ଓଡିଶା

odisha

ETV Bharat / state

ଖଡ଼ିଆଳରେ ସାଇବର ସଚେତନତା ଅଭିଯାନ - ସାଇବର ସଚେତନତା

ଖଡ଼ିଆଳ ପୋଲିସ ପକ୍ଷରୁ ସାଇବର ଠକେଇ ସଚେତନତା କାର୍ଯ୍ୟକ୍ରମ । ଠକେଇରୁ ଦୂରେଇ ରହିବାକୁ ଲୋକଙ୍କୁ ମନ୍ତ୍ର ଦେଲା ଖଡ଼ିଆଳ ପୋଲିସ । ଅଧିକ ପଢନ୍ତୁ

Cyber safety awareness
Cyber safety awareness

By ETV Bharat Odisha Team

Published : Oct 15, 2023, 8:41 AM IST

Cyber safety awareness

ନୂଆପଡା: ରାଜ୍ୟରେ ଜାରି ରହିଛି ସାଇବର ସଚେତନତା ଅଭିଯାନ । ସେପ୍ଟେମ୍ବର 30ରୁ ସମସ୍ତ ଜିଲ୍ଲାରେ ଆରମ୍ଭ ହୋଇଥିବା ଏହି ସଚେତନତା କାର୍ଯ୍ୟକ୍ରମର ଆଜି ଶେଷ ଦିନ। ଶନିବାର ନୂଆପଡା ଜିଲ୍ଲା ଖଡ଼ିଆଳ ପୋଲିସ ପକ୍ଷରୁ ସାଇବର ଠକେଇ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ଖଡ଼ିଆଳ ଠାରେ ବରିଷ୍ଠ ନାଗରିକ ମାନଙ୍କୁ ନେଇ ଏହା ଅନୁଷ୍ଠିତ ହୋଇଥିବା ବେଳେ ସନ୍ଧ୍ୟା ସମୟରେ ଏକ ଶୋଭାଯାତ୍ରା କରାଯାଇଥିଲା । ଖଡ଼ିଆଳ ପୋଲିସ SDPO ଅରୂପ ଅଭିଷେଖ ବେହେରା, IIC ପ୍ରଦୀପ କୁମାର ଧରୁଆଙ୍କ ନେତୃତ୍ୱରେ ସହରର ବରିଷ୍ଠ ନାଗରିକ ଏବଂ ମହିଳାମାନଙ୍କୁ ନେଇ ଖଡ଼ିଆଳ ବ୍ଲକ ଛକଠାରୁ ଥାନା ଛକ ପର୍ଯ୍ୟନ୍ତ ଶାନ୍ତିପ୍ରିୟ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଥିଲା ।

ଏହା ମଧ୍ୟ ପଢନ୍ତୁ-Cyber Awareness Campaign: ନବରଙ୍ଗପୁରରେ ସାଇବର ସୁରକ୍ଷା ଅଭିଯାନ ଆରମ୍ଭ

ଏହାପରେ ଖଡ଼ିଆଳ ଥାନା ପରିସରରେ ଏକ ସାଇବର ଠକେଇ ସଚେତନତା ସଭା ଆୟୋଜନ କରାଯାଇଥିଲା । ଯେଉଁଥିରେ ବରିଷ୍ଠ ନାଗରିକ ଏବଂ ମହିଳାମାନେ ସାଇବର ଠକେଇରୁ କିଭଳି ଦୂରେଇ ରହିବେ ସେ ସମ୍ପର୍କରେ ଆଲୋଚନା କରାଯାଇଥିଲା । ଅଜଣା ଲୋକଙ୍କୁ ବ୍ୟାଙ୍କ୍‌ ଆକାଉଣ୍ଟ ନମ୍ବର, OTP ନମ୍ବର, ATM କାର୍ଡ ନମ୍ବର ନଦେବାକୁ ଅବଗତ କରାଯାଇଥିଲା । ଯଦି ଆପଣ ସଚେତନ ଓ ସତର୍କ ନରହିଲେ ନିଜେ କିମ୍ବା ନିଜ ସମ୍ପର୍କୀୟ ସାଇବର ଠକେଇର ଶିକାର ହେବା ଆଶଙ୍କାକୁ ଏଡାଇ ଦିଆଯାନପାରେ । ଆଗାମୀ ଦିନରେ ସଚେତନ ରହିବା ପାଇଁ ବରିଷ୍ଠ ନାଗରିକମାନଙ୍କୁ ଖଡ଼ିଆଳ ପୋଲିସ ବାର୍ତ୍ତା ଦେଇଥିଲେ ।

ଏହା ମଧ୍ୟ ପଢନ୍ତୁ-Cyber Awareness Campaign: ସହର ବୁଲୁଛି ଲୋକଙ୍କୁ ଭେଟୁଛି ସାଇରା, ସାଇବର ଠକେଇ ନେଇ ଭିନ୍ନ ସଚେତନତା

ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ସାଇବର ଠକେଇ । ନୂଆ ନୂଆ ତରିକାରେ ସାଇବର ଠକମାନେ ସାଧାରଣ ଲୋକଙ୍କୁ ଠକୁଛନ୍ତି । ସଚେତନ ଅଭାବରୁ ଏହି ସାଇବର ଠକାମୀର ଶିକାର ହେଉଛନ୍ତି ସାଧାରଣ ଜନତା । ତେବେ ରାଜ୍ୟରେ ବଢ଼ୁଥିବା ସାଇବର ଠକାମୀକୁ ରୋକିବା ପାଇଁ ଅଣ୍ଟା ଭିଡିଛି ଓଡ଼ିଶା ପୋଲିସ । ଏନେଇ ଗ୍ରାମାଞ୍ଚଳଠାରୁ ଆରମ୍ଭ କରି ରାଜ୍ୟର ସମସ୍ତ ଅଞ୍ଚଳରେ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ରାଜ୍ୟର ପ୍ରତ୍ୟେକ ଜିଲ୍ଲାରେ ସାଇବର ସୁରକ୍ଷା ସଚେତନ ଅଭିଯାନ ରଥକୁ ଆରମ୍ଭ କରାଯାଇଥିଲା । ଯାହା ଆଜି ଶେଷ ହେବାକୁ ଯାଉଛି ।

ଏହା ମଧ୍ୟ ପଢନ୍ତୁ- Cyber safety awareness: ‘ସତର୍କତା ସାଇବର କ୍ରାଇମରୁ ସୁରକ୍ଷିତ ରହିବାର ମୂଳମନ୍ତ୍ର’

ଇଟିଭି ବାରତ, ନୂଆପଡା

ABOUT THE AUTHOR

...view details