ଓଡିଶା

odisha

ETV Bharat / state

ଯୋଗ୍ୟ ହିତାଧିକାରୀଙ୍କୁ ମିଳୁନି ବାସଗୃହ, ଜରିପାଲ ତଳେ 7 ବର୍ଷ

ବାସଗୃହ ପାଇଁ ଜନ ପ୍ରତିନିଧିଠୁ ଆରମ୍ଭ କରି ଜିଲ୍ଲାପାଳଙ୍କ ଦ୍ବାରସ୍ତ ହୋଇଛନ୍ତି କିନ୍ତୁ ମିଳୁନି ବାସଗୃହ । ଏଭଳି ଘଟଣା ଦେଖିବାକୁ ମିଳିଛି ନୂଆପଡା ଜିଲ୍ଲା ଖଡିଆଳ ବ୍ଲକରେ । ସାତ ପ୍ରାଣୀ କୁଟୁମ୍ବକୁ ନେଇ ଦୀର୍ଘ 7 ବର୍ଷ ହେଲା ଜରିପାଲ ତଳେ କଟୁଛି ଜୀବନ । ଅଧିକ ପଢନ୍ତୁ...

Eligible people not get abbas last seven year lives under polythin in nuapada
ଯୋଗ୍ଯଙ୍କୁ ମିଳୁନି ବାସଗୃହ, 7 ବର୍ଷ ହେଲା ଜରିପାଲ ତଳେ ବିତୁଛି ଜୀବନ

By

Published : Jun 29, 2021, 6:10 PM IST

ନୂଆପଡା: ବାସହରା ଗରିବ ଲୋକଙ୍କୁ ବିଜୁପକ୍କା ଘର, ପ୍ରଧାନମନ୍ତ୍ରୀ ଆବାସ ଗୃହ ଯୋଜନାରେ ସାମିଲ କରି ଗୃହ ଯୋଗାଇ ଦେଉଥିବା ସରକାର ଡିଣ୍ଡିମ ପିଟୁଛନ୍ତି । ହେଲେ ନୂଆପଡା ଖଡ଼ିଆଳ ବ୍ଲକ ଛତା ଗ୍ରାମରେ ଏହି ଯୋଜନା ବାଟବଣା । ପ୍ରକୃତ ହିତାଧିକାରୀ ଯୋଜନାରୁ ବଞ୍ଚିତ ହୋଇ ଦୀର୍ଘ 7 ବର୍ଷ କାଳ ପଲିଥିନ ତଳେ କାଟୁଛନ୍ତି ଜୀବନ ।

ଯୋଗ୍ଯଙ୍କୁ ମିଳୁନି ବାସଗୃହ, 7 ବର୍ଷ ହେଲା ଜରିପାଲ ତଳେ ବିତୁଛି ଜୀବନ

ଖଡ଼ିଆଳ ବ୍ଲକ ଛତା ଗ୍ରାମରେ ହେମସାଗର ଭୋଇ । ଘର ଭାଙ୍ଗି ଯିବା ପରେ ବର୍ଷେ କି ଦୁଇ ବର୍ଷ ନୁହେଁ ଦୀର୍ଘ 7 ବର୍ଷ କାଳ ନାବାଳକ ଶିଶୁଙ୍କୁ ନେଇ ପରିବାରର 7 ଜଣ ସଦସ୍ୟ ପଲିଥିନ ତଳେ ଆଶ୍ରୟ ନେଇଛନ୍ତି । ଅସହାୟ ଗରିବ ହେମସାଗର ଭୋଇ ସ୍ତ୍ରୀ ରଏବାରି ଭୋଇ ନାବାଳକ ସନ୍ତାନ ସହ ଦୁଃଖ କଷ୍ଟରେ ତେଲ ଲୁଣର ସଂସାର କରି ଚଳୁଥିଲେ । ହଠାତ ଦଇବ ସାଜିଲା ଦାଉ 2014 ମସିହା ଲଗାଣ ବର୍ଷା ପାଣିରେ ହେମସାଗର ଭୋଇଙ୍କ ମାଟି ଛପର ବାସଗୃହ ଭାଙ୍ଗିଗଲା । ସେହି ଦିନ ଠାରୁ ଖଣ୍ଡିଏ ବାସଗୃହ ପାଇଁ ସ୍ଥାନୀୟ ସରପଞ୍ଚ ବିଡିଓ ଜିଲ୍ଲାପାଳଙ୍କୁ ଲିଖିତ ଜଣାଇ ଆସୁଥିବା ହେମସାଗର ପ୍ରକାଶ କରିଛନ୍ତି । ହେଲେ ହେମସାଗର ପ୍ରତି କୌଣସି ଅଧିକାରୀ ଏଯାଏଁ ବିଚାର କଲେ ନାହିଁ । ଫଳରେ ବାଧ୍ୟ ହୋଇ ପିଲା ଛୁଆକୁ ନେଇ ପଲିଥିନ ତଳେ ଦୁର୍ବିସହ ଜୀବନ କାଟୁଛନ୍ତି ।

ହେମସାଗର ଭୋଇଙ୍କ ପରିବାର ସାଧାରଣ ମୌଳିକ ଅଧିକାରରୁ ବଞ୍ଚିତ । ହେମସାଗର ଭୋଇଙ୍କ ସ୍ତ୍ରୀ ରଏବାରିଙ୍କ ସହ 3ଗୋଟି ଝିଅ 2ଗୋଟି ନାବାଳକ ପୁଅ ରହୁଛନ୍ତି । ଗରିବ ହୋଇଥିବାରୁ ମୂଲ ଲାଗି ପରିବାର ପ୍ରତିପୋଷଣ କରନ୍ତି ହେମସାଗର । ନିଅଣ୍ଟିଆ ପରିବାର ବେଳେ ଖାଇଲେ ବେଳେ ଉପବାସ ରହୁଥିବା ସ୍ତ୍ରୀ ରଏବାରି ଦୁଃଖର ସହ ପ୍ରକାଶ କରିଛନ୍ତି । ଜନ ପ୍ରତିନିଧିଠୁ ଆରମ୍ଭ କରି ପ୍ରଶାସନିକ ଅଧିକାରୀଙ୍କୁ ଗୁହାରି କରିଥିଲେ ମଧ୍ୟ କୌଣସି ସହାୟତା ମିଳିନାହିଁ । ଶେଷରେ ପଲିଥିନ ତଳେ ଆଶ୍ରୟ ନେଇଛନ୍ତି ।

ସେପଟେ ଏ ଘଟଣାକୁ ନେଇ ଆମ ନୂଆପଡା ପ୍ରତିନିଧି ଖଡ଼ିଆଳ ବିଡିଓଙ୍କୁ ସାକ୍ଷାତ କରିଥିଲେ ଏବଂ ସମସ୍ୟା ସମ୍ପର୍କରେ ଅବଗତ କରିଥିଲେ ଏବଂ ତୁରନ୍ତ ସହାୟତା ପାଇଁ ନିବେଦନ କରିଥିଲ । ହେମସାଗରଙ୍କ ସମସ୍ୟା ସମ୍ପର୍କରେ ଅବଗତ ହେବା ପରେ ବିଡିଓ ବାସଗୃହ ଯୋଗାଇଦେବେ ବୋଲି ନିର୍ଭର ପ୍ରତିଶୃତି ଦେଇଛନ୍ତି । ତେବେ ଆଗକୁ ଦେଖିବାକୁ ବାକି ରହିଲା ବିଡିଓଙ୍କ ପ୍ରତିଶୃତି କେତେ ଫଳପ୍ରଦ ହେଉଛି ।

ନୂଆପଡାରୁ ମୋତିଲାଲ ବାଗ, ଇଟିଭି ଭାରତ

ABOUT THE AUTHOR

...view details