ନୂଆପଡା: ମହାମାରୀ କୋଭିଡ-19 ସମୀକ୍ଷା କରିବାକୁ ନୂଆପଡା ଜିଲ୍ଲା ଗସ୍ତ କରିଥିଲେ ଜିଲ୍ଲା ପର୍ଯ୍ୟବେକ୍ଷକ ବେନୁପାଣି ବେହେରା । କୋମନା, ବୋଡେନ, ସିନାପାଲି, ଖଡ଼ିଆଳ ଏବଂ ନୂଆପଡା ବ୍ଲକର ବିଭିନ୍ନ କ୍ବାରେନଣ୍ଟାଇନ ସେଣ୍ଟର ଏବଂ ଅସ୍ଥାୟୀ ସ୍ୱାସ୍ଥ୍ୟ ଶିବିର ପରିଦର୍ଶନ କରିଛନ୍ତି । ପରିଦର୍ଶନ ସମୟରେ ଅସ୍ଥାୟୀ ସ୍ୱାସ୍ଥ୍ୟ ଶିବିରରେ ସାମାଜିକ ଦୂରତାରେ ସଜ୍ଜା, ବିଷୁଦ୍ଦ ପାନୀୟ ଜଳ, ବିଜୁଳି ଏବଂ ଅନ୍ୟାନ୍ୟ ଆନୁସାଙ୍ଗିକ ବ୍ୟବସ୍ଥା ଉପରେ ଗୁରୁତ୍ୱ ଦେଇଛନ୍ତି ।
ନୂଆପଡାରେ କୋଭିଡ-19 ସ୍ଥିତି ସମୀକ୍ଷା କଲେ ଜିଲ୍ଲା ପର୍ଯ୍ୟବେକ୍ଷକ - ଜିଲ୍ଲା ପର୍ଯ୍ୟବେକ୍ଷକଙ୍କ ନୂଆପଡା ଗସ୍ତ
ଜିଲ୍ଲା ପର୍ଯ୍ୟବେକ୍ଷକଙ୍କ ନୂଆପଡା ଗସ୍ତ । କୋଭିଡ -19 ମୁକାବିଲାରେ ନୂଆପଡା ଜିଲ୍ଲା ପ୍ରସ୍ତୁତିରେ ପର୍ଯ୍ୟବେକ୍ଷକ ବେହେରା ସନ୍ତୋଷଜନକ ଥିବା କହିଛନ୍ତି । ଅଧିକ ପଢନ୍ତୁ...
![ନୂଆପଡାରେ କୋଭିଡ-19 ସ୍ଥିତି ସମୀକ୍ଷା କଲେ ଜିଲ୍ଲା ପର୍ଯ୍ୟବେକ୍ଷକ District supervisor's visit to Nuapada](https://etvbharatimages.akamaized.net/etvbharat/prod-images/768-512-7048016-406-7048016-1588522748530.jpg)
ନୂଆପଡାରେ କୋଭିଡ-19 ସ୍ଥିତି ସମୀକ୍ଷା କଲେ ଜିଲ୍ଲା ପର୍ଯ୍ୟବେକ୍ଷକ
ବାହାର ରାଜ୍ୟରୁ ଶ୍ରମିକ ମାନେ ଫେରିଲା ବେଳେ, ସେମାନଙ୍କର ଉତ୍ତମ ସ୍ୱାସ୍ଥ୍ୟ ସେବା ସହ ରହିବା ଖାଇବାରେ ଯେମିତି ଅସୁବିଧା ନହୁଏ ସେଥିପ୍ରତି ଦୃଷ୍ଟି ଦେଇ ବିଡ଼ିଓ, ଜିଲ୍ଲା ସ୍ତରୀୟ ଅଧିକାରୀ ମାନଙ୍କୁ ପରାମର୍ଶ ଦେଇଛନ୍ତି । କୋଭିଡ-19 ମୁକାବିଲାରେ ନୂଆପଡା ଜିଲ୍ଲା ପ୍ରସ୍ତୁତିରେ ପର୍ଯ୍ୟବେକ୍ଷକ ବେହେରା ସନ୍ତୋଷଜନକ ଥିବା କହିଛନ୍ତି ।
ନୂଆପଡାରୁ ମୋତିଲାଲ ବାଗ,ଇଟିଭି ଭାରତ