ନୂଆପଡା : ପୁଣି ଅଲୋଡା ହେଲା ଶିଶୁକନ୍ୟା । ଚାଷ ଜମି ହିଡରୁ ଉଦ୍ଧାର ହେଲା ନବଜାତ ଶିଶୁ କନ୍ୟାର ଗଳିତ ମୃତଦେହ । ନୂଆପଡା ଜ଼ିଲ୍ଲା ବୋଡେ଼ନ ଥାନା ଅନ୍ତର୍ଗତ ବୁଢ଼ାପଡା ଗ୍ରାମରେ ଦେଖିବାକୁ ମିଳିଛି ଏଭଳି ଘଟଣା । ତେବେ କେହିଜଣେ କୁମାରୀ ଶିଶୁକନ୍ୟାଟିକୁ ଜନ୍ମ ଦେବାପରେ ଲୋକଲଜ୍ୟାରେ ତାକୁ ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି ।
ଜମି ହିଡରୁ ନବଜାତ ଶିଶୁକନ୍ୟାର ଗଳିତ ମୃତଦେହ ଉଦ୍ଧାର - ଚାଷ ଜମି ହିଡରୁ ଗଳିତ ମୃତଦେହ ଉଦ୍ଧାର
ନୂଆପଡା ଜ଼ିଲ୍ଲା ବୋଡେ଼ନ ଥାନା ଅନ୍ତର୍ଗତ ବୁଢ଼ାପଡା ଗ୍ରାମରେ ଦେଖିବାକୁ ମିଳିଛି ଏଭଳି ଘଟଣା ।
ଚାଷ ଜମି ହିଡରୁ ନବଜାତ ଶିଶୁ କନ୍ୟାର ଗଳିତ ମୃତଦେହ ଉଦ୍ଧାର
ଚାଷ ଜମି ହିଡରୁ ନବଜାତ ଶିଶୁ କନ୍ୟାର ଗଳିତ ମୃତଦେହ ଉଦ୍ଧାର
ସେପଟେ ଖବର ପାଇ ବୋଡେ଼ନ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ଅଧିକ ତଦନ୍ତ ଚଳାଇଛି । ନବଜାତ ଶିଶୁକୁ ଫିଙ୍ଗିଦେବାର ଗୋଟିଏ ସପ୍ତାହ ବିତି ଯାଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି ।
ନୂଆପଡାରୁ ମୋତିଲାଲ ବାଗ, ଇଟିଭି ଭାରତ