ନୂଆପଡା: ଦେଶରେ କୌଣସି ଲୋକ ଭୋକିଲା ରହିବେ ନାହିଁ ବୋଲି କେନ୍ଦ୍ର ସରକାର ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ପ୍ରଣୟନ କରିଛନ୍ତି । ଏହା ମାଧ୍ୟମରେ ଗରିବ ଶ୍ରେଣୀର ପରିବାର ଲାଗି ମୁଣ୍ଡପିଛା ୫ କିଲୋଗ୍ରାମ ଚାଉଳ ଦେବାର ନିୟମ ରହିଛି । ତେବେ ଏଥିରେ ବି ଘୋଟାଲା ହେଉଥିବା ଦେଖିବାକୁ ମିଳିଛି ।
ଖଡିଆଳ ବ୍ଲକ ବଡଦୋହେଲ ଗ୍ରାମପଞ୍ଚାୟତରେ ପିଡିଏସ ଚାଉଳ ବଣ୍ଟନରେ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି। ଗ୍ରାମପଞ୍ଚାୟତର ଯୋଗାଣ ସହାୟକ ଖାଉଟିଙ୍କୁ ଚାଉଳ ବଣ୍ଟନ କରିବା ପରିବର୍ତେ କଳାବଜାରି କରୁଥିବା ହିତାଧିକାରୀ ମାନେ ଅଭିଯୋଗ କରିଛନ୍ତି। ଏହା ସହ ଚାଉଳ ନଦେଇ ରାସନ କାର୍ଡରେ ପକାଇଦେଉଥିବାର ମଧ୍ୟ ସେମାନେ ଅଭିଯୋଗ ଆଣିଛନ୍ତି ।