ଓଡିଶା

odisha

ETV Bharat / state

500 ଅସହାୟ ପରିବାରକୁ ବଣ୍ଟାଗଲା ଶୁଖିଲା ଖାଦ୍ୟ - 500 ଅସହାୟ ପରିବାରକୁ ବଣ୍ଟାଗଲା ଶୁଖିଲା ଖାଦ୍ୟ

ଟ୍ୟାକ୍ସି ଚାଳକ, ଅଟୋ ଚାଳକ ଓ ଶ୍ରମିକମାନେ ଲକଡାଉନରେ ଜୀବିକା ହରାଇ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ନୂଆପଡା ଜିଲ୍ଲା ଖଡିଆଳ ବସଷ୍ଟାଣ୍ଡ ଠାରେ ସେହିଭଳି 500 ପରିବାରକୁ ଖଡ଼ିଆଳ ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀଙ୍କ ନେତୃତ୍ବରେ ଶୁଖିଲା ରାସନ ପ୍ରଦାନ କରାଯାଇଛି ।

500 ଅସହାୟ ପରିବାରକୁ ବଣ୍ଟାଗଲା ଶୁଖିଲା ଖାଦ୍ୟ
500 ଅସହାୟ ପରିବାରକୁ ବଣ୍ଟାଗଲା ଶୁଖିଲା ଖାଦ୍ୟ

By

Published : Jun 4, 2020, 10:36 AM IST

ନୂଆପଡା: ଜିଲ୍ଲା ଖଡିଆଳ ବସଷ୍ଟାଣ୍ଡ ଠାରେ 500 ଅସହାୟ ପରିବାରକୁ ଶୁଖିଲା ରାସନ ପ୍ରଦାନ କରାଯାଇଛି । ଭୁବନେଶ୍ବରର ଏମଜିଏମ ଗ୍ରୀନ ଏନର୍ଜି ଲିମିଟେଡ ଫରେଷ୍ଟ ପାର୍କ ସହାୟତାରେ ଖଡ଼ିଆଳ ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ ଲୋକଙ୍କୁ ଖାଦ୍ୟ ସାମଗ୍ରୀ ବାଣ୍ଟିଥିବା ଜଣାପଡିଛି ।

500 ଅସହାୟ ପରିବାରକୁ ବଣ୍ଟାଗଲା ଶୁଖିଲା ଖାଦ୍ୟ

ଖଡ଼ିଆଳସ୍ଥିତ ଟ୍ୟାକ୍ସି ୟୁନିୟନ, ଅଟୋ ୟୁନିୟନ, ଶ୍ରମିକ ୟୁନିୟନର 500 ଅସହାୟ ଗରିବ ହିତାଧିକାରୀଙ୍କୁ ଏହି ରାସନ ଯୋଜନାରେ ସାମିଲ କରାଯାଇଛି । ଜଣେ ହିତାଧିକାରୀଙ୍କୁ 15 ଦିନର ରାସନ ଯୋଗାଇ ଦିଆଯାଇଛି । ଯେଉଁଥିରେ ଚାଉଳ, ଡାଲି, ଅଟା, ଚିନି, ତେଲ, ଅମୂଲ ପାଉଡର, ମସଲା ପ୍ୟାକେଟ, ଚା ଗୁଣ୍ଡ, ସାବୁନ ଆଦି ଖାଉଟି ସାମଗ୍ରୀ ମହଜୁଦ ରହିଛି ।

ମହାମାରୀ କୋଭିଡ-19କୁ ମୁକାବିଲା କରିବା ପାଇଁ ସରକାର ମାସ ମାସ ଧରି ଲକଡାଉନ ଘୋଷଣା କରିଛନ୍ତି । ଯାହାର ପ୍ରଭାବ ଟ୍ୟାକ୍ସି ଅଟୋ ଚାଳକଙ୍କ ସ୍ବଳ୍ପ ରୋଜଗାର ଉପରେ ପ୍ରଭାବ ପକାଇଛି । ଏଭଳି ଘଡିସନ୍ଧି ମୁହୂର୍ତ୍ତରେ ଏମାନଙ୍କ ପାଇଁ ଘର ଚଳାଇବା କଷ୍ଟକର ହୋଇପଡିଛି । ଏଭଳି ସ୍ଥିତିରେ ଖଡ଼ିଆଳ ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ ଅଞ୍ଚଳବାସୀଙ୍କ ହିତ ସାଧନା ପାଇଁ ଏମଜିଏମ ଗ୍ରୀନ ଏନର୍ଜି ଲିମିଟେଡ ଡାଇରେକ୍ଟର ତନୁଜ ମହାନ୍ତିଙ୍କୁ ସହାୟତା ପାଇଁ ଅନୁରୋଧ କରିଥିଲେ । ଏହାପରେ ତାଙ୍କ ସହାୟତାରେ 500 ଅସହାୟ ପରିବାରକୁ ଶୁଖିଲା ରାସନ ସାମଗ୍ରୀ ବଣ୍ଟନ କରାଯାଇପାରିଛି।

ନୂଆପଡାରୁ ମୋତିଲାଲ ବାଗ, ଇଟିଭି ଭାରତ

For All Latest Updates

TAGGED:

nuapada news

ABOUT THE AUTHOR

...view details