ଓଡିଶା

odisha

ETV Bharat / state

ବର୍ଷା ଧୋଇନେଲା ବର୍ଷକର ପରିଶ୍ରମ, କାନ୍ଦୁଛି ଚାଷୀ - ପାଣିରେ ଭାସୁଛି ଚାଷୀଙ୍କ ଫଲସ

ବର୍ଷା ଧୋଇନେଲା ଫସଲ । କାନ୍ଦୁଛନ୍ତି ନୂଆପଡା ଜିଲ୍ଲାର ଚାଷୀ । କ୍ଷତିପୂରଣ ପାଇଁ ଦାବି କଲେ ଚାଷୀ ନେତା । ପଢନ୍ତୁ

ବର୍ଷା ଧୋଇନେଲା ବର୍ଷକର ପରିଶ୍ରମ, କାନ୍ଦୁଛି ଚାଷୀ
ବର୍ଷା ଧୋଇନେଲା ବର୍ଷକର ପରିଶ୍ରମ, କାନ୍ଦୁଛି ଚାଷୀ

By

Published : Jan 16, 2022, 2:32 PM IST

ନୂଆପଡା: ଆଣ୍ଠୁଏ ବର୍ଷା ପାଣିରେ ଭାସୁଛି ବର୍ଷକର ଝାଳବୁହା ଧନ। କେଉଁଠି ଟମାଟୋ ତ ଆଉ କେଉଁଠି ପାଣିରେ ବୁଡି ରହିଛି ପିଆଜ । ଭଳିକି ଭଳି ପନିପରିବା ଠୁ ଆରମ୍ଭ କରି ମୁଗ , ବିରି ଆଦି ଡାଲି ଜାତୀୟ ଫସଲ ଏବେ ପାଣିରେ ଭାସୁଛି । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ନୂଆପଡା ଜିଲ୍ଲାରେ । ଜିଲ୍ଲାରେ ଚଳିତ ମାସ 10 ତାରିଖ ଦିନ ଠାରୁ ଲଘୁଚାପ ଜନିତ ଅଦିନିଆ ବର୍ଷା ଲାଗି ରହିବାରୁ ହଜାର ହଜାର ହେକ୍ଟର ପନିପରିବା ଡାଲି ଜାତୀୟ ଫସଲକୁ ଫସର ଫଟାଇଲା ବର୍ଷା ପାଣି।

ବର୍ଷା ଧୋଇନେଲା ବର୍ଷକର ପରିଶ୍ରମ, କାନ୍ଦୁଛି ଚାଷୀ

ଜିଲ୍ଲାର ନୂଆପଡା, କୋମନା, ସିନାପାଲି, ବୋଡେ଼ନ , ଖଡ଼ିଆଳ ବ୍ଲକ ର ବିଭିନ୍ନ ଅଞ୍ଚଳ ରେ ବ୍ୟାପକ ମାତ୍ରାରେ ଫସଲ ହାନି ହୋଇଛି । ଟମାଟୋ, ବାଇଗଣ, ପିଆଜ, ଲଙ୍କା ଭଳି ପରିବା ପାଣିରେ ଭିଜି ନଷ୍ଟ ହୋଇଥିବା ବେଳେ ଚଣା, କୋଲଥ, ମୁଗ, ବିରି ଆଦି ଡାଲି ଜାତୀୟ ଫସଲ ସମ୍ପୂର୍ଣ୍ଣ ନଷ୍ଟ ହୋଇଛି। ବିଶେଷ କରି ସିନାପାଲି ବ୍ଲକ ଏବଂ କୋମନା ବ୍ଲକ ର ଠୁଟିବର, କାଳିମାଟି, ଲହନ୍ଦୋପାଳି, ବନିଆପଡା ଆଦି ଅଞ୍ଚଳରେ ଅଧିକ ରୁ ଅଧିକ ଫସଲ କ୍ଷତି ହୋଇଥିବା ସୂଚନା ମିଳିଛି ।

ଫସଲ କ୍ଷତି ସହି ନ ପାରି ଏବେ ଚିନ୍ତା ରେ ଅର୍ଣ୍ଣଦାତା ଚାଷୀ ଭାଙ୍ଗି ପଡିଛି। ଏବେ ସରକାରୀ ସହାୟତାକୁ ଚାହିଁ ବସିଛି ଅନ୍ନଦାତା ଚାଷୀ । ଚଳିତ ବର୍ଷ ନୂଆପଡା କୃଷି ଜିଲ୍ଲାରେ ସରକାରୀ ରିପୋର୍ଟ ଅନୁସାରେ 62 ହଜାର 7 ଶହ 95 ହେକ୍ଟର ଚାଷ ଜମିରେ ପନିପରିବା ଏବଂ ଡାଲି ଜାତୀୟ ଫସଲ କରିଥିଲା ଚାଷୀ । ଫସଲ ଭଲ ମଧ୍ୟ ହୋଇଥିଲା । ଫସଲ ଦେଖି ଚାଷୀ ମୁହଁରେ ହସ ଫୁଟୁଥିଲା ବଜାରରେ ବିକ୍ରି କରି ଭଲ ଲାଭ ପାଇବା ଆଶା ରଖିଥିଲା ଚାଷୀ, ହେଲେ ସବୁ ଆଶା ଧୋଇ ନେଲେ ଅଦିନିଆ ବର୍ଷା ।

ଚାଷୀ ଏବେ ଚିନ୍ତାରେ ଥିବା ବେଳେ ଚଷା ପୁଅକୁ ବୁଝାଇବା ପାଇଁ କୃଷକ ନେତା ଯଦୁମଣି ପାଣିଗ୍ରାହୀ କ୍ଷେତ୍ର ପରିଦର୍ଶନ କରିଛନ୍ତି। ଜିଲ୍ଲା କୃଷି ବିଭାଗ ତୁରନ୍ତ ତଦନ୍ତ କରି କ୍ଷତିଗ୍ରସ୍ତ ଚାଷୀ କୁଳ କୁ ଇନପୁଟ ସବସିଟି ଯୋଗାଇ ଦେବାକୁ ଦାବି କରିଛନ୍ତି । ନଚେତ ଚାଷୀଙ୍କ ସ୍ୱାର୍ଥ ପାଇଁ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି । ଅପରପକ୍ଷେ ଖଡ଼ିଆଳ ଜିଲ୍ଲା କୃଷି ଅଧିକାରୀ ମଧ୍ୟ ଘଟଣା କୁ ସ୍ୱୀକାର କରିବା ସହ ଫସଲ କ୍ଷତି ରିପୋର୍ଟ ସରକାର ଙ୍କୁ ଦେବେ ବୋଲି ପ୍ରକାଶ କରିଛନ୍ତି।

ନୂଆପଡାରୁ ମୋତିଲାଲ ବାଗ, ଇଟିଭି ଭାରତ

ABOUT THE AUTHOR

...view details