ଓଡିଶା

odisha

ETV Bharat / state

ସିନ୍ଧୁରସିଲ ଗାଁର ସଙ୍କଟ, ବାଲିରୁ ଜଳ ସଂଗ୍ରହ କରୁଛନ୍ତି ଗ୍ରାମବାସୀ - drinking water problem at Nuapada

ଅବହେଳିତ ସିନ୍ଧୁରସିଲ ଗାଁର ଜନସଂଖ୍ୟା 6 ଶହରୁ ଊର୍ଦ୍ଧ୍ୱ ହେବ । ଜିଲ୍ଲା ଜନସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ ଗାଁରେ ନୂଆ ପୁରୁଣା ମିଶି 5ଟି ନଳକୂପ ରହିଛି । ସେଥିମଧ୍ୟରୁ 3ଟି ନଳକୂପ ଅଚଳ ହୋଇ ପଡିଛି । କେବଳ ଗାଁରେ ରହିଛି 2ଟି କାର୍ଯ୍ୟକ୍ଷମ ନଳକୂପ । ସେଥିରୁ ପୁଣି ବାହାରୁଛି ଫ୍ଲୋରାଇଡ ମିଶା ମଇଳା ପାଣି। ଅଧିକ ପଢନ୍ତୁ...

drinking-water-problem-at-nuapada-district-sindirumil-village
ଲାଲଗଡ଼ରେ ଉତ୍କଟ ପାନୀୟ ଜଳ ସମସ୍ୟା

By

Published : May 29, 2020, 1:28 PM IST

ନୂଆପଡା: ଜିଲ୍ଲାକୁ ମାଓପ୍ରବଣ ଲାଲଗଡ଼ କୁହାଯାଉଥିବା ବନ ପାହାଡ଼ ଘେରା ଦୁର୍ଗମ ସିନ୍ଧୁରସିଲ ଗାଁରେ ଜଳ ସଙ୍କଟ ଦେଖାଦେଇଛି । ସ୍ବାଧୀନତାର ଦୀର୍ଘବର୍ଷ ପରେ ମଧ୍ୟ ଗାଁଲୋକଙ୍କୁ ମିଳୁନାହିଁ ବିଶୁଦ୍ଧ ପାନୀୟ ଜଳ । ନିଘଞ୍ଚନ ନିକାଞ୍ଚନ ସିନ୍ଧୁରସିଲ ଚିତାରମା ଜଙ୍ଗଲ ବକ୍ଷରେ ଲମ୍ବିଯାଇଛି ଶୁଖିଲା ଉଦନ୍ତୀ ନଦୀ ବାଲି ସ୍ରୋତ । ସେହି ତତଲା ବାଲି ଦେହରେ କୂଅ ଖୋଳି ବୁନ୍ଦାବୁନ୍ଦା ଜଳ ସଂଗ୍ରହ କରୁଛନ୍ତି ସିନ୍ଧୁରସିଲ ଗାଁର ମହିଳାମାନେ ।

ଲାଲଗଡ଼ରେ ଉତ୍କଟ ପାନୀୟ ଜଳ ସମସ୍ୟା

ନୂଆପଡା ଜିଲ୍ଲା ସଦର ମହୁକମା ଠାରୁ 140 କିଲୋମିଟର ଦୂରରେ ଅବସ୍ଥିତ ଘାଟମାଲ ଗ୍ରାମ ପଞ୍ଚାୟତର ସିନ୍ଧୁରସିଲ ଗାଁ । ବଣ ପାହାଡ଼ ଘେରା ଏହି ଗାଁ ଲାଲଗଡ଼ ଭାବେ ବେଶ ପରିଚିତ । ତେବେ ଗ୍ରୀଷ୍ମ ଆରମ୍ଭରୁ ହିଁ ଗାଁରେ ଦେଖା ଦେଲାଣି ଉତ୍କଟ ପାନୀୟ ଜଳ ସମସ୍ୟା । ମାଓ ପ୍ରବଣ ଇଲାକାକୁ ସ୍ବତନ୍ତ୍ର ଦୃଷ୍ଟି ଦିଆଯାଉଥିବା କହି ସରକାର ବିକାଶର ଡିଣ୍ଡିମ ପିଟୁଥିବା ବେଳେ କିନ୍ତୁ ବୁନ୍ଦାଏ ପାଣି ପାଇଁ ଏଠାରେ ଡହଳ ବିକଳ ହେଉଛନ୍ତି ଗ୍ରାମବାସୀ । ସେପଟେ ପ୍ରଚଣ୍ଡ ଖରା ଓ ତତଲା ବାଲି ଉପରେ କୂଅ ଖୋଳି ଜଳ ସଂଗ୍ରହ କରୁଛନ୍ତି ଗାଁ ମହିଳା । ତେବେ ପଡୋଶୀ ଗାଁ ଚିତାରମା ଜଙ୍ଗଲ ଦେଇ ବହି ଯାଇଛି ଉଦନ୍ତୀ ନଦୀ । ମାତ୍ର ଜଳ ସଂଗ୍ରହ ପାଇଁ ଯିବାବେଳେ ବନ୍ୟଜନ୍ତୁଙ୍କ ହାବୁଡ଼ରେ ପଡି ଅକାଳରେ ଜୀବନ ଯାଉଥିବା କହିଛନ୍ତି ଗ୍ରାମବାସୀ ।

ଅବହେଳିତ ସିନ୍ଧୁରସିଲ ଗାଁର ଜନସଂଖ୍ୟା 6 ଶହରୁ ଊର୍ଦ୍ଧ୍ବ ହେବ । ଜିଲ୍ଲା ଜନସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ ଗାଁରେ ନୂଆ ପୁରୁଣା ମିଶି 5ଟି ନଳକୂପ ରହିଛି । ସେଥିମଧ୍ୟରୁ 3ଟି ନଳକୂପ ଅଚଳ ହୋଇ ପଡିଛି । କେବଳ ଗାଁରେ ରହିଛି 2ଟି କାର୍ଯ୍ୟକ୍ଷମ ନଳକୂପ । ସେଥିରୁ ପୁଣି ବାହାରୁଛି ଫ୍ଲୋରାଇଟ ମିଶା ମଇଳା ପାଣି। ସେପଟେ ପାଇପଲାଇନ ଯୋଗେ ଜଳ ଯୋଗାଣ ପାଇଁ କାମ ସମାପ୍ତ ହୋଇସାରିଛି । ମାତ୍ର ଲୋ ଭୋଲ୍ଟେଜ କାରଣରୁ ଜଳ ଯୋଗାଣ ହୋଇ ପାରୁନଥିବା କହିଛନ୍ତି ସିନାପାଲି ଜନସ୍ୱାସ୍ଥ୍ୟ ବିଭାଗର ଯନ୍ତ୍ରୀ ।

ତେବେ ଜଳକଷ୍ଟରେ ଏବେ ଗାଁ ଲୋକେ ଡହଳ ବିକଳ ହେଉଛନ୍ତି । ପ୍ରଚଣ୍ଡ ରୁଦ୍ର ତାପ ସାଙ୍ଗକୁ ଗରମ ପବନ ଗାଁ ଲୋକଙ୍କ ଦୁଃଖକୁ ଦ୍ବିଗୁଣିତ କରି ଦେଉଛି । ତୁରନ୍ତ ଗାଁ ଲୋକଙ୍କ ବିଶୁଦ୍ଧ ପାନୀୟଜଳ ଯୋଗାଇ ଦେବାକୁ ଗାଁ ମହିଳାମାନେ ଦାବି କରିଛନ୍ତି ।

ନୂଆପଡାରୁ ମୋତିଲାଲ ବାଗ, ଇଟିଭି ଭାରତ

ABOUT THE AUTHOR

...view details