ଓଡିଶା

odisha

ETV Bharat / state

ଜିଲ୍ଲାପାଳଙ୍କ ସହ କୋଭିଡ ମୁକାବିଲା ନେଇ ବିଜେପି ରାଜ୍ୟ ସଭାପତିଙ୍କ ଆଲୋଚନା

ଜିଲ୍ଲାପାଳଙ୍କ ସହ କୋଭିଡ ମୁକାବିଲା ନେଇ ବିଜେପି ରାଜ୍ୟ ସଭାପତିଙ୍କ ଆଲୋଚନା । ଲକଡାଉନ ପ୍ରଭାବରେ ଫସିରହିଥିବା ନୂଆପଡା ଜିଲ୍ଲାର ପ୍ରାୟ 60ହଜାର ଶ୍ରମିକ ଅନଲାଇନ ପଞ୍ଜୀକୃତ ହୋଇଛନ୍ତି । ସମସ୍ତଙ୍କୁ ଫେରାଇ ଆଣିବା ନେଇ ଚାଲିଛି ପ୍ରସ୍ତୁତି । ଅଧିକ ପଢନ୍ତୁ...

By

Published : May 20, 2020, 6:39 AM IST

covid-19 meeting with collector by bjp
ଜିଲ୍ଲାପାଳଙ୍କ ସହ କୋଭିଡ ମୁକାବିଲା ନେଇ ବିଜେପି ରାଜ୍ୟ ସଭାପତିଙ୍କ ଆଲୋଚନା

ନୂଆପଡା: ପୂର୍ବତନ ରାଜ୍ୟ ବିଜେପି ରାଜ୍ୟ ସଭାପତି ତଥା କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡାଙ୍କ ନେତୃତ୍ୟରେ ଆଜି ଜିଲ୍ଲା ବିଜେପିର ଏକ ପ୍ରତିନିଧି ଦଳ କୋଭିଡ-19 ମୁକାବିଲା ଏବଂ ଅନ୍ୟାନ୍ୟ ସମସ୍ୟାର ସମାଧାନ ସମ୍ପର୍କରେ ଆଜି ନୂଆପଡା ଜିଲ୍ଲାପାଳ ମଧୁସ୍ମିତା ସାହୁଙ୍କ ସହ ବିଷଦ ଆଲୋଚନା କରିଛନ୍ତି ।

ଜିଲ୍ଲାପାଳଙ୍କ ସହ କୋଭିଡ ମୁକାବିଲା ନେଇ ବିଜେପି ରାଜ୍ୟ ସଭାପତିଙ୍କ ଆଲୋଚନା

ଲକଡାଉନ ପ୍ରଭାବରେ ଫସିରହିଥିବା ନୂଆପଡା ଜିଲ୍ଲାର ପ୍ରାୟ 60ହଜାର ଶ୍ରମିକ ଅନଲାଇନ ପଞ୍ଜୀକୃତ ହୋଇଛନ୍ତି । ସେଥି ମଧ୍ୟରୁ ଏଯାବତ 5 ହଜାର ଶ୍ରମିକଙ୍କୁ ଫେରାଇ ଆଣିବାରେ ନୂଆପଡା ଜିଲ୍ଲା ପ୍ରଶାସନ ସଫଳ ହୋଇଛି । ବାକିତକ 55 ହଜାର ଶ୍ରମିକଙ୍କୁ ତୁରନ୍ତ ଫେରାଇ ଆଣି ଜିଲ୍ଲାରେ ଚାଲୁରହିଥି ମନରେଗା ଯୋଜନାରେ ସାମିଲ କରିବାକୁ ଜଣାଇଛନ୍ତି ।

ଚଳିତ ବର୍ଷ ରବି ଧାନ ଫସଲ ମଣ୍ଡିରେ ବିକ୍ରି କରିବା ପାଇଁ କୌଣସି କାରଣରୁ 172 ଜଣ ଚାଷୀଙ୍କ ଟୋକନ ଆସିନାହିଁ । ଟୋକନ ଆସିବା ଦିଗରେ ବିହିତ ପଦକ୍ଷେପ ଗ୍ରହଣ କରିବାକୁ ଅନୁରୋଧ କରିଛନ୍ତି । ସେହିଭଳି ମନରେଗା ଯୋଜନାରେ ଶ୍ରମିକଙ୍କୁ ବର୍ଷକୁ 200 ଦିନର କାମ ଏବଂ ଦୈନିକ 198 ଟଙ୍କା ମଜୁରୀ ଏବଂ ଅନ୍ୟାନ୍ୟ ବିଷୟରେ ଆଲୋଚନା କରାଯାଇଛି । ଏନେଇ ଜିଲ୍ଲା ବିଜେପି ପକ୍ଷରୁ ଏକ ଦାବିପତ୍ର ଜିଲ୍ଳାପାଳ ମଧୁସ୍ମିତା ସାହୁଙ୍କୁ ପ୍ରଦାନ କରିଛନ୍ତି । ବିଜେପି ପ୍ରତିନିଧି ଦଳରେ ସାଂସଦ ବସନ୍ତ ପଣ୍ଡା ,ଜିଲ୍ଲା ବିଜେପି ସଭାପତି ସୁବ୍ରତ ଠାକୁର ସମେତ ବହୁ ନେତା ଓ କର୍ମୀ ସାମିଲ ଥିଲେ ।

ନୂଆପଡାରୁ ମୋତିଲାଲ ବାଗ,ଈଟିଭି ଭାରତ

For All Latest Updates

ABOUT THE AUTHOR

...view details