲେ । ଘର ମାଲିକ ସତ୍ୟପ୍ରିୟଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ନଗଦ 7 ଲକ୍ଷ 50 ହଜାର ଟଙ୍କା ଏବଂ 20 ତୁଲା ସୁନା ଗହଣା ଲୁଟି ନେଇଥିଲେ । ଏନେଇ ସେ ଖଡିଆଳ ଥାନାରେ ଅଭିଯୋଗ କରିଥିଲେ ।