ଓଡିଶା

odisha

ETV Bharat / state

ଚାଷଜମିରେ ଚକଡ଼ା ପୋକ, କ୍ଷେତ ଦେଖି କାନ୍ଦୁଛି ଚାଷୀ

ଶସ୍ୟଭରା ଶ୍ୟାମଳ ଖେତ ଏବେ ଶୁଖିଯାଇଛି । ଭଲ ଅମଳ ହେବା ନେଇ ଆଶା ବାନ୍ଧି ବସିଥିବା କୃଷକର ମନ ମଉଳି ଯାଇଛି । ଅର୍ଣ୍ଣଦାତା ସାଜିଥିବା ଚାଷୀ ଏବେ ଅର୍ଣ୍ଣ ହରା ହବାକୁ ବସିଛି । ଏପଟେ କରଜ ଟଙ୍କା ବଢୁଥିବା ବେଳେ ସେପଟେ ଚାଷଜମିଙ୍କୁ ମାଡ଼ି ବସିଛି ଚକଡ଼ା ପୋକ । ଫଳରେ କ୍ଷେତକୁ ଅନାଇଁ ମୁହଁ ଲୁଚାଇ କାନ୍ଦୁଛି ଚଷା ପୁଅ । ଏହି ସ୍ଥିତିକୁ ଅନୁଧ୍ୟାନ କରିବାପାଇଁ ଗ୍ରାଉଣ୍ଡ ଜିରୋ ରେ ପହଞ୍ଚିଛି ଇଟିଭି ଭାରତ ଟିମ୍ ।

By

Published : Sep 30, 2019, 11:38 PM IST

ଡ଼ିଜାଇନ ଫଟୋ

ନୂଆପଡା: ଚାଷ ଅଛି ଯାହାର, କି ଆନନ୍ଦ ତାହାର । ଚାଷୀ ଭାଇ ଯୋଗାଉଛି, ଦୁନିଆକୁ ଆହାର । ଚାଷ ଜମିକୁ ଦେଖିଲେ ମନେ ପଡିଯାଏ ଏହି ଲୋକକଥା । କିନ୍ତୁ ବାସ୍ତବିକ ଏହାର ମର୍ମ ଏବେ ପାଲଟିଛି ସମ୍ପୂର୍ଣ୍ଣ ଭିନ୍ନ । କୋଟି କୁଟୁମ୍ବ ପେଟ ଚିହ୍ନୁଥିବା ଚଷା ପୁଅ ଏବେ ନିଜ ପରିବାରକୁ ଅର୍ଣ୍ଣ ମୁଠେ ଦେବାପାଇଁ ସାଜିବାକୁ ଯାଉଛି ଅସମର୍ଥ । ଉଜୁଡ଼ି ଯାଇଛି ତାର ବେଉସା । ଭୁସୁଡ଼ି ପଡ଼ିଛି ଦେଖିଥିବା ସ୍ବପ୍ନ । କାରଣ ଚକଡ଼ା ପୋକର ଚକ୍ରବିହୁରେ ଏବେ ସମ୍ପୂର୍ଣ୍ଣ କବଳିତ ଶହ ଶହ ଏକର ଚାଷ ଜମି ।

ଚାଷ ଜମିରେ ଚକଡ଼ା ପୋକ...

ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକର ଟିମନପୁର ଓ ଗୋର୍ଲା ପଞ୍ଚାୟତରେ ଦେଖିବାକୁ ମିଳିଛି ଏଭଳି ଦୟନୀୟ ଚିତ୍ର । ଦୁଇଟି ପଞ୍ଚାୟତର ହଜାର ହଜାର ଚାଷୀଙ୍କ ଶହ ଶହ ଏକର ଜମିରେ ବ୍ୟାପିବାରେ ଲାଗିଛି ମାରାତ୍ମାକ ଚକଡ଼ାପୋକ । ଚଳିତ ବର୍ଷ ଠିକ ସମୟରେ ବର୍ଷା ହୋଇଥିଲା ବେଳେ, ଧାନବୁଣା ସହ ବେଉଷଣ କାର୍ଯ୍ୟ ମଧ୍ୟ ସାରିଥିଲା ଚାଷୀ । ହେଲେ ଖେତରେ କେଣ୍ଡା ବାହାରିଲା ବେଳକୁ ଧାନଗଛକୁ ଚକଟି ଦେଇଛି ଏହି ଚକଡ଼ା ପୋକ ।

ଏପଟେ ଚାଷ ଜମିରେ ଚକଡ଼ା ପୋକ ଲାଗିବାକୁ ସ୍ବୀକାର କରିଛନ୍ତି ସହକାରୀ କୃଷି ଅଧିକାରୀ । ରିହାତୀ ମୂଲ୍ୟରେ କୀଟନାଶକ ଓ ସଚେତନା କରାଯାଉଥିବା କହି ଚୁପ ବସିଛନ୍ତି କୃଷି ଅଧିକାରୀ । ପୋକ ନିୟନ୍ତ୍ରଣ ପାଇଁ କୀଟନାଶକ ସିଞ୍ଚନ କରୁଛି ଚାଷୀ । କିନ୍ତୁ ଥମିବାର ନା ନେଉନାହି ଚକଡ଼ା ଦାଉ ।

ନୂଆପଡ଼ାରୁ ମୋତିଲାଲ ବାଗ୍, ଇଟିଭି ଭାରତ

ABOUT THE AUTHOR

...view details