ଓଡିଶା

odisha

ଖଡ଼ିଆଳ ପୋଲିସକୁ ସଫଳତା, 5 ଲୁଟେରା ଗିରଫ

By

Published : Sep 30, 2019, 9:07 PM IST

ଗତ 23 ତାରିଖ ଦିନ ଘଟିଥିବା ଡକାୟତିରେ ସାମିଲ ଥିବା 5ଜଣ ଲୁଟେରାଙ୍କୁ ଗିରଫ କରିଛି ଖଡ଼ିଆଳ ପୋଲିସ ।

ଖଡ଼ିଆଳ ପୋଲିସକୁ ସଫଳତା, 5 ଲୁଟେରା ଗିରଫ

ନୂଆପଡା: ସ୍ଥାନୀୟ ଖଡ଼ିଆଳ ପୋଲିସକୁ ଆଉ ଏକ ବଡ ସଫଳତା । ଗତ 23 ତାରିଖ ଦିନ ଘଟିଥିବା ଡକାୟତିରେ ସାମିଲ ଥିବା 5ଜଣ ଲୁଟେରାଙ୍କୁ ଗିରଫ କରିଛି ଖଡ଼ିଆଳ ପୋଲିସ । ଏଥି ସହିତ ସେମାନଙ୍କ ଠାରୁ ଡକାୟତି ହୋଇଥିବା 4211 ଟଙ୍କା, 6ଟି ମୋବାଇଲ ଫୋନ ଏବଂ 3ଟି ବାଇକ ଜବତ କରିଛି ।

ଭିଡିଓ ସୌଜନ୍ୟ- ପ୍ରତିନିଧି ନୂଆପଡା

ଗିରଫ ଡକାୟତମାନେ ହେଲେ ମନୋରଞ୍ଜନ ସରାଫ, ତ୍ରିଲୋଚନ ଶବର, ବିଘ୍ନରାଜ ଶବର, ବଲାଙ୍ଗୀର ଜିଲ୍ଲାର ଲୋକନାଥ ସଗରିଆ ଓ ନିରଞ୍ଜନ ଖୁରା । ଗତ 23 ତାରିଖ ଦିନ ଖଡ଼ିଆଳ ବ୍ଲକ ଝୋଳପଥର ଗାଁର କପଡା ବ୍ୟବସାୟୀ କୋଶଳ ମେହେରଙ୍କ ଠାରୁ ଏମାନେ ଲୁଟ କରିଥିଲେ ।

ଏଥିସହିତ ତାଙ୍କୁ ମାରଣାସ୍ତ୍ରରେ ଆକ୍ରମଣ କରି 14ହଜାର ଟଙ୍କା ଏବଂ ମୋବାଇଲ ଲୁଟି ନେଇଥିଲେ । ଏନେଇ ଖଡ଼ିଆଳ ଥାନାରେ ଏକ ମାମଲା ରୁଜ୍ଜୁ ହୋଇଥିଲା । ନୂଆପଡା ଏସପିଙ୍କ ନିର୍ଦ୍ଦେଶକ୍ରମେ ଏକ ପୋଲିସ ସ୍କ୍ବାଡ଼ ତଦନ୍ତ ଆରମ୍ଭ କରିଥିଲା । ସୋମବାର ପୋଲିସ ବିଭିନ୍ନ ସ୍ଥାନରୁ ଏମାନଙ୍କୁ ଗିରଫ କରିବାରେ ସଫଳ ହୋଇଛି । ତେବେ ଘଟଣାରେ ସାମିଲ ଥିବା ଆଉ ଜଣେ ଅଭିଯୁକ୍ତ ଫେରାର ଅଛି ।

ନୂଆପଡାରୁ ମୋତିଲାଲ ବାଗ୍‌, ଇଟିଭି ଭାରତ

ABOUT THE AUTHOR

...view details