ଓଡିଶା

odisha

ETV Bharat / state

ଖଡିଆଳ ଏନଏସିକୁ 2ଦିନ ସଟଡାଉନ କଲା ପ୍ରଶାସନ - 2ଦିନ ସଟଡାଉନ କଲା ପ୍ରଶାସନ

କୋରୋନା ପଜିଟିଭ ଚିହ୍ନଟ ପରେ ଖଡିଆଳ ଏନଏସିକୁ ଦୁଇ ଦିନ ସଟଡାଉନ ଘୋଷଣା କଲେ ଜିଲ୍ଲା ପ୍ରଶାସନ । ଖଡିଆଳରେ ଜଣେ ମେକାନିକ କୋଭିଡ ପଜିଟିଭ ଚିହ୍ନଟ ହେବାପରେ ଖଡ଼ିଆଳ ଏନଏସିରେ ଭୟର ବାତାବରଣ ଖେଳିଯାଇଛି । ଅଧିକ ପଢନ୍ତୁ...

ଖଡିଆଳ ସହରକୁ 2ଦିନ ସଟଡାଉନ କଲା ପ୍ରଶାସନ
ଖଡିଆଳ ସହରକୁ 2ଦିନ ସଟଡାଉନ କଲା ପ୍ରଶାସନ

By

Published : Aug 11, 2020, 8:16 PM IST

ନୂଆପଡା: କୋରୋନା ପଜିଟିଭ ଚିହ୍ନଟ ପରେ ଖଡିଆଳ ଏନଏସିକୁ 2ଦିନ ସଟଡାଉନ କଲା ପ୍ରଶାସନ। ସହରର ୱାର୍ଡ ନଂ 1 ମୁକ୍ତାପୁର ଅଞ୍ଚଳକୁ 11 ଏବଂ 12 ତାରିଖ ଦୁଇଦିନ ବ୍ୟାପୀ ସଟଡାଉନ ବଳବତ୍ତର ରହିବ ବୋଲି ଖଡ଼ିଆଳ NAC କର୍ତ୍ତୃପକ୍ଷ ସ୍ପଷ୍ଟ କରିଛନ୍ତି। ନୂଆପଡା ଜିଲ୍ଲାପାଳ ମଧୁସ୍ମିତା ସାହୁଙ୍କ ନିର୍ଦ୍ଦେଶ କ୍ରମେ ପ୍ରମୁଖ ସହର ଖଡିଆଳକୁ ସଟଡାଉନ ଘୋଷଣା କରାଯାଇଛି।

ଖଡିଆଳ ଏନଏସିକୁ 2ଦିନ ସଟଡାଉନ କଲା ପ୍ରଶାସନ

ସୂଚନା ଅନୁଯାୟୀ ଖଡିଆଳ ମିଶନ ରୋଡ଼ସ୍ଥିତ ଜଗଦମ୍ବା ଅଟୋ ମୋବାଇଲ ମହିନ୍ଦ୍ରା ଶୋରୁମର ଜଣେ ମେକାନିକ କୋଭିଡ ପଜିଟିଭ ଚିହ୍ନଟ ହେବାପରେ ଖଡ଼ିଆଳ ସହରରେ ଭୟର ବାତାବରଣ ଦେଖାଦେଇଛି। ତତକ୍ଷଣାତ ଖଡ଼ିଆଳ ଉପଖଣ୍ଡ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଜଗଦମ୍ବା ଅଟୋ ମୋବାଇଲ ମହିନ୍ଦ୍ରା ଶୋରୁମର ସମସ୍ତ କର୍ମଚାରୀ, ମେକାନିକଙ୍କ ସ୍ବାବ ସଂଗ୍ରହ କରାଯାଇଛି ।

ଖଡ଼ିଆଳ NAC ପକ୍ଷରୁ ସହରବାସୀଙ୍କୁ ସଚେତନ କରିବା ପାଇଁ ଡାକବାଜି ଯନ୍ତ୍ର ସାହାଯ୍ୟରେ ଲୋକଙ୍କୁ ସଚେତନ କରାଯାଉଛି। ଭୟଭୀତ ନ ହୋଇ ପରସ୍ପରକୁ ସହଯୋଗ କରିବା ସହ ସାମାଜିକ ଦୂରତା ଅବଲମ୍ବନ କରି ମାସ୍କ ବ୍ୟବହାର କରିବା ପାଇଁ ଡାକ୍ତରୀ ଦଳ ପରାମର୍ଶ ଦେଇଛନ୍ତି।

ନୂଆପଡାରୁ ମୋତିଲାଲ ବାଗ, ଇଟିଭି ଭାରତ

ABOUT THE AUTHOR

...view details