ଓଡିଶା

odisha

୧୦ ମାସ ପରେ ମିଳିଲା ନିଖୋଜ ନାବାଳିକାଙ୍କ ମୃତଦେହ : ମାଟି ତଳୁ କଙ୍କାଳ ଉଦ୍ଧାର, 5 ଅଟକ

୧୦ ମାସ ପରେ ମିଳିଲା ନିଖୋଜ ନାବାଳିକାଙ୍କ ମୃତଦେହ । ମାଟି ତଳୁ ଉଦ୍ଧାର ହେଲା କଙ୍କାଳ । ଏହି ଘଟଣାରେ ପୋଲିସ ୫ଜଣଙ୍କୁ ଅଟକ ରଖି ତଦନ୍ତ କରୁଛି । ଅଧିକ ପଢ଼ନ୍ତୁ

By

Published : Nov 9, 2022, 4:02 PM IST

Published : Nov 9, 2022, 4:02 PM IST

୧୦ ମାସ ପରେ ମିଳିଲା ନିଖୋଜ ନାବାଳିକାଙ୍କ ମୃତଦେହ : ମାଟି ତଳୁ ହାଡ଼ କଙ୍କାଳ ଉଦ୍ଧାର, 5 ଗିରଫ
୧୦ ମାସ ପରେ ମିଳିଲା ନିଖୋଜ ନାବାଳିକାଙ୍କ ମୃତଦେହ : ମାଟି ତଳୁ ହାଡ଼ କଙ୍କାଳ ଉଦ୍ଧାର, 5 ଗିରଫ

ନୂଆପଡା :୧୦ ମାସ ପରେ ମିଳିଲା ନିଖୋଜ ନାବାଳିକାଙ୍କ ମୃତଦେହ । ମାଟି ତଳୁ ଉଦ୍ଧାର ହେଲା କଙ୍କାଳ । ଏହି ଘଟଣାରେ ପୋଲିସ ୫ଜଣଙ୍କୁ ଅଟକ ରଖିବା ସହ ତଦନ୍ତ କରୁଛି(Five accused detained for kidnaping and murder minor girl ) । ସୂଚନାନୁସାରେ ନୂଆପଡ଼ା ସଦର ଥାନା ଅନ୍ତର୍ଗତ ରତିପାଲି ଗାଁର ଧନିରାମ ନାଏକଙ୍କ ଝିଅ ହିତେଶ୍ୱେରୀ ଦୀର୍ଘ ୧୦ ମାସ ହେବ ନିଖୋଜ ଥିଲା ।

ନା କୌଣସି ଖବର ମିଳୁଥିଲା ନା ସନ୍ଧାନ । ଇତି ମଧ୍ୟ ଘଟଣା ଘଟିବାର ୧୦ ମାସ ପରେ ଆଜି ନୂଆପଡା ପୋଲିସ ହାତରେ ଲାଗିଥିଲା ବଡ଼ ସୁରାକ । ରତିପାଲି ଗାଁ ନିକଟସ୍ଥ ଏକ ଖୋଲା ପଡିଆର ମାଟି ତଳୁ ଉଦ୍ଧାର କରିଛି ନିଖୋଜ ନାବାଳିକାଙ୍କ କଙ୍କାଳ (kidnaping and murder minor girl) ।

ସୂଚନାନୁସାରେ ଚଳିତ ବର୍ଷ ଜାନୁଆରୀ 6 ତାରିଖ ଦିନ ଛୁଟିରେ ନିଜଗାଁ ରତିପାଲିକୁ ଆସିଥିଲେ ହିତେଶ୍ୱେରୀ । ହେଲେ ୭ ତାରିଖ ସକାଳେ ଦେଖିଲା ବେଳକୁ ଝିଅ ଘରୁ ନିଖୋଜ ହୋଇଯାଇଛି । ଏନେଇ ପରିବାର ଲୋକେ ବହୁ ଖୋଜା ଖୋଜି କରିଥିଲେ । ଖୋଜା ଖୋଜି ପରେ ମଧ୍ୟ ପାଇନଥିଲେ ଝିଅକୁ । ଏହାପରେ 9ତାରିଖ ଦିନ ବାପା ଧନିରାମ ନାଏକ ନୂଆପଡା ଥାନାରେ ନିଖୋଜ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତ୍ତି କରି ନୂଆପଡା ପୋଲିସ ଏକ ନିଖୋଜ ମାମଲା ରୁଜୁ କରି ହାତ ବାନ୍ଧି ରହିଥିଲା ।

ପରିବାର ଲୋକେ ମଧ୍ୟ ଝିଅ କାଳେ କାହା ସହିତ ଚାଲି ଯାଇଥିବ ଭାବି ଚୁପ୍ ରହିଥିଲେ । ହେଲେ ଚଳିତ ମାସ 2 ତାରିଖ ଦିନ ହଠାତ ଏକ ବେନାମୀ ଚିଠି ଆସି ପହଞ୍ଚିଲା ଝିଅର ବାପା ଧନିରାମଙ୍କ ପାଖରେ । ଚିଠିରେ 5ଜଣ ଯୁବକ ଝିଅକୁ ହତ୍ୟା କରି ମାଟିତଳେ ପୋତିଥିବା ଉଲ୍ଲେଖ ଥିଲା । ଠିକଣାବିହୀନ ଚିଠିକୁ ନେଇ ନୂଆପଡା ଥାନାରେ ପହଞ୍ଚିଥିଲେ ପରିବାର ଲୋକେ ।

ନୂଆପଡା ଏସପିଙ୍କ ନିର୍ଦ୍ଦେଶ କ୍ରମେ SDPO ପ୍ରଶାନ୍ତ କୁମାର ପଟ୍ଟନାୟକଙ୍କ ତତ୍ତ୍ୱବାଧାନରେ ପୋଲିସ ଟିମ ଘଟଣାସ୍ଥଳରେ ପହଞ୍ଚି ଥିଲେ । ସେଠାରେ ଜେସିବି ସାହାଯ୍ୟରେ ମାଟି ତାଡ଼ିଥିଲେ । ପୋଲିସର ଏହି ତଦନ୍ତ ସମୟରେ ମାଟିତଳୁ ମିଳିଥିଲା କଙ୍କାଳ । ଏହାପରେ ପୋଲିସ ଏହି କଙ୍କାଳକୁ ଜବତ କରି ପରୀକ୍ଷା ପାଇଁ ପଠାଇଥିଲା ପରୀକ୍ଷାଗାରକୁ । ସେଠାରେ ପରୀକ୍ଷା ନିରୀକ୍ଷା ପରେ ଜଣାପଡ଼ିଥିଲା ଉଦ୍ଧାର ହୋଇଥିବା ହାଡ଼ ଓ କଙ୍କାଳ ନିଖୋଜ ନାବାଳିକା ହିତେଶ୍ବରୀଙ୍କର ।

ଏହାପରେ ପରିବାରରେ ଏକ ଭୟର ବାତାବରଣ ଖେଳିଯିବା ସହ ଝିଅକୁ ହରାଇ ଚେତାଶୂନ୍ୟ ହୋଇ ପଡୁଛନ୍ତି ପରିବାର ଲୋକେ । ଏତେଦିନ ଧରି ଝିଅ କେଉଁଠି ଥିଲା? କିଏ ତାକୁ ଅପହରଣ କରିଥିଲା ? କିଏ କେଉଁ କାରଣ ପାଇଁ ହତ୍ୟା କରିଛି ତାହାର ତଦନ୍ତ କରୁଛି ପୋଲିସ । ଏହାସହ ଅଟକ ରଖିଥିବା ୫ଜଣ ଯୁବକଙ୍କୁ ପଚରାଉଚୁରା କରୁଛି ପୋଲିସ । ତେବେ ଏହି ଘଟଣା ପରେ ଉକ୍ତ ଗାଁରେ ଚାଞ୍ଚଲ୍ୟ ଖେଳିଯାଇଛି ।

ଇଟିଭି ଭାରତ, ନୂଆପଡ଼ା

ABOUT THE AUTHOR

...view details