ଓଡିଶା

odisha

ETV Bharat / state

ବାଘ ଆକ୍ରମଣ, ଦୁଇ ଗାଈ ମୃତ - ତରିଆ ମହୁଆଭଟା ଗ୍ରାମରେ ବାଘ ଆତଙ୍କ

ନୂଆପଡ଼ା ଜିଲ୍ଲା ତରିଆ ମହୁଆଭଟା ଗ୍ରାମରେ ବାଘ ଆତଙ୍କ । ବାଘ ଆକ୍ରମଣରେ ଗୋଟିଏ ବାଛୁରୀ ଏବଂ ଦୁଇଟି ଗାଈଙ୍କ ମୃତ୍ୟୁ । ଅଧିକ ପଢ଼ନ୍ତୁ

cows killed in tiger attack in nuapara
cows killed in tiger attack in nuapara

By

Published : Mar 14, 2023, 9:17 PM IST

ନୂଆପଡ଼ାରେ ବାଘ ଆକ୍ରମଣ

ନୂଆପଡ଼ା:ମସରଙ୍ଗୀ ପିଆରଏଫ ତରିଆ ମହୁଆଭଟା ଗ୍ରାମ ଜଙ୍ଗଲରେ କଲରାପତରିଆ ବାଘ ଆକ୍ରମଣ । ଗୋଟିଏ ବାଛୁରୀ ସହ ଦୁଇଟି ଗୃହପାଳିତ ଗାଈକୁ ଜୀବନ୍ତ ଖାଇଦେଇ ଆତଙ୍କ ଖେଳାଇଛି କଲରାପତରିଆ ବାଘ । ଗ୍ରାମରେ ବାଘ ଆତଙ୍କ ନେଇ ସ୍ଥାନୀୟ ଅଞ୍ଚଳବାସୀ ଭୟଭୀତ ଅବସ୍ଥାରେ ରହିଛନ୍ତି । ଘଟଣାସ୍ଥଳରେ ବନ ବିଭାଗର ସ୍ବତନ୍ତ୍ର ଟିମ ପହଞ୍ଚି ଲୋକଙ୍କୁ ସଚେତନ କରାଇଛନ୍ତି ।

କଲରାପତରିଆ ବାଘର ଆକ୍ରମଣ ନେଇ ଜିଲ୍ଲାର ଆମାନାରା, କେନ୍ଦୁବାହାରା,ମୋଟାଣୁଆପଡା,ହଲଦୀଗାଁ ଆଦି ଅଞ୍ଚଳର ଲୋକମାନଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି । ବାଘ ଭୟରେ ସନ୍ଧ୍ୟା ହେଲେ ଗ୍ରାମରେ ସମସ୍ତେ କବାଟ ବନ୍ଦ କରି ଘର ଭିତରେ ରହୁଛନ୍ତି । ଦିନ ଦ୍ବିପହରେ ମଧ୍ୟ ଗ୍ରାମଗୁଡ଼ିକ ଖାଁ ଖାଁ ଲାଗୁଛି । ବାଘ ଭୟରେ ଲୋକମାନେ ଚାଷ ଜମିକୁ ନଯାଇ ଘରେ ବସିଛନ୍ତି । ଫଳରେ ଲୋକମାନଙ୍କ ଜୀବନ ଜୀବିକାରେ ବାଧା ଦେଖାଦେଇଛି । ବାଘ ଆତଙ୍କ ଖବର ପାଇ ନୂଆପଡ଼ା ବନ ବିଭାଗ ରେଞ୍ଜରଙ୍କ ନେତୃତ୍ୱରେ ବନ ବିଭାଗର ଏକ ସ୍ୱତନ୍ତ୍ର ଟିମ ଉକ୍ତ ଅଞ୍ଚଳକୁ ଯାଇ ଲୋକଙ୍କୁ ବୁଝାସୁଝା କରିଛି । ଡାକବାଜି ଯନ୍ତ୍ର ସାହାଯ୍ୟରେ ସଚେତନତା ସୃଷ୍ଟି କରାଯାଇଛି । ରାତିରେ କବାଟ ବନ୍ଦ କରି ରହିବାକୁ କୁହାଯାଇଛି । ଜରୁରୀ କାମରେ ବାହାରକୁ ଯାଉଥିଲେ ସାଥିରେ ଟର୍ଚ୍ଚ ଏବଂ ବାଡ଼ି ଧରି ମିଳିତ ଭାବେ ଯିବାକୁ ପରାମର୍ଶ ଦିଆଯାଇଛି ।

ପ୍ରାକଶ ଥାଉକି, ନୂଆପଡ଼ା ଜିଲ୍ଲାରେ ଦିନକୁ ଦିନ କଲରାପତରିଆ ବାଘ ଆକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ଗତ 4ବର୍ଷ ପୂର୍ବେ ହଳଦୀ ଗ୍ରାମରେ କଲରାପତରିଆ ବାଘ ଆତଙ୍କ ରଚିଥିଲା । 4ବର୍ଷର ଛଗନ ପାଣ୍ଡେ ନାମକ ନାବାଳକ ଶିଶୁ ମାଆ କୋଳରେ ଶୋଇଥିବା ବେଳେ ବାଘଟି ଛଡାଇ ଖାଇଦେଇଥିଲା । ସେହିପରି କିଛିଦିନ ପୂର୍ବେ ସିନାପାଲି ବନାଞ୍ଚଳ ଅଧିନସ୍ତ ହୀରାପୁର ଗ୍ରାମରେ ବାଘ ଆତଙ୍କ ଦେଖାଦେଇଥିଲା । ସେହି ଗ୍ରାମର ସେନାପତି ମାଝୀ ନାମକ ଜଣେ ଯୁବକ ଶୌଚ ପାଇଁ ଯାଇଥିବାବେଳେ ବାଘ ଝାମ୍ପି ନେଇଥିଲା । ଗୁରୁତର ଅବସ୍ଥାରେ ସେନାପତିଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେହିପରି ଅନେକ ଗୃହପାଳିତ ପଶୁଙ୍କୁ ମଧ୍ୟ ମାରି ଖାଇଥିବା ଘଟଣା ସାମ୍ନାକୁ ଆସିଥିଲା । ଜଙ୍ଗଲରେ ଅବାଧ ନିଆଁ ସାଙ୍ଗକୁ ବନ୍ୟଜନ୍ତୁଙ୍କ ଆତଙ୍କ ନେଇ ସ୍ଥାନୀୟ ଲୋକେ ଅସୁରକ୍ଷିତ ମଣୁଛନ୍ତି ।

ଖାଦ୍ୟ ଅନ୍ବେଷଣରେ ଗାଁ ମୁହାଁ ହେଉଛନ୍ତି ବନ୍ୟଜନ୍ତୁ । ଏଥି ପ୍ରତି ବନବିଭାଗ ସତର୍କ ହେବା ଜରୁରୀ ହୋଇପଡିଛି । ଅପରପକ୍ଷରେ ଏନେଇ ଖଡ଼ିଆଳ ବନ ଖଣ୍ଡ ଅଧିକାରୀ ସୁଶୀଲ କୁମାର ତ୍ରିପାଠୀ କହିଛନ୍ତି, "ଯେଉଁଠାରେ ଅଧିକ ଜଙ୍ଗଲ ଥାଏ ସେଠାରେ ବାଘ ରହିବା ସ୍ୱାଭାବିକ । ତେଣୁ ଉଭୟ ମଣିଷ ଏବଂ ବନ୍ୟଜନ୍ତୁଙ୍କ ସୁରକ୍ଷା ନେଇ ବନ ବିଭାଗ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି । ବାଘ ଆକ୍ରମଣରେ ଯେଉଁ ମାନଙ୍କ ଗାଈ, ଛେଳିଙ୍କ ମୃତ୍ୟୁ ହୋଇଛି, ସରକାରଙ୍କ ନିୟମ ମୁତାବକ କ୍ଷତିପୂରଣ ବାବଦକୁ ଆର୍ଥିକ ସହାୟତା ଯୋଗାଇ ଦିଆଯିବ ।"

ଇଟିଭି ଭାରତ, ନୂଆପଡ଼ା

ABOUT THE AUTHOR

...view details