ଓଡିଶା

odisha

ETV Bharat / state

ଧାନ ବସ୍ତା ରଖି ଜିଲ୍ଲାପାଳଙ୍କ ଅଫିସ ଘେରାଉ - sacks of paddy

ଜୟ କିଷାନ ମଜଦୁର ସଂଗ୍ରାମ ପରିଷଦ ଆବାହାକ ଯଦୁମଣି ପାଣିଗ୍ରାହୀଙ୍କ ନେତୃତ୍ୟରେ ଆଜି(ସୋମବାର) ଶତାଧିକ ଚାଷୀ ଧାନ ବସ୍ତା ରଖି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଘେରାଉ କରିବା ସହ ମୁଖ୍ୟ ଫାଟକକୁ ଧାନ ବସ୍ତା ରଖି ସିଲ କରିଛନ୍ତି। ଅଧିକ ପଢନ୍ତୁ...

ଧାନ ବସ୍ତା ରଖି ଜିଲ୍ଲାପାଳଙ୍କ ଅଫିସ ଘେରାଉ
ଧାନ ବସ୍ତା ରଖି ଜିଲ୍ଲାପାଳଙ୍କ ଅଫିସ ଘେରାଉ

By

Published : Mar 1, 2021, 1:25 PM IST

ନୂଆପଡ଼ା: ଜିଲ୍ଲା ଜୟ କିଷାନ ମଜଦୁର ସଂଗ୍ରାମ ପରିଷଦ ଆବାହାକ ଯଦୁମଣି ପାଣିଗ୍ରାହୀଙ୍କ ନେତୃତ୍ୟରେ ଆଜି(ସୋମବାର) ଶତାଧିକ ଚାଷୀ ଧାନ ବସ୍ତା ରଖି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଘେରାଉ କରିବା ସହ ମୁଖ୍ୟ ଫାଟକକୁ ଧାନ ବସ୍ତା ରଖି ସିଲ କରିଛନ୍ତି।

ଧାନ ବସ୍ତା ରଖି ଜିଲ୍ଲାପାଳଙ୍କ ଅଫିସ ଘେରାଉ

ଚାଷୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଜୟ କିଷାନ ମଜଦୁର ସଂଗ୍ରାମ ପରିଷଦ ସରକାର ତଥା ନୂଆପଡା ଜିଲ୍ଲା ପ୍ରଶାସନକୁ ଜଣାଇ ଆସୁଥିଲେ ମଧ୍ୟ ଏଥି ପ୍ରତି କେହି ଦୃଷ୍ଟି ଦେଉନଥିବା ଅଭିଯୋଗ କରିଛନ୍ତି ଆନ୍ଦୋଳନ କାରୀ ଚାଷୀଗଣ। ଯାହାର ଆକ୍ରୋଶରେ ଆଜି ସମୂହ ଚାଷୀ ଉତକ୍ଷିପ୍ତ ହୋଇ ନୂଆପଡା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ମୁଖ୍ୟ ଫାଟକରେ ଧାନ ବସ୍ତା ରଖି ପ୍ରବେଶ ପଥକୁ ସିଲ କରିଛନ୍ତି।

ଅପରପକ୍ଷେ ଜିଲ୍ଲାର ବିଭିନ୍ନ ଧାନ ମଣ୍ଡିରେ 3 ହଜାର 500 ଚାଷୀଙ୍କ ଟୋକନ ଲାପ୍ସ ହୋଇଯାଇଥିବା ବେଳେ ଧାନ ବିକ୍ରି କରିନପାରି ସଂକଟରେ ଦିନକାଟୁଛନ୍ତି ଚାଷୀ । ତେବେ ଲାପ୍ସ ଟୋକନକୁ ରି ଜେନେରେଟ କରି ତୁରନ୍ତ ଚାଷୀଙ୍କ ଧାନକୁ ସରକାର ଉଠାନ୍ତୁ। ନଚେତ ଆଗାମୀ ଦିନରେ ଚାଷୀ ଆନ୍ଦୋଳନ ଆହୁରି ତୀବ୍ରତର ହେବ ବୋଲି ଚେତାବନୀ ଦେଇଛନ୍ତି ଆନ୍ଦୋଳନକାରୀ।


ନୂଆପଡ଼ାରୁ ମୋତିଲାଲ ବାଗ, ଇଟିଭି ଭାରତ

ABOUT THE AUTHOR

...view details