ନୂଆପଡ଼ା: ଜିଲ୍ଲାରେ କୋରୋନାର ଦ୍ବିତୀୟ ଲହରୀ ସଂକ୍ରମଣକୁ ରୋକିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଜିଲ୍ଲାରେ ନାଇଟ କର୍ଫ୍ୟୁ ଲାଗୁ ହେବା ପରେ ରାଜ୍ୟ ସରକାରଙ୍କ କୋଭିଡ ଗାଇଡଲାଇନକୁ କଡାକଡି ପାଳନ କରିବା ପାଇଁ ଜିଲ୍ଲା ପ୍ରଶାସନ ତତ୍ପରତା ଦେଖାଇଛି ।
ସୋମବାର ରାତ୍ରି 10 ଘଣ୍ଟା ସମୟରୁ ପ୍ରାତଃ 5 ଘଣ୍ଟା ପର୍ଯ୍ୟନ୍ତ ପ୍ରତ୍ୟେକ ଦିନ ରାତିରେ ନାଇଟ କର୍ଫ୍ୟୁ ଜାରି କରିଛି ନୂଆପଡା ଜିଲ୍ଲା ପ୍ରଶାସନ । ଜରୁରିକାଳୀନ ପରିସ୍ଥିତି ନ ହେଲେ ଲୋକମାନଙ୍କୁ ବାହାରେ ବୁଲାବୁଲି କରିବାକୁ ଦିଆଯିବ ନାହିଁ ବୋଲି ପ୍ରଶାସନ କହିଛି । ମେଡ଼ିକାଲ ଷ୍ଟୋର, ସ୍ବାସ୍ଥ୍ୟକର୍ମୀ, କମ୍ପାନୀ ଅଧିକାରୀମାନଙ୍କୁ ବାହାରକୁ ଯିବା ପାଇଁ କେବଳ ଅନୁମତି ମିଳିଛି । ଏହାବ୍ୟତୀତ ମନ୍ଦିର, ମସଜିଦ, ପାର୍କ, ପର୍ଯ୍ୟଟନ କ୍ଷେତ୍ର, ସାଂସ୍କୃତିକ କାର୍ଯ୍ୟକ୍ରମ, ସାହିତ୍ୟ ସଭା ସମିତି ସମ୍ପୂର୍ଣ୍ଣ ବନ୍ଦ ରହିବ ।