ଓଡିଶା

odisha

ETV Bharat / state

ନୂଆପଡ଼ାରେ ଜମୁଛି ଜାଗର ଯାତ୍ରା, ଲୋକାରଣ୍ୟ ବିଭିନ୍ନ ଶୈବପୀଠ

ମହାଶିବରାତ୍ରୀ ଅବସରରେ ଚଳଚଞ୍ଚଳ ହୋଇଉଠିଛି ନୂଆପଡ଼ା ଜିଲ୍ଲାର ବିଭିନ୍ନ ଶୈବପୀଠ । ଅଧିକ ପଢ଼ନ୍ତୁ

ନୂଆପଡ଼ାରେ ଜମୁଛି ଜାଗର ଯାତ୍ରା
devotees offer prayer on the occasion of shivaratri in nuapada

By

Published : Feb 19, 2023, 7:12 AM IST

ନୂଆପଡ଼ାରେ ଜମୁଛି ଜାଗର ଯାତ୍ରା

ନୂଆପଡ଼ା:ମହାଶିବରାତ୍ରୀ ଅବସରରେ ଲୋକରାଣ୍ୟ ହୋଇଛି ନବରଙ୍ଗପୁର ଜିଲ୍ଲାର ବିଭିନ୍ନ ଶୈବପୀଠ । ଭୋଳାନାଥଙ୍କ ଜନ୍ମ ତିଥି ଅବସରରେ ହଜାର ହଜାର ଶ୍ରଦ୍ଧାଳୁ ପ୍ରଭୁଙ୍କୁ ଦର୍ଶନ କରିଛନ୍ତି । ଜିଲ୍ଲାର ଖଡ଼ିଆଳ,ବୋଡେ଼ନ, ନୂଆପଡ଼ା, କୋମନା, ସିନାପାଲି ବ୍ଲକର ବିଭିନ୍ନ ଶୈବପୀଠରେ ଭକ୍ତଙ୍କ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଛି । ବିନା କଟକଣାରେ ମହାଦେବଙ୍କୁ ଦର୍ଶନ କରୁଛନ୍ତି ଭକ୍ତଗଣ ।

ଫାଲଗୁନ ମାସ କୃଷ୍ଣପକ୍ଷ ଚତୁର୍ଦ୍ଦଶୀ ତିଥିରେ ନୂଆପଡା ଜିଲ୍ଲାର ବିଭିନ୍ନ ଶୈବପୀଠରେ ମହାଶିବରାତ୍ରୀ ଉତ୍ସବ ପାଳନ ହୋଇଯାଇଛି । ମହାଦେବଙ୍କୁ ଦର୍ଶନ କରିବା ଲାଗି ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖାଦେଇଛି । ଜିଲ୍ଲାର ପ୍ରାକ ଐତିହାସିକ ପର୍ଯ୍ୟଟନ କ୍ଷେତ୍ର ପାତାଳ ଗଙ୍ଗା ଶୈବପୀଠ, ଖଡ଼ିଆଳ କୋଷେଲେଶ୍ୱର ମନ୍ଦିର, ତୁକୁଲା ବିମଳେଶ୍ୱର ମନ୍ଦିର, ତିଖାଲି ଜଳେଶ୍ବର ମନ୍ଦିର, ସିନାପାଲି ଗଣ୍ଡାବାହେଲି କପିଳେଶ୍ୱର ମନ୍ଦିର, କୋମନା ଧର୍ମଶାଗର ମନ୍ଦିର, ନୂଆପଡା ପତୋରା ଯୋଗେଶ୍ୱର ମନ୍ଦିର ଆଦି ବିଭିନ୍ନ ଶୈବପୀଠରେ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା କରାଯାଇଛି ।

ଏହା ମଧ୍ୟ ପଢ଼ନ୍ତୁ:ଜାଗରରେ ଶିବଙ୍କ ପାଖରେ କାହିଁକି ଲଗାଯାଏ କେତକୀ ଫୁଲ ? କଣ କହୁଛି କିମ୍ବଦନ୍ତୀ

ମାନସିକଧାରୀ ପୀଠ ବେଢାରେ ବସି ମହାଦେବଙ୍କୁ ଆରାଧନା କରିବା ସହ ପୂଜାର୍ଚ୍ଚନା କରିଛନ୍ତି । ଉତ୍କଣ୍ଠାର ସହ ମହାଦେବଙ୍କୁ ଆରାଧନା କରି ଉପବାସ ରହି ଜାଗର ଜଳିଲେ ଭକ୍ତଙ୍କ ମନସ୍କାମନା ପୂରଣ ହୁଏ ବୋଲି ବିଶ୍ବାସ ରହିଛି । ମହାଶିବରାତ୍ରୀ ଅବସରରେ ଶୈବପୀଠରେ ଅଖଣ୍ଡ ନାମଯଜ୍ଞ ଆୟୋଜନ କରାଯାଇଛି । ରାତ୍ରିରେ ସାସ୍କୃତିକ କାର୍ଯ୍ୟକ୍ରମ ସହ ଭାଗବତ ପାରାୟଣ, ପୁରାଣପାଠ, ଆୟୋଜନ କରିଛନ୍ତି ଆୟୋଜକ । ବିଶେଷକରି ମଧ୍ୟରାତ୍ରିରେ ଜାଗର ଯାତ୍ରାପାଇଁ ଅଧିକ ଧ୍ୟାନ ଦେଇଛି ଆୟୋଜକ କମିଟି । ପ୍ରବଳ ଭିଡକୁ ଦୃଷ୍ଟିରେ ରଖି ସ୍ଥାନୀୟ ପୋଲିସ ପ୍ରଶାସନ ବ୍ୟାପକ ପଦକ୍ଷେପ ଗ୍ରହଣ କରିଛନ୍ତି । ଟ୍ରାଫିକ ନିୟନ୍ତ୍ରଣ ପାର୍କିଂକୁ ଅଧିକ ଗୁରୁତ୍ୱ ଦିଆଯାଇଛି । ସେପଟେ ଜାଗର ଜାଳିବା ନେଇ ମନ୍ଦିର କମିଟି ପକ୍ଷରୁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି ।

ଏହା ମଧ୍ୟ ପଢ଼ନ୍ତୁ:ମହାଦେବଙ୍କ ପୀଠରେ ଲାଗି ହୁଏ ମଦ ଓ କାନ୍ଦୁଲ ସିଝା, ଜାଣନ୍ତୁ ଲଙ୍ଗଳେଶ୍ବରଙ୍କ ମହିମା

ମହାଶିବରାତ୍ରୀକୁ ନେଇ ଶ୍ରଦ୍ଧାଳୁଙ୍କ ମଧ୍ୟରେ ପ୍ରବଳ ଉତ୍କଣ୍ଠା ଦେଖାଦେଇଛି । ବିନା କଟକଣାରେ ମହାଦେବଙ୍କୁ ଦର୍ଶନ କରି ଭକ୍ତ ଭାବବିହ୍ବଳ ହୋଇଛନ୍ତି । ପ୍ରତ୍ୟେକ ଶୈବପୀଠ ହର ହର ମହାଦେବ, ଶିବଶମ୍ଭୁ ଧ୍ୱନିରେ ପ୍ରକମ୍ପିତ ହୋଇ ଉଠୁଛି । ନୂଆପଡା ସମେତ ପଡ଼ୋଶୀ ଛତିଶଗଡ଼ ରାଜ୍ୟ କଳାହାଣ୍ଡି, ବଲାଙ୍ଗୀର, ନବରଙ୍ଗପୁର ଆଦି ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ଶ୍ରଦ୍ଧାଳୁଙ୍କ ସମାଗମ ଦେଖାଦେଇଛି ।

ଇଟିଭି ଭାରତ, ନୂଆପଡ଼ା

ABOUT THE AUTHOR

...view details