ଓଡିଶା

odisha

ETV Bharat / state

ପରାଧୀନ ଡଙ୍ଗରିଆ, ପାଦଚଲା ରାସ୍ତାର ପ୍ରତି ପାଦରେ ବିପଦ - road

ସ୍ବାଧୀନତାକୁ ଅନେକ ବର୍ଷ ବିତି ଯାଇଥିଲେ ବି ଅନେକ ଲୋକ ଏବେ ପରାଧୀନ ପ୍ରାୟ । ଭଲ ରାସ୍ତା ଖଣ୍ଡେ ସେମାନଙ୍କ ପାଇଁ ସାତ ସପନ ହୋଇଛି । ଅଧିକ ପଢନ୍ତୁ...

ରାସ୍ତା ପାଇଁ  ହନ୍ତସନ୍ତ ଡଙ୍ଗରିଆ
ରାସ୍ତା ପାଇଁ ହନ୍ତସନ୍ତ ଡଙ୍ଗରିଆ

By

Published : Jun 13, 2021, 5:52 PM IST

ନୂଆପଡା: ସ୍ବାଧୀନତାକୁ ଦୀର୍ଘ ବର୍ଷ ବିତିଯାଇଛି । ହେଲେ କିଛି ଅଞ୍ଚଳର ଚିତ୍ର ଏବେ ବି ବଦଳି ନାହିଁ । ଅନେକ ଅଞ୍ଚଳର ବିକାଶର ଚିତ୍ର ପ୍ରହସନ ପାଲଟିଛି । ବଣ ପାହାଡ ଦୁର୍ଗମ ମାଓପ୍ରବଣ ଅଞ୍ଚଳରେ ସ୍ବାସ୍ଥ୍ୟ, ଶିକ୍ଷା ଓ ଗମନାଗମନ ଭଳି ମୌଳିକ ସୁବିଧା ପହଞ୍ଚାଇବା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମାଳମାଳ ଯୋଜନା । ହେଲେ ତାହା କେବଳ ଯୋଜନାରେ ରହିଯାଇଛି । ଅନେକ ଗାଁ ଲୋକ ଏବେ ବି ସେ ସମସ୍ତ ମୌଳିକ ସୁବିଧାରୁ ବଞ୍ଚିତ ଅଛନ୍ତି । ଆମେ କହୁଛୁ ନୂଆପଡା ଜିଲ୍ଲା ଗୋର୍ଲା ଗ୍ରାମପଞ୍ଚାୟତ ସ୍ଥିତ ବିଚ୍ଛିନ୍ନାଞ୍ଚଳ ମାନ୍ଦପାଖାନ ଗାଁ କଥା । ଯାହାଙ୍କ ପାଇଁ ଭଲ ରାସ୍ତା ସାତ ସପନ ପାଲଟିଛି । ଖାଲ ଖମାର ପଥୁରିଆ ପାଦଚଲା ବାଟଦେଇ ବିପଦ ଅବସ୍ଥାରେ ଗମନାଗମନ କରୁଛନ୍ତି ଗାଁ ଲୋକ । ବିକାଶର ବହୁ ଦୂରରେ ମାନ୍ଦପାଖାନ ଗାଁ ।

ପରାଧୀନ ଡଙ୍ଗରିଆ, ପାଦଚଲା ରାସ୍ତାର ପ୍ରତି ପାଦରେ ବିପଦ

ପାହାଡ ଘେରା ଘଞ୍ଚ ଜଙ୍ଗଲରେ ରୁହନ୍ତି ଡଙ୍ଗରିଆ ପହରିଆ କମାର ଜାତି । ପାହାଡ ମଝିରେ ସରୁ ଅଣ ଓସାରିଆ ରାସ୍ତା । ସେ ପୁଣି ଖାଲ ଢିପରେ ଭର୍ତ୍ତି । ଆଉ ଅସରାଏ ବର୍ଷାରେ ଖାଲରେ ଭରି ରହୁଛି ପାଣି । ବିଶେଷ କରି ଅସରାଏ ବର୍ଷ। ହେଲେ ରାସ୍ତାର ଅବସ୍ଥା ପୁରା ଅଲଗା । ଖାଲରେ ପାଣି ଜମିବାରୁ ଗାଁକୁ ଚାରି ଚକିଆ ତ ଦୂରରେ ଥାଇ ଦୁଇ ଚିକିଆ ବି ପଶିବା ଅସମ୍ଭବ । ବର୍ଷାରେ ପାଦ ଚଲା ବାଟ ବି ବନ୍ଦ ହୋଇଯାଏ । ରୋଗୀକୁ ଡାକ୍ତରଖାନା ନେବାକୁ କାନ୍ଧରେ ବୁହାଇବାକୁ ପଡିଥାଏ । ଖାଲି ସେତିକି ନୁହେଁ ଅନେକ ସମୟରେ ବର୍ଷା ଦିନେ ଜଳବନ୍ଦୀରେ ରହିଥାନ୍ତି ଏହି ଡଙ୍ଗରିଆ ପରିବାର । ବର୍ଷା ଦିନେ ସେମାନଙ୍କ ପାଇଁ ଦାଉ ସାଜିଥାଏ ଅରମେଳା ଚେକ ଡ୍ୟାମ ନାଳ । ନାଳର ପ୍ରଖର ପାଣିସ୍ରୋତ ବାନ୍ଧି ରଖେ ମାନ୍ଦଲପଖାନ ଗାଁକୁ ।

ଭଲ ରାସ୍ତା ଖଣ୍ଡେ ନ ଥିବାରୁ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି ଗାଁ ଲୋକ । ଶିକ୍ଷା ପାଇଁ ନା ଅଛି ସ୍କୁଲ ନାଁ ଚାଲିବା ପାଇଁ ଅଛି ରାସ୍ତା । ଏହି ସମସ୍ୟା ନେଇ ବାରମ୍ବାର ପ୍ରଶାସନକୁ ଗୁହାରି କରିବା ପରେ ବି ନିରବଦ୍ରଷ୍ଟା ସାଜିଛି ପ୍ରଶାସନ । ଭଲ ରାସ୍ତାଟିଏ ପାଇଁ ଏକ ବ୍ରିଜ ନିର୍ମାଣ କରିବାକୁ ଦାବି କରିଛନ୍ତି ଗାଁ ଲୋକ । ଡଙ୍ଗରିଆଙ୍କ ଏହି ସମସ୍ୟା ନେଇ ସିନାପାଲି ବିଡିଓଙ୍କୁ ଭେଟିଥିଲେ ଆମ ପ୍ରତିନିଧି । ଖୁବ ଶୀଘ୍ର ନାଳ ଉପରେ 30 ଲକ୍ଷ ଟଙ୍କା ବ୍ୟୟରେ ଏକ ବ୍ରିଜ ନିର୍ମାଣ କରିବାରୁ ଯୋଜନା ଚାଲିଛି ବୋଲି କହିଛନ୍ତି ବିଡିଓ । ତେବେ କେବେ ବ୍ରିଜ ନିର୍ମାଣ ହେଉଛି ଓ ଡଙ୍ଗରିଆଙ୍କ ଏହି ରାସ୍ତା ସମସ୍ୟାର ସମାଧାନ ହେଉଛି ତାହା ଦେଖିବାକୁ ବାକି ରହିଲା ।

ନୂଆପଡାରୁ ମୋତିଲାଲ ବାଗ, ଇଟିିଭି ଭାରତ

ABOUT THE AUTHOR

...view details