ଓଡିଶା

odisha

ETV Bharat / state

ଜାତୀୟ ରାଜପଥର ସୁଧାର ନେଇ ତେଜିଲେ ଚାଷୀ ନେତା - nuapada news

ମରଣଯନ୍ତା ପାଲଟିଛି ନୂଆପଡା ଜିଲ୍ଲାର 353 ଜାତୀୟ ରାଜପଥର ପେଣ୍ଡରାବନ୍ଧ, ବୋଡାଛାପର, କୋମନା ନିକଟରେ ରାସ୍ତା । ଖାଲଖମାର କାଦୁଅ ସରସର ରାସ୍ତା ପଥଚାରୀଙ୍କୁ ବିପଦକୁ ଟାଣି ନେଉଛି । ରାସ୍ତା ଉପରେ ଶତାଧିକ ଲୋକ ଦୁର୍ଘଟଣାର ଶିକାର ହୋଇ ଅକାଳରେ ପ୍ରାଣ ହରାଉଥିବା ଦେଖାଦେଇଛି । ଯାହାକୁ ନେଇ ତେଜିଛନ୍ତି ଚାଷୀ ନେତା । ଅଧିକ ପଢନ୍ତୁ...

ଜାତୀୟ ରାଜପଥର ସୁଧାର ନେଇ ତେଜିଲେ ଚାଷୀ ନେତା
ଜାତୀୟ ରାଜପଥର ସୁଧାର ନେଇ ତେଜିଲେ ଚାଷୀ ନେତା

By

Published : Aug 29, 2020, 5:29 PM IST

ନୂଆପଡା: ମରଣଯନ୍ତା ପାଲଟିଛି ନୂଆପଡା ଜିଲ୍ଲାର 353 ଜାତୀୟ ରାଜପଥର ପେଣ୍ଡରାବନ୍ଧ, ବୋଡାଛାପର, କୋମନା ନିକଟରେ ରାସ୍ତା । ଖାଲଖମାର କାଦୁଅ ସରସର ରାସ୍ତା ପଥଚାରୀଙ୍କୁ ବିପଦକୁ ଟାଣି ନେଉଛି । ରାସ୍ତା ଉପରେ ଶତାଧିକ ଲୋକ ଦୁର୍ଘଟଣାର ଶିକାର ହୋଇ ଅକାଳରେ ପ୍ରାଣ ହରାଉଥିବା ଦେଖାଦେଇଛି । ଯାହାକୁ ନେଇ ତେଜିଛନ୍ତି ଚାଷୀ ନେତା ।

ଜାତୀୟ ରାଜପଥର ସୁଧାର ନେଇ ତେଜିଲେ ଚାଷୀ ନେତା

ପ୍ରତିଦିନ ଏହି ରାସ୍ତା ଦେଇ ନେତା ମନ୍ତ୍ରୀ ଅଧିକାରୀ ଯିବା ଆସିବା କରୁଛନ୍ତି ସତ ହେଲେ ରାସ୍ତାର ଅବସ୍ଥା ପ୍ରତି କାହାରି ଦୃଷ୍ଟି ନାହିଁ। ଏହି ଜାତୀୟ ରାଜପଥ ଗୋପାଳପୁର ଭାୟା ନୂଆପଡା ଜିଲ୍ଲା ଦେଇ ସିଧାସଳଖ ଛତିଶଗଡ଼ ରାୟପୁରକୁ ସଂଯୋଗ କରୁଛି । ପ୍ରତିଦିନ ଶତାଧିକ ମାଲ ବୋଝେଇ ଟ୍ରକ ବିପଦସଂକୁଳ ଅବସ୍ଥାରେ ଦିବାରାତ୍ର ଯାତାୟତ କରୁଛନ୍ତି । ସପ୍ତାହକ ମଧ୍ୟରେ ଖଡ଼ିଆଳ, ଲକ୍ଷ୍ମୀପୁର, ଉଦ୍ୟାନବନ୍ଧ, କୋମନା ନିକଟରେ ମର୍ମନ୍ତୁଦ ଦୁର୍ଘଟଣାରେ ପଡି ମୃତ୍ୟୁ ମୁଖରେ ପଡିଛନ୍ତି ଏକାଧିକ ଲୋକ । ଦୁର୍ଘଟଣା ପରେ ସ୍ଥାନୀୟ କିଛି ନେତା ଟିକିଏ ହୋହଲ୍ଲା କରି ରାସ୍ତାରୋକ କରିବା ପରେ ପ୍ରଶାସନିକ ପ୍ରତିଶ୍ରୁତି ପାଇ ଚୁପ ବସିଯାଉଛନ୍ତି ।

ସେପଟେ ଜାତୀୟ ରାଜପଥ ସୁଧାର ନେଇ ତେଜିଛନ୍ତି ଚାଷୀ ନେତା । ତୁରନ୍ତ ସମସ୍ୟାର ସମାଧାନ ନ ନେଲେ ଆଗକୁ ଆନ୍ଦୋଳନ ତୀବ୍ରତର ହେବା ନେଇ ଚେତାବନୀ ଦେଇଛନ୍ତି ।

ନୂଆପଡାରୁ ମୋତିଲାଲ ବାଗ, ଇଟିଭି ଭାରତ

ABOUT THE AUTHOR

...view details