ଓଡିଶା

odisha

ETV Bharat / state

ପ୍ରାକୃତିକ ବିପର୍ଯ୍ୟୟରୁ ସୁରକ୍ଷା ପାଇଁ ମକଡ୍ରିଲ ସଚେତନତା କାର୍ଯ୍ୟକ୍ରମ

ଆଗକୁ ବର୍ଷା ଋତୁ ଆସୁଥିବାରୁ ବନ୍ୟା, ବାତ୍ୟା ଓ ଝଡ ତୋଫାନ ପରି ପରିସ୍ଥିତିର କିପରି ମୁକାବିଲା କରାଯାଇପାରିବ ତାହା ଦମକଳ ବାହିନୀ ଦ୍ବାରା ମକଡ୍ରିଲରେ ଦେଖାଯାଇଥିଲା ।

By

Published : Jun 20, 2020, 7:47 PM IST

nuapada latest news, nuapada khadiala fire department, khadiala fire department's awareness programme, mockdrill awareness programme for natural disaster, ନୂଆପଡା ଲାଟେଷ୍ଟ ନ୍ୟୁଜ୍‌, ନୂଆପଡା ଖଡିଆଳ ଅଗ୍ନିଶମ ବିଭାଗ, ଖଡିଆଲ ଅଗ୍ନିଶମ ବିଭାଗର ସଚେତନତା କାର୍ଯ୍ୟକ୍ରମ, ପ୍ରାକୃତିକ ବିପର୍ଯ୍ୟୟ ପାଇଁ ମକଡ୍ରିଲ ସଚେତନତା କାର୍ଯ୍ୟକ୍ରମ
ପ୍ରାକୃତିକ ବିପର୍ଯ୍ୟୟରୁ ସୁରକ୍ଷା ପାଇଁ ମକଡ୍ରିଲ ସଚେତନତା କାର୍ଯ୍ୟକ୍ରମ

ନୂଆପଡା: ପ୍ରତିବର୍ଷ ରାଜ୍ୟରେ ପ୍ରାକୃତିକ ବିପର୍ଯ୍ୟୟ ଘଟୁଥିବା ବେଳେ ସୁରକ୍ଷା ପାଇଁ ମକଡ୍ରିଲ ସଚେତନତା କାର୍ଯ୍ୟକ୍ରମର ପ୍ରୟାସ ଆରମ୍ଭ କରିଛି ସ୍ଥାନୀୟ ଖଡିଆଳ ଅଗ୍ନିଶମ ବିଭାଗ । ଅଗ୍ନିଶମ ଅଧିକାରୀ ଜଗଦୀଶ ପ୍ରସାଦ ମାଝୀ ଓ ଗୁଳୁ ସାହୁଙ୍କ ଉଦ୍ୟମରେ ଖଡିଆଳ ବ୍ଲକ ପରିସରରେ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଏଥିରେ ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲାରୁ କିପରି ନିଜ ଜୀବନ ବଞ୍ଚାଇ ହେବ ତାର କୌଶଳ ଦମକଳ ବାହିନୀ ମକ ଡ୍ରିଲ ଦ୍ବାରା ଦେଖାଇଥିଲା ।

ପ୍ରାକୃତିକ ବିପର୍ଯ୍ୟୟରୁ ସୁରକ୍ଷା ପାଇଁ ମକଡ୍ରିଲ ସଚେତନତା କାର୍ଯ୍ୟକ୍ରମ

ଆଗକୁ ବର୍ଷା ଋତୁ ଆସୁଥିବାରୁ ବନ୍ୟା, ବାତ୍ୟା ଓ ଝଡ ତୋଫାନ ପରି ପରିସ୍ଥିତିର କିପରି ମୁକାବିଲା କରାଯାଇପାରିବ ତାହା ଦମକଳ ବାହିନୀ ଦ୍ବାରା ଦେଖାଯାଇଥିଲା । ଏହି କାର୍ଯ୍ୟକ୍ରମ ଦ୍ବାରା ଲୋକେ ଅନେକ କିଛି ଶିଖିପାରିବା ସହ ଆଗାମୀ ଦିନରେ ଏହି ଜ୍ଞାନ କୌଶଳ ସେମାନଙ୍କୁ ସହାୟକ ହେବ ବୋଲି ଖଡିଆଳ ଅଗ୍ନିଶମ ବାହିନୀ ପ୍ରକାଶ କରିଛି ।

ନୂଆପଡାରୁ ମୋତିଲାଲ ବାଗ, ଇଟିଭି ଭାରତ

ABOUT THE AUTHOR

...view details