ଓଡିଶା

odisha

ETV Bharat / state

ଦୁଃଖରେ ଦେବଗୁରୁ ସମ୍ପ୍ରଦାୟ: କୌଳିକ ବୃତ୍ତିରୁ ମୁହଁ ଫେରାଉଛନ୍ତି ଯୁବପିଢି - ସମସ୍ୟାରେ ଦେବଗୁରୁ ସମ୍ପ୍ରଦାୟ

ଲୋପ ପାଇବାକୁ ବସିଛି ଦେବଗୁରୁ ସମ୍ପ୍ରଦାୟଙ୍କ କୌଳିକ ବୃତ୍ତି । ଏ ସମ୍ପ୍ରଦାୟର ଲୋକଙ୍କୁ କୌଣସି ସରକାରୀ ଯୋଜନାରେ ସାମିଲ କରାଯାଇ ନାହିଁ । ଫଳରେ ଯୁବପିଢି କୌଳିକ ବୃତ୍ତିରୁ ମୁହଁ ଫେରାଇ ନେଇଛନ୍ତି । ଅଧିକ ପଢନ୍ତୁ

ଦୁଃଖରେ ଦେବଗୁରୁ ସମ୍ପ୍ରଦାୟ: କୌଳିକ ବୃତ୍ତିରୁ ମୁହଁ ଫେରାଉଛନ୍ତି ଯୁବପିଢୀ
ଦୁଃଖରେ ଦେବଗୁରୁ ସମ୍ପ୍ରଦାୟ: କୌଳିକ ବୃତ୍ତିରୁ ମୁହଁ ଫେରାଉଛନ୍ତି ଯୁବପିଢୀ

By

Published : Dec 30, 2021, 8:33 AM IST

ନୂଆପଡା:ଜିଲ୍ଲାର ବହୁ ପ୍ରାଚୀନ ପୁରାତନ ଦେବଗୁରୁ ସମ୍ପ୍ରଦାୟ ଲୋକଙ୍କ କୌଳିକ ବୃତ୍ତି ଲୋପ ପାଇବାକୁ ବସିଛି । ଦେବଗୁରୁ ସମ୍ପ୍ରଦାୟ ଲୋକଙ୍କୁ ସାଧାରଣତଃ ଅନ୍ନଦାୟୀ ମା ମହାଲକ୍ଷ୍ମୀଙ୍କ ବାହକ କୁହାଯାଏ । ଯୁଗଯୁଗରୁ ଏହି ସମ୍ପ୍ରଦାୟର ମହିଳାମାନେ ଶୁଖିଲା ଧାନ ଓ ବାଉଁଶ ପାତିଆ ସୂତା ସାହାଯ୍ୟରେ ସୁକ୍ଷ୍ମ କଳାକୃତି ତିଆରି କରିଥାନ୍ତି । ଲକ୍ଷ୍ମୀ, ଜଗନ୍ନାଥ, ବଳଭଦ୍ର ଓ ଦେବୀ ସୁଭଦ୍ରା ଭଳିକି ଭଳି ମୂର୍ତ୍ତି ତିଆରି କରିଥାଆନ୍ତି ।

ପୁରୁଷମାନେ ପ୍ରାତଃରୁ ନିତ୍ୟକର୍ମ ସାରି ଯୋଗୀ ବେଶ ଧାରଣ କରି କେନ୍ଦେରା ବଜାଇ ଲକ୍ଷ୍ମୀ ପୁରାଣ ଗାନ କରି ଗାଁ ଗାଁ ବୁଲିଥାନ୍ତି । ଯାହାଙ୍କ ଘରକୁ ଦେବଗୁରୁ ଯାଆନ୍ତି ସେହି ଘର ଶୁଭ ମାନିଥାନ୍ତି । ଏବଂ ଦେବଗୁରୁଙ୍କୁ ହୁଳହୁଳି ହରିବୋଲ ଦେଇ ଧୂପ ଦୀପ ନୈବେଦ୍ୟ ଦେଇ ବନ୍ଦାପନା କରିଥାନ୍ତି । ଏବଂ ଇଚ୍ଛା ସହକାରେ ଧାନ ଚାଉଳ କିଛିଟା ଟଙ୍କା ଦେଇଥାନ୍ତି । ଦେବଗୁରୁ ମଧ୍ୟ ତା ବଦଳରେ ଧାନରେ ତିଆରି କିଛି ମୂର୍ତ୍ତି ଉପହାର ସଦୃଶ୍ୟ ଦେଇଥାନ୍ତି ।

ଦୁଃଖରେ ଦେବଗୁରୁ ସମ୍ପ୍ରଦାୟ: କୌଳିକ ବୃତ୍ତିରୁ ମୁହଁ ଫେରାଉଛନ୍ତି ଯୁବପିଢୀ

ସେହି ମୂର୍ତ୍ତିକୁ ପୂଜା ଘରେ ରଖି ମହିଳାମାନେ ଗୁରୁବାର ଦିନ ପୂଜା କରିଥାନ୍ତି । ଏହାଦ୍ୱାରା ଧାନପ୍ରାପ୍ତି ହୋଇଥାଏ ବୋଲି ଲୋକଙ୍କ ବିଶ୍ୱାସ ରହିଛି । ଏହି ମହାନ ପରମ୍ପରା ଏବେ ନୂଆପଡା ଜିଲ୍ଲାରେ ଲୋପ ପାଇବାକୁ ଯାଉଛି । କାରଣ ସ୍ୱଳ୍ପ ରୋଜଗାରରେ ଏହି ସମ୍ପ୍ରଦାୟର ଲୋକେ ଅଭାବ ଅନାଟନରେ ଦିନ କାଟୁଛନ୍ତି । ଏହି ସମ୍ପ୍ରଦାୟର ଲୋକେ ପିଢି ପରେ ପିଢ଼ି ନିଜ କୌଳିକ ବୃତ୍ତିକୁ ସମ୍ମାନ ସହକାରେ ବଞ୍ଚାଇ ଆସୁଥିଲେ । ଏ ସମ୍ପ୍ରଦାୟର ଲୋକଙ୍କୁ କୌଣସି ସରକାରୀ ଯୋଜନାରେ ସାମିଲ କରାଯାଇ ନାହିଁ । କେବଳ ସେତିକି ନୁହେଁ ଏ ବୃତ୍ତିରୁ ଆବଶ୍ୟକତା ଅନୁସାରେ ପାରିଶ୍ରମିକ ମିଳୁନି ।

ଫଳରେ ଏବେକାର ଯୁବପିଢି କୌଳିକ ବୃତ୍ତିରୁ ମୁହଁ ଫେରାଇ ନେଇଛନ୍ତି । କାମଧନ୍ଦା ଅନ୍ବେଷଣର ରାଜ୍ୟ ବାହାରକୁ ପଳାୟନ କରୁଛନ୍ତି । ଦେବଗୁରୁ ସମ୍ପ୍ରଦାୟର ଲୋକେ ପୁରାଣ ବର୍ଣ୍ଣିତ ଲକ୍ଷ୍ମୀଙ୍କ ପ୍ରତ୍ୟେକ ମହିମା ଓ ଚରିତ୍ରକୁ ଅନୁସରଣ କରି ମଞ୍ଚ ନାଟକ,ଗୀତ,ନୃତ୍ୟ ଜରିଆରେ ନିଖୁଣ ଅଭିନୟ କରି ଜୀବିକା ଅର୍ଜନ କରିଥାନ୍ତି । ତେଣୁ ଏହି ସମ୍ପ୍ରଦାୟର ଲୋକଙ୍କୁ ସରକାର କଳାକାର ମାନ୍ୟତା ଦେଇ ଭତ୍ତା ପ୍ରଦାନ କରିବାକୁ ଦାବି କରିଛନ୍ତି ।

ନୂଆପଡାରୁ ମୋତିଲାଲ ବାଗ, ଇଟିଭି ଭାରତ

ABOUT THE AUTHOR

...view details