ନୂଆପଡ଼ା: ଜିଲ୍ଲାର କୋମନା ଥାନା ଅନ୍ତର୍ଗତ 216 ବାଟାଲିୟନ CRPF କ୍ୟାମ୍ପଠାରେ ଘଟିଛି ଅଘଟଣ । AK47 ବନ୍ଧୁକରେ ନିଜକୁ ଗୁଳି କରି ଆତ୍ମହତ୍ୟା କରିଛନ୍ତି ଯବାନ । ଘଟଣା ଘଟିବା ପରେ CRPF ପକ୍ଷରୁ ମୃତ ଯବାନଙ୍କ ଘର ଲୋକଙ୍କୁ ଖବର ଦିଆଯାଇଥିବା ଜଣାପଡ଼ିଛି ।
CRPF କ୍ୟାମ୍ପରେ ଅଘଟଣ, ନିଜକୁ ଗୁଳି କରି ଯବାନଙ୍କ ଆତ୍ମହତ୍ୟା - ନୂଆପଡ଼ାରେ ନିଜକୁ ଗୁଳି କରି ଯବାନଙ୍କ ଆତ୍ମହତ୍ୟା
ନୂଆପଡ଼ା କୋମନା ଥାନା ଅନ୍ତର୍ଗତ CRPF କ୍ୟାମ୍ପରେ ଅଘଟଣ ଘଟିଛି । ନିଜେ ନିଜକୁ ଗୁଳି କରି ଆତ୍ମହତ୍ୟା କରିଛନ୍ତି ଜଣେ କାର୍ଯ୍ୟରତ ଯବାନ । ଅଧିକ ପଢନ୍ତୁ
CRPF କ୍ୟାମ୍ପରେ ଅଘଟଣ, ନିଜକୁ ଗୁଳି କରି ଯବାନଙ୍କ ଆତ୍ମହତ୍ୟା
କୋମନା ଥାନା ଅନ୍ତର୍ଗତ ବରକୋର୍ଟ ଗ୍ରାମଠାରେ ଥିବା 216 ବାଟାଲିୟନ CRPF କ୍ୟାମ୍ପରେ କାର୍ଯ୍ୟରତ ଥିଲେ ମୃତ ଯବାନ ହାବିଲଦାର ରାମ ପ୍ରତାପ । ସେ AK47 ବନ୍ଧୁକ ଜରିଆରେ ନିଜ ବେକରେ ଫାଇରିଂ କରି ଆତ୍ମହତ୍ୟା କରିଛନ୍ତି । ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ଥିବା ବେଳେ, ଖବର ପାଇ କୋମନା ପୋଲିସ ପହଞ୍ଚି ତଦନ୍ତ ଚଳାଇଛି । ମୃତ CRPF ହାବିଲଦାର ହରିୟାଣା ରାଜ୍ୟର ବୋଲି ଜଣାପଡି଼ଛି । ଘଟଣା ଘଟିବା ପରେ CRPF ପକ୍ଷରୁ ମୃତ ଯବାନଙ୍କ ଘର ଲୋକଙ୍କୁ ଖବର ଦିଆଯାଇଛି ବୋଲି CRPF କ୍ୟାମ୍ପ ପକ୍ଷରୁ ସୂଚନା ମିଳିଛି ।
ନୂଆପଡ଼ାରୁ ମୋତିଲାଲ ବାଗ, ଇଟିଭି ଭାରତ
Last Updated : Jan 17, 2022, 2:07 PM IST